ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ରେଳବାଇ ଓ ସେନା ପରେ ଓ୍ବାକଫ୍‌ ପାଖରେ ଦେଶର ସବୁଠାରୁ ଅଧିକ ଜାଗା; ହେଲେ ସଂଶୋଧନକୁ ନେଇ ବିରୋଧ କାହିଁକି ?

Image source: Jagran

ନୂଆଦିଲ୍ଲୀ,୦୫/୦୮: ୱାକଫ ବୋର୍ଡ ଅଧିନିୟମରେ ସଂଶୋଧନ ପାଇଁ ମୋଦୀ ସରକାର ଏକ ବିଲ୍ ଆଣିବାକୁ ଯାଉଛନ୍ତି। ଆସନ୍ତା ସପ୍ତାହ ସୁଦ୍ଧା ଏହାକୁ ଗୃହରେ ଉପସ୍ଥାପନ କରାଯିବ ବୋଲି ସମ୍ଭାବନା ରହିଛି। ତେବେ କେହି କେହି କହୁଛନ୍ତି ଏହା ୱାକଫ ବୋର୍ଡର ଅଧିକାର ଛଡ଼ାଇ ନେଇଥିବାବେଳେ କେହି କେହି ଏହାକୁ ଜନ କଲ୍ୟାଣ ସହ ଜଡିତ ଏକ ବିଲ୍ ବୋଲି କହୁଛନ୍ତି। ଏହି ଆଲୋଚନା ପର୍ଯ୍ୟାଲୋଚନା ଭିତରେ, ଆସନ୍ତୁ ସରଳ ଭାଷାରେ ବୁଝିବା ସମ୍ପୁର୍ଣ୍ଣ ବିଷୟ କ’ଣ?

ୱାକଫ ବୋର୍ଡ ଅଧିନିୟମ ୧୯୫୪ ରେ ପାରିତ ହୋଇଥିଲା। ୧୯୯୫ ରେ, ୱାକଫ ଅଧିନିୟମରେ ସଂଶୋଧନ କରାଯାଇଥିଲା, ଯେଉଁଥିରେ ୱାକଫଙ୍କ ଅଧିକାର ବୃଦ୍ଧି କରାଯାଇଥିଲା। ୱାକଫ ବୋର୍ଡର ୮.୭ ଲକ୍ଷରୁ ଅଧିକ ସମ୍ପତ୍ତି ଅଛି, ଯାହା ୯.୪ ଲକ୍ଷ ଏକରରେ ରହିଛି। ଏହାରି ଭିତରେ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ ମଧ୍ୟ ସ୍ପଷ୍ଟ କରିଛି ଯେ ୱାକଫ ବୋର୍ଡର ଆଇନଗତ ସ୍ଥିତି ଏବଂ କ୍ଷମତା ଉପରେ କୌଣସି ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ। ସୂଚନାନୁସାରେ, ୱାକଫ ବୋର୍ଡକୁ ପରିଚାଳନା କରୁଥିବା ୧୯୯୫ର ଆଇନରେ ସଂଶୋଧନ କରିବାକୁ ସରକାର ସଂସଦରେ ଏକ ବିଲ୍ ଆଣିବାକୁ ଯାଉଛନ୍ତି ଯାହା ଦ୍ବାରା କାମକାର୍ଯ୍ୟରେ ଅଧିକ ଉତ୍ତରଦାୟିତ୍ୱ ଏବଂ ସ୍ୱଚ୍ଛତା ରହିବା ସହିତ ମହିଳାଙ୍କ ଭାଗିଦାରିକୁ ମଧ୍ୟ ସୁନିଶ୍ଚିତ କରାଯାଉ।

ଓ୍ବାକଫ୍ ବୋର୍ଡର ଅସୀମିତ କ୍ଷମତା ରହିଛି। ୱାକଫ୍‌ର ସମ୍ପତ୍ତି ଗୁଡିକୁ ସ୍ୱତନ୍ତ୍ର ମାନ୍ୟତା ମିଳିଥାଏ। ବୋର୍ଡ ଯେକଔଣସି ସମ୍ପତ୍ତି ଯାଞ୍ଚ କରିପାରିବ। ଥରେ ବୋର୍ଡ ସମ୍ପତ୍ତି ଉପରେ ଦାବି କଲା ପରେ ଏହାକୁ ବଦଳାଇବା କଷ୍ଟକର। ୱାକଫ ଅଧିନିୟମର ଧାରା ୮୫ ବହୁତ ଶକ୍ତିଶାଳୀ ଅଟେ। ବୋର୍ଡର ନିଷ୍ପତ୍ତିକୁ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ମଧ୍ୟ ଚ୍ୟାଲେଞ୍ଜ କରାଯାଇପାରିବ ନାହିଁ।

କେଉଁଠି କେତେ ସମ୍ପତ୍ତି:

ବର୍ତ୍ତମାନ ଦେଶରେ ୩୨ ଟି ୱାକଫ ବୋର୍ଡ ରହିଥିବା ବେଳେ ଗୋଆ, ଅରୁଣାଚଳ ପ୍ରଦେଶ, ମିଜୋରାମ, ନାଗାଲାଣ୍ଡ, ଡାମନ ଏବଂ ଡିୟୁରେ ୱାକଫ ନାହିଁ। ଯଦି ଆମେ ସମ୍ପତ୍ତି ବିଶୟରେ ଆଲୋଚନା କରିବା ତେବେ, ପଶ୍ଚିମବଙ୍ଗରେ ୮୦ ହଜାରରୁ ଅଧିକ, ପଞ୍ଜାବରେ ୭୦ ହଜାରରୁ ଅଧିକ, ତାମିଲନାଡ଼ୁରେ ୬୫ ହଜାର, କର୍ଣ୍ଣାଟକରେ ୬୧ ହଜାର, କେରଳରେ ୫୨ ହଜାର, ତେଲଙ୍ଗାନାରେ ୪୩ ହଜାର, ଗୁଜରାଟରେ ୩୯ ହଜାର, ମଧ୍ୟପ୍ରଦେଶରେ ୩୩ ହଜାର, ଜମ୍ମୁ-କଶ୍ବୀରରେ ୩୨ ହଜାର, ବିହାରରେ ୮ ହାଜର କୋଟି, ଦିଳ୍ଲୀରେ ୧ ହଜାରରୁ ଅଧିକ ସମ୍ପତ୍ତି ରହିଛି। 

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.