ୱାଶିଂଟନ : ଶତ୍ରୁର ନିଦ ହଜାଇବ ଭାରତର ହଣ୍ଟର-କିଲର ହେଲିକପ୍ଟର। ଭାରତର ନୌସେନା ହେବ ଖୁବ୍ ଶକ୍ତିଶାଳୀ। ଏନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛି ଭାରତୀୟ ନୌସେନା। ଆମେରିକୀୟ ସରକାର ପାଖାପାଖି ୫୨.୮ ମିଲିୟନ ଡଲାର (୪୪୩ କୋଟି ଟଙ୍କା)ର ଆଣ୍ଟି-ସବମରିନ ୱାରଫେୟାର (ଏଏସଡବ୍ଲ୍ୟୁ) ସୋନୋବୋଇସ ଓ ଏହା ସମ୍ୱନ୍ଧିତ ଉପକରଣ, ଭାରତକୁ ପ୍ରସ୍ତାବିତ ବିକ୍ରି ନେଇ ମଞ୍ଜୁରୀ ଦେଇ ସାରିଛନ୍ତି। କହି ରଖୁଛୁ କି, ଏହି ସୋନୋବୋଇସ ଭାରତୀୟ ନୌସେନାରେ ସାମିଲ କରାଯାଉ ଥିବା ମଲ୍ଟି – ମିଶନ ଏମଏଚ-୬୦ ଆର୍ ସିହକ୍ ହେଲିକପ୍ଟରରେ ମୁତୟନ କରାଯିବ।
ସୂଚନା ଆଧାରରେ , ଶୁକ୍ରବାର ବାଇଡେନ୍ ପ୍ରଶାସନ ଆମେରିକୀୟ ସଂସଦକୁ ଏକ ନୋଟିଫିକେସନ ପଠାଇଛନ୍ତି। ଏଥିରେ କୁହାଯାଇଛି କି, ଏହି ପ୍ରସ୍ତାବିତ ବିକ୍ରି ଦ୍ୱିପାକ୍ଷୀୟ ରଣନୀତିକ ସମ୍ୱନ୍ଧକୁ ମଜବୁତ କରିବ । ଏକ ପ୍ରମୁଖ ପ୍ରତିରକ୍ଷା ପାର୍ଟନରସିପ୍ , ଭାରତର ସୁରକ୍ଷାରେ ସୁଧାର ଆଣିବ। ନୋଟିଫିକେସନରେ କୁହାଯାଇଛି କି, ପ୍ରସ୍ତାବିତ ବିକ୍ରି ଭାରତର ଏମଏଚ୍-୬୦ ଆର୍ ହେଲିକପ୍ଟରର କ୍ଷମତାକୁ ବଢାଇବ। ଏହା ବ୍ୟତୀତ, ଏହା ବର୍ତ୍ତମାନ ଓ ଭବିଷ୍ୟତର ବିପଦରୁ ବର୍ତ୍ତିବାର କ୍ଷମତାରେ ମଧ୍ୟ ସୁଧାର ଆଣିବ।
କହି ରଖୁଛୁ କି, ଚଳିତ ବର୍ଷ ମାର୍ଚ୍ଚରେ ନୌସେନା କୋଚ୍ଚିରେ ଆଇଏନଏସ୍ ଗରୁଡରେ ହେଲିଫାୟର ମିସାଇଲ , ଏମକେ-୫୪ ଟାରପିଡୋ ଓ ସଠିକ୍ ଟାର୍ଗେଟ କରୁଥିବା ରକେଟ୍ ଯୁକ୍ତ ୬ଟି ସବମରିନ-ହଣ୍ଟର ଏମଏଚ-୬୦ ଆର୍ ସିହକ୍ ହେଲିକପ୍ଟର, ନିଜର ପ୍ରଥମ ସ୍କ୍ୱାଡ୍ରନକୁ ସାମିଲ କରିଥିଲା। ଆସନ୍ତା ବର୍ଷ ସୁଦ୍ଧା, ଭାରତ ୨୪ ହେଭି-ଡ୍ୟୁଟି ସିହକ୍ ହେଲିକପ୍ଟରକୁ ସାମିଲ କରିବାର ଯୋଜନା କରୁଛି। ଏଥିରେ ମଲ୍ଟି-ମୋଡ୍ ରାଡାର ଓ ନାଇଟ୍-ଭିଜନ ଡିଭାଇସ୍ ରହିଛି। ଏହା ଫେବ୍ରୁଆରୀ ୨୦୨୦ରେ ଆମେରିକା ସହ କରାଯାଇ ଥିବା ୧୫,୧୫୭ କୋଟି ଟଙ୍କାର ଚୁକ୍ତି ଅନୁସାରେ ହୋଇଛି।
ଆମେରିକାର ପ୍ରତିରକ୍ଷା ସୁରକ୍ଷା ସହଯୋଗ ଏଜେନ୍ସି ନିଜର ଏକ ବୟାନରେ କହିଛି କି, ଆଣ୍ଟି ସବମରିନ ୱାରଫେୟାର ସୋନୋବୋଇସ ଭାରତକୁ ବିକ୍ରି କରିବାକୁ ବିଦେଶ ମନ୍ତ୍ରୀ ମଞ୍ଜୁରୀ ଦେଇ ସାରିଛନ୍ତି। ଭାରତ ସରକାର ଆମେରିକାରୁ AN/SSQ-53G ହାଇ ଆଲଟିଟ୍ୟୁଡ୍ ଆଣ୍ଟି ସବମରିନ ୱାରଫେୟାର (ଏଚଏଏଏସଡବ୍ଲ୍ୟୁ) ସୋନୋବୋଇସ, AN/SSQ-62F HAASW ସୋନୋବୋଇସ, AN/SSQ-36 ସୋନୋବୋଇସ , ଟେକ୍ନିକାଲ ଓ ପବ୍ଲିକେସନ୍ସ ଏବଂ ଡାଟା ଡକ୍ୟୁମେଣ୍ଟସନ , କଣ୍ଟ୍ରାକ୍ଟ ଇଞ୍ଜିନିୟରିଂ , ଟେକ୍ନିକାଲ ସପୋର୍ଟ, ଲଜିଷ୍ଟିକ୍, ସର୍ଭିସ ଏବଂ ସପୋର୍ଟର କ୍ରୟ କରିବାକୁ ଅନୁରୋଧ କରିଥିଲେ।