ଭୁବନ, ୨୧।୧୧ : ଭୁବନ ଥାନା ଜାତୀୟ ରାଜପଥ ବାଉଁଶକଣ ଗ୍ରାମ ପାଣ୍ଡରା ନାଳ ନିକଟରେ ୧୩୨ କେଭି ଟାଓ୍ବାର ଉପରେ ଚଢି ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ଏପର୍ଯ୍ୟନ୍ତ ମୃତ ଯୁବକଙ୍କ ପରିଚୟ ଜଣା ପଡିନାହିଁ। ତେବେ ଯୁବକ ଜଣକ କେଉଁଠାରୁ ଆସିଥିଲେ, ଟାଓ୍ବାର ଉପରେ କାହିଁକି ଚଢିଥିଲେ ତାହାର କାରଣ ଜଣା ପଡୁନାହିଁ ।
ଯୁବକ ଜଣକ ୧୩୨ କେଭି ଟାଓ୍ବାର ତଳେ ଚପଲ ରଖି ଉପରକୁ ଚଢି ତାର ସଂସ୍ପର୍ଶରେ ଆସି ଜଳୁଥିବା ଲୋକେ ଦେଖିବାକୁ ପାଇଥିଲେ । ଅଧା ଜଳି ଯୁବକ ଜଣଙ୍କ ତଳେ ପଡି ଛଟପଟ ହେଉଥିଲେ । ଖବର ପାଇ ଭୁବନ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ । ପରେ ଟାଓ୍ବାର ବ୍ୟାରିକେଡରୁ ମୃତ ଶରୀରକୁ ବାହାରକୁ ଆଣିଥିଲେ । ମୃତ ଯୁବକ ଜଣଙ୍କ ମାନସିକ ରୋଗୀ ବୋଲି ଅନୁମାନ କରାଯାଉଛି । ତେବେ ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ଶବକୁ ଜବତ କରି ତଦନ୍ତ କରୁଛି।