ନୂଆଦିଲ୍ଲୀ,୨୯/୫ : ବିବାହ ଦିନ କନ୍ୟାଙ୍କ ମୋବାଇଲକୁ ମେସେଜ ଆସିଲା । ଆଉ ସବୁ କିଛି ଖୁସି ଯେମିତି ନିମିଷକେ ଚାଲିଗଲା । ଆପଣ ଭାବନ୍ତୁ ଏଭଳି ଯଦି ଆପଣଙ୍କ ମୋବାଇଲକୁ ଆପଣଙ୍କ ବସ୍ କିଛି ମେସେଜ କରିବେ । ତାହା ପୁଣି ଆପଣଙ୍କ ବିବାହ ଦିନ । ଆଉ ସେହି ମେସେଜ ଦେଖି ଆପଣଙ୍କ ଖୁସି ଚାଲିଯିବ ତେବେ ଭାବନ୍ତୁ ସେହି ମେସେଜ କ’ଣ ହୋଇଥିବ । ଠିକ୍ ଏଭଳି ଘଟଣା ଏବେ ସାମ୍ନାକୁ ଆସିଛି । ସବୁକିଛି ଠିକ୍ ଠାକ୍ ଥିଲା ମାତ୍ର ଗୋଟିଏ ମେସେଜ ବଦଳାଇ ଦେଲା ସେଠାକାର ମାହୋଲ ।
ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ବ୍ରିଟେନରୁ । ଜଣେ ଯୁବତୀ ବିବାହ ଦିନ ବହୁ ହସ ଖୁସିରେ ଥିଲେ । ଘରେ ସବୁ ବନ୍ଧୁ ଓ ପରିବାର ବର୍ଗ ଥିଲେ । ଏହା ଭିତରେ ତାଙ୍କ ମୋବାଇଲକୁ ଏକ ମେସେଜ ଆସିଥିଲା । ଯାହାକୁ ପଢି କନ୍ୟାଙ୍କ ଚେହେରାର ରଙ୍ଗ ମଳିନ ପଡ଼ିଯାଇଥିଲା । ଏହି ମେସେଜ ତାଙ୍କ ବସ୍ ପଠାଇଥିଲେ । ଯାହା ତାଙ୍କ ଲାଇଫରେ ଏକ ଟ୍ବିଷ୍ଟ ନେଇ ଆସିଥିଲା । ଯାହାର ସେ କଳ୍ପନା ବି କରିନଥିଲେ । ପ୍ରକାଶ ଯେ, ଯୁବତୀଙ୍କ ବିବାହ ଦିନ ବସ୍ ମେସେଜ କରିଥିଲେ- ଆପଣଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ୟୁଟ୍ୟୁବରେ ଆସୁଥିବା The Ben Askins Show ରେ ଯୁବତୀ ନିଜ ଏହି ଶକ୍ତ ଅନୁଭବକୁ ସେୟାର କରିଛନ୍ତି । ଯୁବତୀ କହିଛନ୍ତି କି, ମୁଁ ନିଜ ବିବାହକୁ ଉପଭୋଗ କରୁଥିଲି । ସବୁ ଖୁସି ଥିଲେ । କିନ୍ତୁ ଏକ ହ୍ବାଟ୍ସଅପ ମେସେଜ ମୋ ଜୀବନର ସବୁଠାରୁ ବଡ଼ ଏବଂ ଖାସ୍ ଦିନକୁ ବର୍ବାଦ କରିଦେଲା । ସେହି ମେସେଜ ବସ୍ଙ୍କ ଥିଲା ‘।
ଯୁବତୀ ଜଣଙ୍କ ଆଗକୁ କହିଛନ୍ତି କି, ତାଙ୍କ ବିବାହ ବିଷୟରେ ଖାଲି ବସ୍ ନୁହେଁ ବରଂ ପୂରା ଅଫିସକୁ ଜଣାଥିଲା । ଏହାପରେ ବି ମୋ ବସ୍ ମୋର ବିବାହ ଦିନ ମୋତେ ଚାକିରିରୁ ବାହାର କରିବାକୁ ମେସେଜ କରିଥିଲେ । ବସ ମେସେଜରେ ଲେଖିଥିଲେ କି, ‘ଆଶା ଅଛି ଆପଣ ବିବାହକୁ ଉପଭୋଗ କରୁଥିବେ । ଏହାସହ ଭଲ ସମୟ ବି କଟାଉଥିବେ । ପୂରା ସୂଚନା ଆପଣଙ୍କ ଇମେଲ ଆଇଡିରେ ପଠାଇ ଦିଆଯାଇଛି । ଆଗାମୀ ଦିନ ଲାଗି ଶୁଭକାମନା । ’ ଯୁବତୀ ଜଣଙ୍କ କହିଛନ୍ତି କି, ମୁଁ ଶୁଭକାମନା ମେସେଜ ପଢିବା ଲାଗି ନିଜ ବନ୍ଧୁଙ୍କୁ ଫୋନ ଦେଇଥିଲି । କିନ୍ତୁ ମେସେଜ ଆଗକୁ ପଢି ସେ ଆଶ୍ଚର୍ଯ୍ୟ ହୋଇଗଲେ । ଯେତେବେଳେ ଇମେଲ ଚେକ୍ କରିଥିଲେ ତ ସେଥିରେ ଲେଖାଥିଲା କି ସେ କମ୍ପାନୀର ଆଶା ଉପରେ ଛିଡ଼ା ହେଲେ ନାହିଁ । ଏଥିଲାଗି ତାଙ୍କୁ ଚାକିରିରୁ ବାହାର କରାଯାଉଛି । କମ୍ପାନୀର ହ୍ବାଟ୍ସଅପ ଗ୍ରୁପରେ ବି ମୋତେ ହଟାଇ ଦିଆଯାଇଥିଲା ।’