ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ବାହାରୁ ନେତା ମନ୍ତ୍ରୀ ଆସି ମୁଖ୍ୟମନ୍ତ୍ରୀଙ୍କୁ ଗାଳି କରୁଛନ୍ତି, ଓଡ଼ିଶାବାସୀ ଏହାର ଜବାବ ଦେବେ : ଭି.କେ ପାଣ୍ଡିଆନ୍

ଭୁବନେଶ୍ୱର, ୨୮।୦୫ : ୯ଟି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କଲେ ବିଜେଡି ନେତା ଭିକେ ପାଣ୍ଡିଆନ୍। ବିଜେପିର ୯ ସେଲ୍ଫ ଗୋଲ କଥା କହି ସମାଲୋଚନା କରିଛନ୍ତି ଭିକେ ପାଣ୍ଡିଆନ୍। 

ପ୍ରେସମିଟ୍ ଜରିଆରେ ରଖିଥିବା ୯ଟି ପ୍ରସଙ୍ଗ ହେଉଛି-  ମହାପ୍ରଭୁ ଜଗନ୍ନାଥ ଓ ଶ୍ରୀମନ୍ଦିରକୁ ରାଜନୀତିକୁ ଟାଣିବାକୁ ପସନ୍ଦ କରୁନାହାନ୍ତି ଓଡ଼ିଶାବାସୀ। ବାହାରୁ ନେତା, କେନ୍ଦ୍ରମନ୍ତ୍ରୀ ଆସି ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ଭାଷାରେ ଅସମ୍ମାନ ଗାଳି ଗୁଲଜ କରୁଛନ୍ତି। ଯାହାକୁ ଓଡ଼ିଶାବାସୀ ପସନ୍ଦ କରୁନାହାଁନ୍ତି।

ମିଶନ ଶକ୍ତିକୁ ବନ୍ଦ କରିବାକୁ ବିଜେପି ଇସ୍ତାହାର ଘୋଷଣା କରିଛି। ବିଜେପି ସରକାରକୁ ଆସିଲେ ମିଶନ ଶକ୍ତି ବନ୍ଦ କରିବେ। ନିର୍ବାଚନ ଇସ୍ତାହାରରେ ମିଶନଶକ୍ତିକୁ ବନ୍ଦ କରିବାକୁ ବିଜେପି କହିଛି। ମିଶନଶକ୍ତିକୁ ବନ୍ଦ କରିବାକୁ ବିଜେପି ଷଡ଼ଯନ୍ତ୍ର କରୁଛି। 

BSKY ବନ୍ଦ କରି ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ବିଜେପି ଇସ୍ତାହାର ଘୋଷଣା କରିଛି। ଆୟୁଷ୍ମାନ ଭାରତ କେବଳ ବିପିଏଲ ପରିବାର ପାଇଁ । କିନ୍ତୁ BSKY ଯୋଜନା ସମସ୍ତଙ୍କ ପାଇଁ। ରାଜ୍ୟର ୯୦ ପ୍ରତିଶତ ଲୋକ ସୁବିଧା ପାଉଛନ୍ତି। ଆଗକୁ BSKY ନବୀନ କାର୍ଡରେ ସମସ୍ତଙ୍କୁ ସାମିଲ କରାଯିବ।

ଯୁବ କ୍ଷେତ୍ରକୁ ଗୁରୁତ୍ଵ ଦେଇ ନବୀନ ସରକାର 5T ସ୍କୁଲ, 5T କଲେଜ, ଯୁବ ବଜେଟ ବ୍ୟବସ୍ଥା କରିଛନ୍ତି। ୯୮ ପ୍ରତିଶତ ପିଲାଙ୍କ ପାଇଁ ନୂଆ ଓ ଛାତ୍ର ବୃତ୍ତି ଯୋଜନା ଆରମ୍ଭ ହୋଇଛି। ଯୁବକଙ୍କ ପାଇଁ ବିଜେପି ଇସ୍ତାହାରରେ କିଛି ନଥିବା ବେଳେ ଏହାକୁ ବନ୍ଦ କରିବାକୁ ଯୋଜନା କରୁଛି ବିଜେପି।

ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ପରିଚୟ ପାଇଁ SDC ଗଠନ କରିଛନ୍ତି। ଡବଲ ଇଞ୍ଜିନ ଚାଲିଥିବା ରାଜ୍ୟରେ ଅଧିକ ଆଦିବାସୀ ଥାଇ ବି SDC ଗଠନ କରାଯାଇ ନାହିଁ। ବିଜେପି ସରକାର କୁ ଆସିଲେ ଏହାକୁ ବନ୍ଦ କରିବେ।

ଡବଲ ଇଞ୍ଜିନ ସରକାର ଥିବା ରାଜ୍ୟରେ ଶାନ୍ତି ନାହିଁ। ଓଡ଼ିଶାରେ ଶାନ୍ତି ଅଛି। ଓଡ଼ିଶାରେ ଦାଦା ବଟି ନାହିଁ। କିନ୍ତୁ ବିଜେଡିରୁ ବିଦା ହୋଇଥିବା ଅନେକ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ବ୍ୟକ୍ତିଙ୍କୁ ବିଜେପି ନିଜ ଦଳରେ ସାମିଲ କରିଛି। 

ବିଜେଡ଼ିର ମାଗଣା ବିଦ୍ୟୁତ୍ ଘୋଷଣା ପରେ ବିଜେପିକୁ କରେଣ୍ଟ ଲାଗିଛି। ବିଜେପି ସୋଲାର ବ୍ୟବସ୍ଥାରେ ବିଦ୍ୟୁତ୍ ଯୋଗାଇବା କଥା କହୁଛି। ରନ୍ଧନ ଗ୍ୟାସ ମାଗଣାରେ ଯୋଗାଇବା କଥା କହି ବାରମ୍ବାର ଦର ବଢାଇ ଚାଲିଛି। LPG ଗ୍ୟାସ୍ ପରି ବିଜେପିର ସୋଲାର ବିଦ୍ୟୁତ୍ ଘୋଷଣା ଏକ ବଡ଼ ଜୁମଲା।

ଚାଷୀଙ୍କ ପାଇଁ ୩୧୦୦ ଟଙ୍କା MSP ବଡ ଜୁମଲା। MSP ବୃଦ୍ଧି କେନ୍ଦ୍ର ବିଚାରାଧୀନ ହୋଇଥିଲେବି ୧୦ ବର୍ଷ ଧରି ଚାଷୀଙ୍କ କଥା ଚିନ୍ତା କରିନଥିଲା ବିଜେପି। ଏବେ ନିର୍ବାଚନ ପାଇଁ ଚାଷୀଙ୍କ କଥା ମନେ ପଡୁଛି।

ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ଭାଉଚର ଦେବାକୁ ବିଜେପିର ଘୋଷଣା ମଧ୍ୟ ଏକ ଜୁମଲା। ଯଦି ୫୦ ହଜାର ଟଙ୍କା ଦିଆଯାଏ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। କିନ୍ତୁ ଓଡ଼ିଶାରେ ବିକାଶମୂଳକ ବାବଦରେ ସ୍କିମ ୨୫ ହଜାର କୋଟି ଟଙ୍କା ବଜେଟ ରହୁଛି। ୧୫ ଲକ୍ଷ ଆକାଉଣ୍ଟକୁ ଦେବା ଘୋଷଣା କରି ଏହ ବିଜେପିର ଆଉ ଏକ ଜୁମଲା।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.