ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ପିଲାଙ୍କ କଳିରେ ବଳି ପଡ଼ିଲେ ମହିଳା, ପରିବାର ଲୋକଙ୍କ ଥାନା ଘେରାଉ

କଣ୍ଟାବାଞ୍ଜି, ୦୮/୦୮: କଣ୍ଟାବାଞ୍ଜିରେ ମହିଳାଙ୍କୁ ବିଭତ୍ସ ହତ୍ୟା । ସ୍କୁଲରେ ଦୁଇ ଛାତ୍ରଙ୍କ ଝଗଡ଼ାରୁ ବଳି ପଡିଲେ ମହିଳା । ଝଗଡ଼ା ଲଗିଥିବା ଛାତ୍ରଙ୍କ ବାପାଙ୍କ ମରଣାନ୍ତକ ଆକ୍ରମଣରେ ଆଖିବୁଜିଲେ ଅନ୍ୟ ଜଣେ ଛାତ୍ରଙ୍କ ମା । ମୃତକ ଜଣକ ପୁଷ୍ପା ବୋଲି ଜଣାପଡ଼ିଛି । ଝଗଡା ହୋଇଥିବା ଦିନ ଉପସ୍ଥିତ ଥିବା ଶିକ୍ଷୟତ୍ରୀଙ୍କୁ ଗିରଫ କରିବାକୁ ପରିବାର ଲୋକଙ୍କ ଦାବି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରିବା ସହ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ନୂଆପଡା ପ୍ରାଥମିକ ବିଦ୍ୟାଳୟରେ ପୁଷ୍ପାଙ୍କ ପୁଅ ଏବଂ ସୁଦାମଙ୍କ ପୁଅ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ଏହି କଥାକୁ ନେଇ ପୁଷ୍ପା ସୁଦାମ ଘରକୁ ଯାଇଥିଲେ । ଝଗଡ଼ା ବିଷୟରେ କହିବାରୁ ସୁଦାମ ମହିଳାଙ୍କୁ ହତ୍ୟା କରିଛି । ବିଦ୍ୟାଳୟରେ ଦୁଇ ଛାତ୍ରଙ୍କ ଯୋଗୁଁ ଆଜି ଜଣେ ମହିଳାଙ୍କ ହତ୍ୟା ହେଲା ବୋଲି ପୁଷ୍ପାଙ୍କ ପରିବାର ଲୋକ କହିଛନ୍ତି । ନ୍ୟାୟ ନମିଳିବା ଯାଏ ବିଦ୍ୟାଳୟ ବନ୍ଦ ରହିବ ବୋଲି ବିଦ୍ୟାଳୟ ସମ୍ମୁଖରେ ହୋହାଲ୍ଲା କରିବା ସହ ତାଲା ମଧ୍ୟ ପକାଇଛନ୍ତି । ଏନେଇ କଣ୍ଟାବାଞ୍ଜି ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ବିଦ୍ୟାଳୟରେ ପୋଲିସ ପହଞ୍ଚି  ମୃତକଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରିଛି । ଏହା ସତ୍ତ୍ୱେ ସେମାନେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି । ପରେ ସେଠାରୁ ମୃତକଙ୍କ ପରିବାର ଲୋକ ଥାନାକୁ ଯାଇ ସେଠାରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଦ୍ୟାଳୟରେ ହୋଇଥିବା ଝଗଡା ଯୋଗୁ ଏଭଳି ହତ୍ୟାକାଣ୍ଡ ଘଟିଲା । ତେଣୁ ଝଗଡା ହୋଇଥିବା ଦିନ ଯେଉଁ ଶିକ୍ଷୟତ୍ରୀ ଥିଲେ ତାଙ୍କୁ ମଧ୍ୟ ଗିରଫ କରିବା ଦାବିରେ ଥାନା ଘେରାଉ କରିଛନ୍ତି ପରିବାର ଲୋକେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.