ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲୋକସଭା ନିର୍ବାଚନ ପୂର୍ବରୁ ଭୋଟର ଲିଷ୍ଟରୁ କଟିଲା ୧.୬୬ କୋଟି ନାଁ, ସୁପ୍ରିମକୋର୍ଟରେ ଏହି କାରଣ ରଖିଲେ ନିର୍ବାଚନ କମିଶନ୍

ନୂଆଦିଲ୍ଲୀ,୬।୨: ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ୍ ୧.୬୬ କୋଟିରୁ ଅଧିକ ଭୋଟରଙ୍କ ନାଁ ଲିଷ୍ଟରୁ ହଟାଇ ଦେଇଛନ୍ତି। ସେଭଳି ରିଭାଇଜ୍ ଲିଷ୍ଟରେ ୨.୬୮ କୋଟିରୁ ଅଧିକ ଲୋକଙ୍କ ନାଁ ସାମିଲ କରାଯାଇଛି। ଏହା ସହିତ ୨୦୨୪ ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଭୋଟ ଦେବା ପାଇଁ ଯୋଗ୍ୟ ମତଦାତାଙ୍କ ସଂଖ୍ୟା ୯୭ କୋଟି ହୋଇଯାଇଛି। ନିର୍ବାଚନ କମିଶନ୍ ସୁପ୍ରିମକୋର୍ଟଙ୍କୁ କହିଛନ୍ତି, ୬କୁ ଛାଡି ବାକି ରାଜ୍ୟରେ ମତଦାତାଙ୍କ ରିଭିଜନ୍ କରାଯାଇଛି। ଆସମ, ମଧ୍ୟ ପ୍ରଦେଶ, ଛତିଶଗଡ, ରାଜସ୍ଥାନ, ମିଜୋରାମ ଓ ତେଲେଙ୍ଗାନାକୁ ଏହାଠାରୁ ଅଲଗା ରଖାଯାଇଛି। 

ସମ୍ବିଧାନ ବଞ୍ଚାଅ ଟ୍ରଷ୍ଟ ପକ୍ଷରୁ ଦାଖଲ କରାଯାଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରୁଥିଲେ। ଏହି ଆବେଦରେ ଦାବି କରାଯାଇଥିଲା ଯେ, ଭୋଟର ଲିଷ୍ଟରୁ ଡୁପ୍ଲିକେଟ୍ ନାଁକୁ କାଟି ଦିଆଯାଇ ଏହାର ସୂଚନା ଉପଲବ୍ଧ କରାଯାଉ। ପିଆଇଏଲ ଉପରେ ଶୁଣାଣି କରୁଥିବା ସିଜେଆଇ ଚନ୍ଦ୍ରଚୂଡଙ୍କ ଖଣ୍ଡପୀଟ ନିର୍ବାଚନ କମିଶନଙ୍କୁ ଏହାର ତଥ୍ୟ ମାଗିଛନ୍ତି। ନିର୍ବାଚନ କମିଶର ସେହି ଲୋକଙ୍କ ସଂଖ୍ୟା ଆଗତ କରିଛନ୍ତି, ଯାହାଙ୍କର ମୃତ୍ୟୁ କିମ୍ବା ନାଁ ରିପିଟ୍ ଥିବା କାରଣରୁ ଭୋଟର ଲିଷ୍ଟରୁ ହଟାଇ ଦିଆଯାଇଛି। ଖଣ୍ଡପୀଠ ମାମଲାର ଆଗାମୀ ଶୁଣାଣି ୧୨ ଫେବୃଆରୀରେ କରିବେ।

ଆଡଭୋକେଟ୍‌ ଅମିତ ଶର୍ମା ନିର୍ବାଚନ କମିଶନଙ୍କ ସତ୍ୟପାଠ କୋର୍ଟରେ ଆଗତ କରିଛନ୍ତି। ଏଥିରେ କୁହାଯାଇଛି ୧ ଜାନୁଆରୀ ୨୦୨୪ ପର୍ଯ୍ୟନ୍ତ ମୋଟ ୨,୬୮,୮୬,୧୦୬ ନୂଆ ଭୋଟରଙ୍କୁ ଯୋଡି ଦିଆଯାଇଛି। ସେଭଳି ମୃତ୍ୟୁ, ଡୁପ୍ଲିକେସନ୍ କିମ୍ବା ପୁଣିଥରେ ଲୋକଙ୍କୁ ଆଉ କେଉଁଠିକୁ ସିଫ୍ଟ ହେବା କାରଣରୁ ୧,୬୬,୬୧,୪୧୩ ନାଁ ହଟାଇ ଦିଆଯାଇଛି। କମିଶନଙ୍କ ପ୍ୟାନେଲ ତରଫରୁ କୁହାଯାଇଛି ବର୍ତ୍ତମାନ ଦେଶରେ ୯୬,୮୨,୫୪,୫୬୦ ମତଦାତା ଲିଷ୍ଟେଡ୍ ଅଛନ୍ତି। ତାଙ୍କ ଭିତରୁ ୧.୮୩ ଲୋକ ୧୮ ବର୍ଷରୁ ୧୯ ବର୍ଷ ଭିତରେ ଅଛନ୍ତି, ଯେଉଁମାନେ କି ପ୍ରଥମ ଥର ଭୋଟ ଦେବେ। 

ଉଲ୍ଲେଖନୀୟ ଯେ, ବର୍ଷକରେ ଥରେ ନିର୍ବାଚନ କମିଶନ୍ ଏସଏସ୍ଆର(ସ୍ପେଶାଲ ସମରି ରିଭିଜନ୍) କରିଥାନ୍ତି। ଆସାମରେ ପରମିସନ୍‌ କାରଣରୁ ଏସ୍ଏସ୍‌ଆର କରାଯାଇନଥିଲା। ସେଭଳି ଅନ୍ୟ ୫ଟି ରାଜ୍ୟରେ ନିକଟରେ ବିଧାନସଭା ନିର୍ବାଚନ କରାଯାଇଛି, ତେଣୁ ବାକି ରାଜ୍ୟରେ ଏସଏସଆର କରାଯାଇଛି। ସତ୍ୟପାଠରେ କୁହାଯାଇଛି ଯେ, ଲୋକସଭା ନିର୍ବାଚନ ପୂର୍ବରୁ ଏହା ଶେଷ ଏସଏସଆର ଅଟେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.