ନୂଆଦିଲ୍ଲୀ,୧୪।୧୧: ରାଜଧାନୀ ଦିଲ୍ଲୀରେ ଆଜିକାଲି ପ୍ରଦୂଷଣ ବଢିବାରେ ଲାଗିଛି। ପୂର୍ବରୁ ପ୍ରଦୂଷିତ ବାୟୁ ଲୋକଙ୍କୁ ଅଣନିଶ୍ବାସୀ କରି ଦେଇଛି ଓ ଏବେ ଯମୁନାର ପାଣି ମଧ୍ୟ ପୂର୍ବଠାରୁ ଅଧିକ ବିଷାକ୍ତ ହୋଇଯାଇଛି। ବିପଦଜନକ ରାସାୟନିକ ଜିନିଷ ଅଧିକ ବଢିବା କାରଣରୁ ଯମୁନା ନଦୀର ପାଣି ଫେଣରେ ଭର୍ତ୍ତି ହୋଇଯାଇଛି। ଯମୁନାରେ ଫେଣ ଏଭଳି ସମୟରେ ଆସିଯାଇଛି, ଯେତେବେଳେ ଛଟ ପୂଜା ଖୁବ୍ ଖୁବ୍ ପାଖେଇ ଆସିଛି ଓ ରୋକ ଲଗାଇବା ପରେ ବହୁ ସଂଖ୍ୟାରେ ବ୍ରତଧାରୀ ନଦୀରେ ପୂଜା କରିବାକୁ ପହଞ୍ଚିଥାନ୍ତି।
ଦିଲ୍ଲୀରେ ବର୍ଷା ପରେ ମିଳିଥିବା ଆଶ୍ବସ୍ଥି ପୁଣିଥରେ ଶେଷ ହୋଇସାରିଛି। ମଙ୍ଗଳବାର ଲଗାତାର ଦ୍ବିତୀୟ ଦିନ ପବନର ଗୁଣବତ୍ତା ଖୁବ୍ ଖରାପ ରହିଛି। ସକାଳ ୮ଟା ବେଳେ ରାଜଧାନୀରେ ଏକ୍ୟୁଆଇ ୩୬୩ ଅର୍ଥାତ ବହୁତ ଖରାପ କାଟାଗୋରୀରେ ଥିଲା। ସୁଇଜରଲାଣ୍ଡ କମ୍ପାନୀ ‘ଆଇକ୍ୟୁଏୟାର’ ଅନୁସାରେ, ସୋମବାର ଦୁନିଆର ସବୁଠାରୁ ପ୍ରଦୂଷିତ ସହର ଭିତରେ ଦିଲ୍ଲୀ ସବୁଠାରୁ ଉପରେ ରହିଛି। ଏହାପରେ ପାକିସ୍ତାନର ଲାହୋର ଓ କରାଚୀ ଥିଲା, ସେଭଳି ପ୍ରଦୂଷିତ ସହରରେ ମୁମ୍ବାଇ ପଞ୍ଚମ ଓ କୋଲକାତା ଷଷ୍ଠ ସ୍ଥାନରେ ଥିଲା। ଦିଲ୍ଲୀରେ ରବିବାର ଦୀପାବଳି ଦିନ ୮ ବର୍ଷରେ ସବୁଠାରୁ ଭଲ ବାୟୁର ଗୁଣବତ୍ତାକୁ ଦର୍ଶାଇଛି। ୨୪ ଘଣ୍ଟାର ଆଭରେଜ୍ ଏକ୍ୟୁଆର ଅପରାହନ ୪ଟା ବେଳେ ୨୧୮ରେ ରେକର୍ଡ କରାଯାଇଛି। ତେବେ ରବିବାର ବିଳମ୍ବିତ ରାତିରେ ବାଣ ଫୁଟିବା ଯୋଗୁଁ କମ୍ ତାପମାତ୍ରା ଭିତରେ ପ୍ରଦୂଷଣ ସ୍ତରରେ ବୃଦ୍ଧି ହୋଇଛି।
