ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ନମ୍ୱର ପଛରେ ଦୌଡ଼ିବା ଖୁବ୍ ଯନ୍ତ୍ରଣା ଦାୟକ : ବିବେକ ଅଗ୍ନିହୋତ୍ରୀ

ମୁମ୍ୱାଇ : ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ଦ ଭାକ୍ସିନ ୱାର ଚର୍ଚ୍ଚାରେ ରହିଛି। ଏହାର ଟ୍ରେଲର ଆସି ସାରିଛି ଏବଂ ଫିଲ୍ମ ୨୮ ସେପ୍ଟେମ୍ୱରରେ ରିଲିଜ ହେବାକୁ ଯାଉଛି। ଏହି ମଧ୍ୟରେ ଫିଲ୍ମ ସହ ଜଡ଼ିତ ଅନେକ ଖବର ଆସୁଛି। ବିବେକଙ୍କର ଫିଲ୍ମ ଦ କାଶ୍ମୀର ଫାଇଲ୍ସ ରେ ମଧ୍ୟ ଖୁବ୍‌ ତର୍କବିତର୍କ ହୋଇ ଥିଲା। ପୁଣି ଥରେ ସେ ସେନ୍ସିଟିଭ୍‌ ଟପିକ୍ ବିଷୟରେ କହିଛନ୍ତି। ବିବେକଙ୍କର କହିବା ହେଲା କି ଏହା ଭାରତର ପ୍ରଥମ ବାୟୋ ସାଇନ୍ସ ଫିଲ୍ମ। ବଲିଉଡ ଏମିତି ଫିଲ୍ମ ତିଆରି କରେନାହିଁ, କାରଣ ସେମାନେ ଦର୍ଶକଙ୍କୁ ମୁର୍ଖ ଭାବୁଛନ୍ତି। ଏହାସହ କହିଛନ୍ତି , ତାଙ୍କୁ ବକ୍ସ ଅଫିସ ସହ କୌଣସି ଫରକ ପଡ଼େନାହିଁ। ଫିଲ୍ମ ବିଷୟରେ ବିବେକ ହିନ୍ଦୁସ୍ତାନ ଟାଇମ୍ସ ସହ ସ୍ୱତନ୍ତ୍ର ଆଲୋଚନା କରିଛନ୍ତି। 

ଫିଲ୍ମରେ ବୈଜ୍ଞାନିକଙ୍କ ବାସ୍ତବ ନାଁ ରହିଛି-

ବିବେକଙ୍କୁ ଯେବେ ପଚରା ଗଲା କି, ଟ୍ରେଲରରେ ଦାବି କରାଯାଇଛି କି ଫିଲ୍ମ ଭାରତର ପ୍ରଥମ ବାୟୋ ସାଇନ୍ସ ଫିଲ୍ମ, ଏହା କଣ ପ୍ରକୃତରେ ବାସ୍ତବରେ ରହିଛି ?  ଏହା ଉପରେ ବିବେକ କୁହନ୍ତି , ହଁ ଆମେ ସାଇନ୍ସ ଫିଲ୍ମ କରୁନାହୁଁ। ମୋର ବିଶ୍ୱାସ କି ଆମର ପ୍ରଥମ ସତ ସାଇନ୍ସ ଫିଲ୍ମ ରକେଟ ଥିଲା , କିନ୍ତୁ ତାହା ଆଷ୍ଟ୍ରୋନମୀରେ ଥିଲା । ଭାକ୍ସିନ ୱାର ବାୟୋ ସାଇନ୍ସ ଉପରେ ପର୍ଯ୍ୟବେଶିତ। ଏହା ୧୦୦ ପ୍ରତିଶତ ବାସ୍ତବ ସାଇନ୍ସ ଫିଲ୍ମ , କାରଣ ପୂରା ଫିଲ୍ମ ଲ୍ୟାବ୍‌ ଭିତରେ ହିଁ ଦେଖିବାକୁ ମିଳିବ। ଫିଲ୍ମର ପ୍ରତି ଚରିତ୍ର ଜଣେ ଜଣେ ବୈଜ୍ଞାନିକ । ଆଉ ସବୁ ବୈଜ୍ଞାନିକଙ୍କ ପ୍ରକୃତ ନାଁ ରହିଛି। 

ବିବେକ ଅଗ୍ନିହୋତ୍ରୀ କହିଛନ୍ତି କି ସେ ବକ୍ସ ଅଫିସ ଚକ୍କରରେ ପଡ଼ନ୍ତି ନାହିଁ। କହିଲେ ,ଯେବେ ଦ କାଶ୍ମୀର ଫାଇଲ୍ସ ଟଙ୍କା କମାଇଲା ତ ଲୋକଙ୍କୁ ଲାଗିଲା କି ଏହା ଖୁବ୍‌ ଅଧିକ ଓ ଅତୁଳନୀୟ। ଏହାପରେ ପଠାନ ଆସିଲା , ଯିଏକି ଏହି ନମ୍ୱରକୁ ଅତିକ୍ରମ କରିଗଲା। ଏହାପରେ ଗଦର-୨  ଆସିଲା। ପୁଣି ଆସିଲା ଯବାନ। ମୋତେ ଲାଗିଲା କି ଯେଉଁ ଲୋକ ନମ୍ୱର ପଛରେ ଦୌଡ଼ନ୍ତି ତାଙ୍କର ଜୀବନ ଯନ୍ତ୍ରଣା ଦାୟକ। ଯଦି ଜଣେ ଝିଅ ଏହି ଫିଲ୍ମରେ ଅନୁପ୍ରାଣୀତ ହୋଇ ଭାୟରୋଲଜିଷ୍ଟ ହୋଇଯାଏ ତ ମୁଁ ଭାବିବି କି ଫିଲ୍ମ ସଫଳ ହୋଇଗଲା। 

The Vaccine War
Entertainment News

Copyright © 2022 - Summa Real Media Private Limited. All Rights Reserved.