ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଜେଡିର ଫୋକସ୍‌ରେ ଗୋପାଳପୁର: ଆଜି ଆସିବେ ଭି.କେ ପାଣ୍ଡିଆନ, ୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ପ୍ରଚାର

ବ୍ରହ୍ମପୁର,୦୬/୦୫: ରାଜ୍ୟରେ  ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଖେଇ  ଆସିଛି । ପ୍ରଚାର ଜୋରଦାର ହେବା ସହ  ରାଜନୈତିକ ଉଷ୍ମତା ବଢ଼ୁଛି। ଏବେ  ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀକୁ ଫୋକସ୍‌ରେ ରଖିଛନ୍ତି ଉଭୟ ବିଜେଡି  ଓ ବିଜେପି । ବିଶେଷକରି ଗୋପାଳପୁର ନିର୍ବାଚନମଣ୍ଡଳୀକୁ ଗୁରୁତ୍ୱ ଦେଉଛନ୍ତି  ଉଭୟ ଦଳ । ବିଜେପିର ରାଷ୍ଟ୍ରୀୟ ନେତାମାନେ ଏଠାକୁ ଆସି ପ୍ରଚାର  କରିଥିବା ବେଳେ ବିଜେଡି ନଜରରୁ  ବି ଏହି ନିର୍ବାଚନମଣ୍ଡଳୀ ହଟି ନାହିଁ ।  ବ୍ରହ୍ମପୁର ବିଧାୟକ ଏଠାରେ ବିଧାୟକ ପ୍ରାର୍ଥୀ ଥିବାବେଳେ ତାଙ୍କ ପାଇଁ ପ୍ରଚାର  କରିବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଦଳର ଅନ୍ୟତମ  ଷ୍ଟାର୍‌ କ୍ୟାମ୍ପେନର୍‌ ତଥା ବରିଷ୍ଠ ନେତା  କାର୍ତ୍ତିକ ପାଣ୍ଡିଆନ ଉଭୟ ଗୋପାଳପୁର  ଆସୁଛନ୍ତି ।

ସୋମବାର ପ୍ରଥମେ ପାଣ୍ଡିଆନ ପ୍ରଚାର କରିବେ, ପୁଣି ୯  ତାରିଖରେ ମୁଖ୍ୟମନ୍ତ୍ରୀ ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ନିବେଦନ କରିବେ । ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ  ବିଜେଡିରୁ ବହିଷ୍କୃତ ହେବା ପରେ ଗୋପାଳପୁର ଦାୟିତ୍ୱ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ନିର୍ବାଚନ ପୂର୍ବରୁ ମଧ୍ୟ  ନିୟମିତ ଭାବେ ରାଜ୍ୟସ୍ତରୀୟ ନେତା  ଗୋପାଳପୁର ନିର୍ବାଚନମଣ୍ଡଳୀ ପରିଦର୍ଶନ  କରି ନଜର ରଖିଛନ୍ତି । 

ସୋମବାର‌ ଅପରାହ୍ନ ୪ଟା  ୩୦ରୁ ୫ଟା ୩୦ ଗୋପାଳପୁର ବସ୍‌ଷ୍ଟାଣ୍ଡ ଛକରେ ଜନସଭା କାର୍ଯ୍ୟକ୍ରମ ରହିଛି । ଏହା ପରେ ଗୋପାଳପୁର ନିର୍ବାଚନମଣ୍ଡଳୀ  ଅନ୍ତର୍ଗତ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଗାଈଗୋଠ  ପଡିଆରେ ଅପରାହ୍ନ ୫ଟା ୩୦ରୁ ୬ଟା  ୩୦ ପର୍ଯ୍ୟନ୍ତ ଜନସଭା, ଲୋଚାପଡ଼ା  କାଳୀମନ୍ଦିର ଠାରେ ସନ୍ଧ୍ୟା ୬ଟା ୩୦ରୁ  ୭ଟା ୩୦ ପର୍ଯ୍ୟନ୍ତ ଜନସଭା କାର୍ଯ୍ୟସୂଚୀ  ସ୍ଥିର ହୋଇଥିବା ବିଜେଡି ସୂତ୍ରରୁ ପ୍ରକାଶ।  ପ୍ରତ୍ୟେକ ସଭାରେ ୧୦ ହଜାରରୁ ଊଦ୍ଧ୍ୱର୍  ନେତା, କର୍ମୀ ଓ ଲୋକଙ୍କ ଉପସ୍ଥିତି ପାଇଁ  ବ୍ୟବସ୍ଥା ହୋଇଛି ।  ଏହା ପରେ ଆସନ୍ତା ୯ ତାରିଖରେ  ପୁଣି ବିଜେଡି ସୁପ୍ରିମୋ ନବୀନ  ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ଗୋପାଳପୁର  ଓ ଆସିକା ନିର୍ବାଚନମଣ୍ଡଳୀରେ ନିର୍ବାଚନୀ  ସଭା କରିବା କାର୍ଯ୍ୟସୂଚୀ ସ୍ଥିର ହୋଇଛି ।  