ସଫେଇର ସବୁ ଦାବିର କରାଯିବା ପରେ ମଧ୍ୟ ଯମୁନାର ସ୍ଥିତି ସୁଧୁରିବାର ନାଁ ଧରୁନି। ନଦୀରେ ଅମୋନିଆ ଓ ଫସଫେଟ୍ର ମାତ୍ରା ବଢିଯିବା କାରଣରୁ ପୁଣିଥରେ ଯମୁନାରେ ଫେଣର ମୋଟ ଆସ୍ତରଣ ଜମି ଯାଇଛି। ନଦୀରେ ଏହାର ରାସାୟନିକ ମାତ୍ର ଆହୁରି ଅଧିକ ବଢିଥିବାରୁ ଦିଲ୍ଲୀବାସୀଙ୍କୁ ଜଳ ସଙ୍କଟର ସାମନା କରିବାକୁ ପଡିପାରେ। ଗତ ବର୍ଷ ଜୁଲାଇରେ ମଧ୍ୟ ଯମୁନାରେ ଅମୋନିଆର ମାତ୍ରା ଅଧିକ ବଢି ଯିବା କାରଣରୁ ବଜିରାବାଦ, ଚନ୍ଦ୍ରାଓ୍ବଲ ଏବଂ ଓଖଲା ଟ୍ରିଟ୍ମେଣ୍ଟ ପ୍ଲାଣ୍ଟକୁ ବନ୍ଦ କରିବାକୁ ପଡିଥିଲ। ଏଥିରେ ନୂଆଦିଲ୍ଲୀ, ପୂର୍ବଦିଲ୍ଲୀ, ଉତ୍ତର ଦିଲ୍ଲୀ ଓ ଦକ୍ଷିଣ ଦିଲ୍ଲୀର ବହୁ ଅଞ୍ଚଳରେ ଜଳ ଯୋଗାଣ ପ୍ରଭାବିତ ହୋଇଥିଲା।
#WATCH | Delhi: Toxic foam floats on the surface of Yamuna River pic.twitter.com/6tAbxjyBqg
— ANI (@ANI) November 14, 2023
ବାୟୁ ପ୍ରଦୂଷଣକୁ ନେଇ ବିଜେପି ଓ ଆମ ଆଦମୀ ପାର୍ଟି ଭିତରେ ଚାଲିଥିବା ରାଜନୈତିକ ଯୁଦ୍ଧ ଏବେ ଯମୁନା କାରଣରୁ ବଢୁଥିବାର ଦେଖିବାକୁ ମିଳୁଛି। ବିଜେପି ସାଂସଦ ପରବେଶ ବର୍ମା ନ୍ୟୁ ଏଜେନ୍ସି ଏଏନ୍ଆଇର ଭିଡିଓ ସେୟାର କରି ଲେଖିଛନ୍ତି ‘ଆପ୍ ସରକାର ୮ ବର୍ଷ ହେବ ସବୁଥର ବଜେଟ୍ରେ ଯମୁନା ସଫେଇ ପାଇଁ କୋଟି କୋଟି ଦାବି କରନ୍ତି, କିନ୍ତୁ ଏହି ଟଙ୍କା କୁଆଡେ ଯାଉଛି, ତାହା କେବଳ କେଜ୍ରିଓ୍ବାଲ ହିଁ ଜାଣନ୍ତି। ଛଟ ପୂଜାରେ ପୂର୍ବାଞ୍ଚଳର ମା-ଭଉଣୀମାନେ କ’ଣ ଏହି ଦୂଷିତ ଯମୁନା ମା’ଙ୍କ କୋଳରେ ବୁଡ ଲଗାଇବେ ? ଦିଲ୍ଲୀ ବିଜେପିର ଏକ୍ସ ହାଣ୍ଡେଲରେ ଲେଖାଯାଇଛି, କେଜ୍ରିଓ୍ବାଲଙ୍କ ରାଜ୍ରେ ଯମୁନାଜୀ ବିଷାକ୍ତ ହୋଇଛି। ଛଟ ବତ୍ରଧାରୀଙ୍କଠାରୁ କେଉଁ କଥାର ପ୍ରତିଶୋଧ ନିଆଯାଉଛି, ତାହା ମୁଖ୍ୟମନ୍ତ୍ରୀ କୁହନ୍ତୁ। ବିଜେପି କେଜ୍ରିସ୍ବାଲଙ୍କୁ ୨୦୧୫ର ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥତରେ ସେ କହୁଛନ୍ତି ୫ ବର୍ଷରେ ଯମୁନାକୁ ସଫା କରି ଦିଆଯିବ।