ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଫା ସହର ଭିତରେ ପଶିଲା ଇସ୍ରାଏଲ ସେନା, ଘର ଛାଡିଲେ ୩ ଲକ୍ଷ ପାଲେଷ୍ଟାନୀୟ

ନୂଆଦିଲ୍ଳୀ,୧୩।୫ : ଗାଜାର ରାଫା ସହର ଉପରେ ଇସ୍ରାଏଲର ଆକ୍ରମଣ ଜାରି ରହିଛି।  ଏବେ ସହରର ଖୁବ୍ ଭିତରକୁ ପଶି ଯାଇଛି  ଇସ୍ରାଏଲୀ ସେନା। ରବିବାର ନେତନ୍ୟାହୁଙ୍କ ସେନା ରାଫା ସହର ଭିତରେ କରିଥିଲା ଜୋରଦାର ଆକ୍ରମଣ। ଫଳରେ ଭୟରେ ୩ ଲକ୍ଷରୁ ଅଧିକ ଲୋକ ପଳାୟନ କରିସାରିଛନ୍ତି। ଇସ୍ରାଏଲର କହିବା ଅନୁସାରେ, ରାଫା ହେଉଛି ହମାସ ଆତଙ୍କବାଦୀଙ୍କ ଶେଷ ଶରଣ ସ୍ଥଳ। ଏଥିପାଇଁ ଆମେ ସେଠାରେ ଆକ୍ରମଣ ଜୋରଦାର କରି ତାକୁ ସମ୍ପୂର୍ଣ୍ଣ ଧ୍ବଂସ କରିବାକୁ ଚାହୁଁଛୁ।  କୁହାଯାଉଛି ଆସନ୍ତା ଦିନେ କିମ୍ବା ଦୁଇ ଦିନ ଭିତରେ କିଛି ଖାସ୍ ସ୍ଥାନକୁ ଇସ୍ରାଏଲ ସେନା ଟାର୍ଗେଟ କରିପାରେ। ଇସ୍ରାଏଲର କହିବା ଅନୁସାରେ, ହମାସର ଯୋଦ୍ଧା  ବହୁ ସଂସ୍ଥାକୁ ନିଜର ଠିକଣା କରିଛନ୍ତି। 

ଇସ୍ରାଏଲ ଖାନ୍ ୟୁନିସ୍‌ ସହର ଉପରେ ମଧ୍ୟ ଠିକ୍ ଏଭଳି ଆକ୍ରମଣ ହୋଇଥିଲା।। ଇସ୍ରାଏଲର ଏହି ଆକ୍ସନ ଦ୍ବାରା ଇଜିପ୍ଟ ସମ୍ପୂର୍ଣ୍ଣ ଭାବରେ ରାଗିଯାଇଛି। ସେ ଏବେ ସାଉଥ୍ ଆଫ୍ରିକା ପକ୍ଷରୁ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍‌ରେ ଇସ୍ରାଏଲ ବିରୋଧରେ ଦାଖଲ କେସ୍‌ରେ ସାମିଲ ହେବାର ନିଷ୍ପତ୍ତି ନେଇଛି। ଏହି କେସ୍‌ରେ ଇସ୍ରାଏଲ ଉପରେ ନରସଂହାର ଅଭିଯୋଗ ଲଗାଯାଇଛି। 

ସେପଟେ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କନ କହିଛନ୍ତି, ଏତେ ଭୀଷଣ ଆକ୍ରମଣ କରିବା ଭୁଲ। ଆମେ ଚାହୁଁଛୁ ଗାଜାରେ ପ୍ରଶାସନିକ ବ୍ୟବସ୍ଥା ରହୁ। ସେଠାରେ ଅରାଜକତା ନବଢୁ। ପାଲେଷ୍ଟାନୀୟଙ୍କ କହିବା ଅନୁସାରେ, ଇସ୍ରାଏଲ ରାତାରାତି ଜବାଲିୟା ରିଫ୍ୟୁଜି କ୍ୟାମ୍ପ ଉପରେ ମଧ୍ୟ ଆକ୍ରମଣ କରିଛି। ଏହାଛଡା ଉତ୍ତର ଗାଜାର କିଛି ଅଞ୍ଚଳରେ ଆକ୍ରମଣ ହୋଇଛି। ଜାତିସଂଘର କହିବା ଅନୁସାରେ, ଗାଜାରେ ଖାଦ୍ୟ ସଙ୍କଟ ସୃଷ୍ଟି ହୋଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ନିଷ୍ପତ୍ତିରେ ଇସ୍ରାଏଲ ନେତନ୍ୟାହୁ ଓ ବ୍ରିଟେନ୍‌ର ଡେଭିଡ୍ କ୍ୟାମରୁନ୍ ଅସନ୍ତୋଷ ପ୍ରକାଶ କରିଛନ୍ତି। ଡେଭିଡ୍ କ୍ୟାମରୁନ୍ କହିଛନ୍ତି, ଏହାଫଳରେ ହମାସ ମଜୁବୁତ ହୋଇଯିବ ଓ ସ୍ଥିତି ଇସ୍ରାଏଲର ସୁରକ୍ଷା ପାଇଁ ଠିକ୍ ନୁହେଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.