ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ, ଚଳିତ ବଜେଟ୍‌ରେ ଐତିହାସିକ ପଦକ୍ଷେପ

ନୂଆଦିଲ୍ଲୀ,୨୭/୬: ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ । ମିଳିତ ସଦନକୁ ସମ୍ୱୋଧନ କରୁଛନ୍ତି ରାଷ୍ଟ୍ରପତି । ନୂଆ ସରକାରର ଭିଜନ୍ ରଖୁଛନ୍ତି ମହାମହିମ । ଚଳିତ ବଜେଟରେ ଅନେକ ଐତିହାସିକ ପଦକ୍ଷେପ । ୨୦୨୪ ନୀତି, ନିୟତି ଓ ନିଷ୍ଠାର ଉଦାହରଣ । ନିଜ ଅଭିଭାଷଣରେ ନିର୍ବାଚିତ ସାଂସଦଙ୍କୁ ରାଷ୍ଟପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇଛନ୍ତି । 

ରାଷ୍ଟ୍ରପତି ଦ୍ରୌପଦୀ  ମୁର୍ମୁ ନିଜ ଅଭିଭାଷଣରେ କହିଛନ୍ତି ଯେ,   ଦେଶର ସବୁଠରୁ ବଡ଼ ନିର୍ବାଚନ ଶେଷ ହୋଇଛି । ଏଥର କାଶ୍ମୀର ଘାଟିରେ ବଡ଼ ସଂଖ୍ୟକ ଭୋଟିଂ । ଦେଶରେ ଆର୍ଥିକ ବିକାଶ ଦ୍ରୁତ ଗତିରେ ବଢ଼ାଚଲିଛି । ଗ୍ରାମୀଣ ଅର୍ଥବ୍ୟବସ୍ଥା ଉପରେ ମୋ ସରକାର ଗୁରୁତ୍ୱ । ବିଶ୍ୱ ନିର୍ମାଣରେ ଭାରତ ସହାୟତା ଦେଉଛି । ଭାରତ ସବୁଠୁ ଦ୍ରୁତଗତିରେ ବଢ଼ୁଥିବା ଅର୍ଥନୀତି । ବିଶ୍ୱ ଅର୍ଥନୀତିରେ ଭାରତର ୧୫% ଯୋଗଦାନ ରହିଛି । ୧୦ ବର୍ଷରେ ୨୫ କୋଟି ଭାରତୀୟ ଦାରିଦ୍ର୍ୟ ସାମୀରେଖାରୁ ଉପରକୁ ଉଠିଛନ୍ତି । ୧୦ ବର୍ଷରେ ୨୧ ସହରରେ ମେଟ୍ରୋ ପହଞ୍ଚିଛି । ଗତ ୧୦ ବର୍ଷରେ ଆର୍ଥିକ କ୍ଷେତ୍ରରେ ଉନ୍ନତି ଆସିଛି । ମହାମାରୀ ସତ୍ତ୍ୱେ ଦେଶର ଅଭିବୃଦ୍ଧି ହାର ବଢ଼ିଛି । ମୋ ସରକାର କୃଷକଙ୍କ ବିକାଶ ପ୍ରତିଶ୍ରୁତିବଦ୍ଧ । ୩ କୋଟି ମହିଳାଙ୍କୁ ଲକ୍ଷପତି କରିବାକୁ ଉଦ୍ୟମ ଜାରି ରଖିଛି ସରକାର । ଗ୍ରୀନ୍ ଏନର୍ଜିର ଲକ୍ଷ୍ୟ ନେଇ କାମ କରୁଛି ମୋ ସରକାର । ଲୋକଙ୍କ ବିଜୁଳି ବିଲ୍ ଶୂନ କରିବାକୁ ଯୋଜନା ରଖିଛି ।  ମୋ ସରାକାର ଉପରେ ଲୋକଙ୍କ ଭରଷା ବଢ଼ିଛି ।

ତେବେ  ୨୪ ତାରିଖରୁ ଆରମ୍ଭ ହୋଇଥିବା ଅଷ୍ଟାଦଶ ଲୋକସଭାର ଆଜି ୪ର୍ଥ କାର୍ଯ୍ୟଦିବସ । ଉଦଘାଟନୀ ଦିବସ ଓ ଏହାର ପରଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଓ ସମସ୍ତ ସାଂସଦମାନେ ଶପଥ ଗ୍ରହଣ କରିସାରିଥିବା ବେଳେ ଗତକାଲି (ବୁଧବାର) ବାଚସ୍ପତି ନିର୍ବାଚନ ମଧ୍ୟ ଶେଷ ହୋଇଛି । ସପ୍ତଦଶ ଲୋକସଭାରେ ବାଚସ୍ପତି ଥିବା ଓମ ବିର୍ଲା ପୁଣିଥରେ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରୁଛନ୍ତି । ସରକାର ଗଠନ ହେବା ପରେ ପ୍ରଥମ ଅଧିବେଶନରେ ରାଷ୍ଟ୍ରପତି ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବାର ଗାଣତାନ୍ତ୍ରିକ ପରମ୍ପରା ରହିଛି । ତେଣୁ ଆଜି ରାଷ୍ଟ୍ରପତି ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରୁଛନ୍ତି ।





  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.