ଗୁରୁବାର ପୂର୍ବାହ୍ନ ୧୦ଟା ୧୦ରେ  ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ରେ ପହଞ୍ଚିବେ  ମୁଖ୍ୟମନ୍ତ୍ରୀ । ସେଠାରୁ ସେ କନିଷି  ବାଲାଜୀ ବିଦ୍ୟାପୀଠ ପଡିଆକୁ ଯାଇ  ସେଠାରେ ଆୟୋଜିତ ଜନସଭାରେ  ଉଦ୍‌ବୋଧନ ଦେବେ । ପୂର୍ବାହ୍ନ ୧୧ଟା  ୨୫ରେ ସେଠାରୁ ସେ ଆସିକା ଗସ୍ତ କରିବେ । ପୂର୍ବାହ୍ନ ୧୧ଟା ୪୫ରେ  ଆସିକା ବିଜ୍ଞାନ ମହାବିଦ୍ୟାଳୟ ନିକଟ  ପଡିଆରେ ହୋଇଥିବା ହେଲିପ୍ୟାଡ୍‌ରେ  ଅବତରଣ କରିବେ। ସେହି ନିକଟରେ  ସେ ଆୟୋଜିତ ଜନସଭାରେ ଯୋଗ  ଦେବା ପରେ ମଧ୍ୟାହ୍ଣ ୧ଟା ୧୦ରେ  ଫୁଲବାଣୀ କନ୍ଧମାଳ ଷ୍ଟାଡିୟମରେ ପହଞ୍ଚିବେ । ସାଧାରଣ ସଭାରେ  ଯୋଗ ଦେଇ ୧ଟା ୫୦ ମିନିଟରେ ସେ  ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ  ରହିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ  ସୂତ୍ରରୁ ସୂଚନା ମିଳିଛି । ନିର୍ବାଚନ ଘୋଷଣା ପରେ ଏ  ମଧ୍ୟରେ ମୁଖ୍ୟମନ୍ତ୍ରୀ ଦୁଇ ଥର ଗଞ୍ଜାମ  ଗସ୍ତ କରିଲେଣି । ହିଞ୍ଜିଳିରୁ ବିଜେଡିର  ପ୍ରଚାର ଆରମ୍ଭ କରିବା ପରେ ସେ  ଛତ୍ରପୁରରେ ନାମାଙ୍କନ ପାଇଁ ଆସିଥିଲେ । ସେପଟେ ବିଜେଡି ବରିଷ୍ଠ ନେତା  କାର୍ତ୍ତିକ ପାଣ୍ଡିଆନ ବାରମ୍ବାର ଗଞ୍ଜାମ  ଗସ୍ତ କରୁଛନ୍ତି । ବ୍ରହ୍ମପୁର ଲୋକସଭା  କ୍ଷେତ୍ର ଅଧୀନ ସମସ୍ତ ବିଧାନସଭା  ନିର୍ବାଚନମଣ୍ଡଳୀକୁ ସେ ଗସ୍ତ କରି ଦଳ  ପାଇଁ ପ୍ରଚାର କରିବା ସହ ଦଳୀୟ  ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଭିକ୍ଷା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.