ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ସ୍କୁଲରେ ପିଲାଙ୍କ ଠାରୁ ଏହି କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଶିକ୍ଷୟିତ୍ରୀ ! ତୁରନ୍ତ ପୁଲିସରେ କଲେ ଅଭିଯୋଗ

Published By : Prameya | December 9, 2023 7:19 PM

ଗୋରଖପୁର : ଉତ୍ତର ପ୍ରଦେଶର ଗୋରଖପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଶିକ୍ଷୟିତ୍ରୀଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ ହେଉ ଥିବାର ସେ ପିଲାଙ୍କ ଠାରୁ ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ସ୍କୁଲରେ ଯେବେ ସେ ପହଞ୍ଚିଲେ, ପିଲାମାନେ ତାଙ୍କ ପାଖକୁ ଆସି କେହି ତାଙ୍କର ଫଟୋ ଏଡିଟ୍‌ କରି ଇନଷ୍ଟାଗ୍ରାମ୍‌ରେ ଖରାପ ଭିଡ଼ିଓ ଭାଇରାଲ କରୁଥିବା କହିଥିଲେ। ଚିନ୍ତିତ ଶିକ୍ଷୟିତ୍ରୀ ପୁଲିସରେ ଯାଇ ଅଭିଯୋଗ ଦାଖଲ କରିଥିଲେ। ପୁଲିସ ବର୍ତ୍ତମାନ ଉକ୍ତ ମାମଲାର ଯାଞ୍ଚ କରୁଛି। 

ଶିକ୍ଷୟିତ୍ରୀଙ୍କର ଏହି ଅଶ୍ଳୀଳ ଭିଡ଼ିଓ ଭାଇରାଲ କରୁଥିବା ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ପୁଲିସ ସାଇବର ବିଶେଷଜ୍ଞଙ୍କର ମଧ୍ୟ ସାହାଯ୍ୟ ନେଇଛି। ଶିକ୍ଷୟିତ୍ରୀ, ଗୋରଖପୁରର ଯେଉଁ କନଭେଣ୍ଟ ସ୍କୁଲରେ ପଢାଉଛନ୍ତି, ସେଠାରେ ଏ ବିଷୟରେ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।

ଏସଏସପିକୁ ଦେଇଥିବା ଅଭିଯୋଗ ପତ୍ରରେ ପୀଡ଼ିତା ଲେଖି ଥିଲେ, ଗୁରୁବାର ସକାଳେ ସ୍କୁଲରେ ପହଞ୍ଚିବା ପରେ ପିଲାମାନେ କହିଥିଲେ, ତାଙ୍କର ଫଟୋ ଏଡିଟ୍‌ କରି ବିଦ୍ୟାଳୟର ନାଁରୁ ଇନଷ୍ଟାଗ୍ରାମ୍‌ରେ ଆଇଡି କରି ଅଶ୍ଳୀଳ ଭିଡ଼ିଓ କରି କେହି ପଠାଉଛି। ଅନେକ ଲୋକଙ୍କୁ ଫଟୋ ଓ ଭିଡ଼ିଓ ଲାଗିଥିବା ଫ୍ରେଣ୍ଡ ରିକ୍ୱେଷ୍ଟ ମଧ୍ୟ ପଠାଇଛି। 

ଭିଡ଼ିଓରେ ଆପତ୍ତିଜନକ ଶବ୍ଦର ବ୍ୟବହାର କରାଯାଇଛି। ଶିକ୍ଷୟିତ୍ରୀ ଭିଡ଼ିଓ ଦେଖିବା ପରେ ଖୁବ୍‌ ଚିନ୍ତାରେ ପଡ଼ି ଯାଇଛନ୍ତି। ସ୍ଥାନୀୟ ଥାନାରୁ କାର୍ଯ୍ୟାନୁଷ୍ଠାନ ନହେବାରୁ ସେ ପରିଜନଙ୍କ ସହ ଏସଏସପଙ୍କ ସହ ଭେଟ ହୋଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏସଏସପିର ନିର୍ଦ୍ଦେଶରେ ଶୁକ୍ରବାର ଶାହପୁର ପୁଲିସ କେସ୍‌ ରୁଜୁ କରି ଯାଞ୍ଚ ଆରମ୍ଭ କରି ଦେଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.