ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ରକ୍ତ ପିପାଶୁ ନର ରାକ୍ଷାସ ନେତନ୍ୟାହୁ’, ଇସ୍ରାଏଲ ଓ ଆମେରିକା ଉପରେ ବର୍ଷିଲେ ତୁର୍କୀ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୯।୫: ଇସ୍ରାଏଲ ଓ ହମାସ ଭିତରେ ଗାଜାରେ ସଂଘର୍ଷ ଜାରି ରହିଛି। ଗାଜାର ରାଫା ସହର ଉପରେ ମଧ୍ୟ ଇସ୍ରାଏଲ ଆକ୍ରମଣ ଜାରି ରଖିଛି ଓ ପୁରା ଦୁନିଆର ଏହା ଉପରେ ନଜର ରହିଛି। କେବଳ ସେତିକି ନୁହେଁ ରବିବାର ଇସ୍ରାଏଲ ଗୋଟିଏ ଭୁଲ କାରଣରୁ ପାଲେଷ୍ଟାଇନ୍ ଶରଣାର୍ଥୀଙ୍କ ଟେଣ୍ଟରେ ନିଆଁ ଲାଗି ଯାଇଥିଲା। ଏହି କାରଣରୁ ୪୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଏବେ ସାରା ଦୁନିଆରେ ‘ଅଲ୍ ଆଇଜ୍ ଅନ୍ ରାଫା’ କ୍ୟାମ୍ପେନ ଚାଲିଛି। ଏହା ଭିତରେ ଇସଲାମିକ୍ ଦେଶ ତୁର୍କୀ ପାଲେଷ୍ଟାଇନର ପକ୍ଷ ନେଇ ଇସ୍ରାଏଲକୁ କଡା ନିନ୍ଦା କରିଛି। ରାଷ୍ଟ୍ରପତି ରେଚେନ୍ ତେୟପ୍‌ ଅର୍ଦୋଆନ୍ ବୁଧବାର ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି।

ସେ ନେତନ୍ୟାହୁଙ୍କୁ ‘ରକ୍ତ ପିପାଶୁ ନର ରାକ୍ଷାସ’ ବୋଲି କହିଛନ୍ତି। ଅର୍ଦେଅନ୍ କହିଛନ୍ତି, ପୁରା ଦୁନିଆ ନେତନ୍ୟାହୁଙ୍କ ବର୍ବରତାକୁ ଦେଖୁଛି। ସେ ଜଣେ ମନରୋଗୀ ଓ ରକ୍ତ ପିପାଶୁ ନର ରାକ୍ଷାସ’। ଆଜିର ଯୁବପୀଢି ଦେଖୁଛି ଯିହୁଦୀଙ୍କ ଅତ୍ୟାଚାର। ମୋତେ ଆଶା ରହିଛି ଏବେ ଯେଉଁ କ୍ରାନ୍ତି ସୃଷ୍ଟି ହେବ, ତାହା ଦ୍ବାରା ଯିହୁଦୀଙ୍କ ଏହି ଅତ୍ୟାଚାର ଅନ୍ତ ହୋଇପାରିବ।  ଟେଣ୍ଟରେ ଯେଉଁଭଳି ନିର୍ଦୋଷୀ ଶରଣାର୍ଥୀଙ୍କୁ ମରାଗଲା, ଏହାକୁ କେହି ବି ଠିକ୍ କହିବେନି। ଅର୍ଦେଆନ୍ ମଧ୍ୟ ଆମେରିକାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଆମେରିକାର ହାତରେ ମଧ୍ୟ ନିରୀହ ଲୋକଙ୍କ ରକ୍ତ ଲାଗିଛି। 

ତୁର୍କୀ ରାଷ୍ଟ୍ରପତି କହିଛନ୍ତି, ଗାଜା ନରସଂହାର ପାଇଁ ଆମେରିକା ମଧ୍ୟ ଇସ୍ରାଏଲ ଭଳି ସମାନ ପରିମାଣରେ ଦାୟୀ। ଗୋଟିଏ ପଟୋ ତୁର୍କୀ ଏଭଳି ଏବେ ଉତ୍ତେଜିତ ହୋଇ ରହିଥିବା ବେଳେ ଇସ୍ରାଏଲ କିନ୍ତୁ ନିଜ ଜିନ୍‌ରେ ଅଟଳ ରହିଛି। ଇସ୍ରାଏଲର କହିବା ଅନୁସାରେ, ଗାଜାରେ ଗତ ୭ ମାସ ହେବ ଯୁଦ୍ଧ ଚାଲିଛି ଓ ଆମେ ଆଗକୁ ମଧ୍ୟ ୭ ମାସ ଯୁଦ୍ଧ କରିବାକୁ ପ୍ରସ୍ତୁତ ଅଛୁ। ଗାଜାର ଏକ ବଡ ଅଂଶ ଉପରେ ନିୟନ୍ତ୍ରଣ କରି ନେଇଛୁ। ଆମେ ହମାସକୁ ନିପାତ କରିବାକୁ ଚାହୁଁ।ଉଲ୍ଲେଖନୀୟ ଯେ, ଏପର୍ଯ୍ୟନ୍ତ ହମାସ ଓ ଇସ୍ରାଏଲ ଭିତରେ ଚାଲିଥିବା ଯୁଦ୍ଧରେ ୩୬ ହଜାର ଲୋକଙ୍କ ଜୀବନ ଯାଇସାରିଛି ଓ ୮୦ ହଜାର ଗୁରୁତର ଆହତ ହୋଇଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.