ପ୍ରମୁଖ ଖବର
  • ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ହିଂସା, ଜଣେ ଟିଏମସି କର୍ମୀଙ୍କୁ ହତ୍ୟା, ପୁଣି ବିଜେପି ବିରୋଧରେ ଦଳ ଆଣିଲା ଅଭିଯୋଗ
  • ||
  • ବାଂଲାଦେଶ ମୁହାଁ ବାତ୍ୟା, ପ୍ରଭାବରେ ୪ଜିଲ୍ଲାରେ ବର୍ଷା ଓ ପବନ ସମ୍ଭାବନା, ୪ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଆଲର୍ଟ
  • ||
  • ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ, ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟିଂ, ୪୪୭ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
  • ||
  • ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ, ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଛି ଭୋଟ୍, ୫୮ ସଂସଦୀୟ କ୍ଷେତ୍ରରେ ମତଦାନ ଆରମ୍ଭ
  • ||
  • ସୃଷ୍ଟି ହେଲା ଅବପାତ: ୨୫ ରାତିରୁ ଉପକୂଳରେ ବର୍ଷା, ୨୬ରେ ଭୀଷଣ ବାତ୍ୟା ରୂପ ନେବ
  • ||

ୟୁପିରେ ଭୟଙ୍କର ଦୁର୍ଘଟଣା , ବସ୍‌-ଟ୍ରକ୍‌ ସାମ୍ନା ସାମ୍ନି ଧକ୍କା ; ୮ ଲୋକଙ୍କ ମୃତ୍ୟୁ, ଅନେକ ଆହତ

ଉନ୍ନାଓ : ୟୁପିର ଉନ୍ନାଓରେ ରବିବାର ଦ୍ୱିପ୍ରହରର ଭୟଙ୍କର ଦୁର୍ଘଟଣା ଘଟିଛି। ବସ୍‌-ଟ୍ରକ୍‌ ସାମ୍ନା ସାମ୍ନି ଧକ୍କା ପରେ ଟ୍ରକ୍‌ଟି ବସ୍‌କୁ ଏକ ପାର୍ଶ୍ୱରୁ ଚିରି ଦେଇଛି। ଏଥିରେ ୮ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ୨୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏଥିରେ ଅନେକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ପୁଲିସ ଆହତଙ୍କୁ ସିଏଚସିରେ ଭର୍ତ୍ତି କରାଇଛି। ଡାକ୍ତରମାନେ ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା କରାଇବା ପରେ ଜିଲ୍ଲା ହସ୍ପିଟାଲ ରେଫର କରିଛନ୍ତି। ଦୁର୍ଘଟଣା ସଫିପୁର କୋତବାଲି ଅଞ୍ଚଳର ଉନ୍ନାବ –ହର୍ଦୋଇ ରାସ୍ତାରେ ହୋଇଛି। 

ବାଙ୍ଗରମଉରୁ ଲୋକଙ୍କୁ ନେଇ ଘରୋଇ ବସ୍‌ଟି ଦ୍ୱିପ୍ରହର ୩ଟାରେ ଉନ୍ନାଓ ଆସୁଥିଲା। ସଫିପୁର ଅଞ୍ଚଳର ଜମଲଦିପୁର ଗାଁ ପାଖରେ ସାମ୍ନାରୁ ଆସୁଥିବା ଟ୍ରକ୍‌ ସହ ଧକ୍କା ହୋଇଗଲା। ଦ୍ରୁତ୍‌ ଗତିରେ ଆସୁ ଥିବାରୁ ଟ୍ରକ୍‌ ବସର ଡାହାଣ ଭାଗକୁ ଚିରି ଚାଲି ଯାଇଥିଲା। 

ଦୁର୍ଘଟଣାରେ ଘଟଣା ସ୍ଥଳରେ ୬ଲୋକଙ୍କର ମୃତ୍ୟୁ ହୋଇଥିଲା। ସେଠାରେ ଲୋକଙ୍କ କାନ୍ଦ ଓ ଚିତ୍କାର ଲାଗି ରହିଥିଲା। ଘଟଣା ସ୍ଥଳରେ ପହଞ୍ଚି ପୁଲିସ ଆହତଙ୍କୁ ସଫିପୁର ସିଏଚସି ପଠାଇଥିଲା । ସେଠାରୁ ଜିଲ୍ଲା ହସ୍ପିଟାଲ ଓ ହେଲଟ କାନପୁର ରେଫର କରାଯାଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.