ପ୍ରମୂଖ ଖବର
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||
  • ଆସନ୍ତା ୨୬ ସୁଦ୍ଧା ଆଉ ଏକ ଲଘୁଚାପ, ତିନିଦିନ ପ୍ରବଳ ବର୍ଷା ସମ୍ଭାବନା: ଏବେ ବି ନିଅଣ୍ଟିଆ ସ୍ଥିତିରୁ ବାହାରିନି ୧୬ ଜିଲ୍ଲା
  • ||
  • ମୋଦି ୩.୦ ସରକାରର ପ୍ରଥମ ବଜେଟ୍‌, ୭ମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||

ମହିଳାଙ୍କୁ ଦୁର୍ବ୍ୟବହାର ଘଟଣା, ଦୁଇ ପୋଲିସ ନିଲମ୍ବିତ, ଦୁଇଟି ମାମଲା ରୁଜୁ

ଭଦ୍ରକ,୨୮/୬ :  ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ସମ୍ମୁଖରେ ମହିଳାଙ୍କୁ ଦୁର୍ବ୍ୟବହାର ଘଟଣାରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ । ପ୍ରାଥମିକ ଭାବେ ୩ଜଣ କର୍ମଚାରୀଙ୍କୁ ପୋଲିସ ହେଡ଼ କ୍ୱାଟରକୁ ବଦଳି କରାଯାଇଥିଲା । ପରେ ଭଦ୍ରକ ଏସପି ମହିଳା ଅଭିଯୋଗକରିଣୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଚାନ୍ଦବାଲି ଥାନାର ଏଏସଆଇ ନେପାଳ ସାହା ଓ କନ‌ଷ୍ଟେବଳ ରବୀନ୍ଦ୍ର ସେଠୀଙ୍କୁ ନିଲମ୍ବିତ କରିଛନ୍ତି । 

ହୋମଗାର୍ଡଙ୍କୁ ମୁଖ୍ୟାଳୟରେ ରଖାଯାଇଥିବାବେଳେ ମାମଲାର ତଦନ୍ତ ଆରମ୍ଭ ହୋଇଛି । ଘଟଣାକୁ ନେଇ ମିତା ସେଠିଙ୍କ ତରଫରୁ ଏତଲା ସହ ପୋଲିସ କର୍ମଚାରୀଙ୍କ ତରଫରୁ ହୋଇଥିବା ଦୁଇଟି ମାମଲା ରୁଜୁ ହୋଇଛି । ତେବେ ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦେବା ପାଇଁ ଜଣେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ ପରେ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆ ଯିବା ନେଇ କହିଛନ୍ତି ଭଦ୍ରକ ଅତିରିକ୍ତ ଏସପି ବାମଦେବ ସିଂ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.