ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟାଇଟାନିକ୍‌ ଜାହାଜର ୧୧୨ ବର୍ଷ ପୁରୁଣା ମେନ୍ୟୁ କାର୍ଡ ଭାଇରାଲ୍

ନୂଆଦିଲ୍ଲୀ ୦୬/୦୪: ବିଶ୍ୱର ସବୁଠୁ ଚର୍ଚ୍ଚିତ ଜାହାଜ ଟାଇଟାନିକ୍‌ ଦୁର୍ଘଟଣାଗ୍ରସ୍ତ ହେବାର ୧୧୨ ବର୍ଷ ପରେ ପୁଣିଥରେ ତାକୁ ନେଇ ଚର୍ଚ୍ଚା କରାଯାଉଛି । କାରଣ ହେଲା ସୋସିଆଲ ନେଟ୍‌ୱର୍କିଂ ସାଇଟ୍‌ ଏକ୍ସରେ ଏହି ଜାହାଜରେ ପରଷା  ଯିବାକୁ ଥିବା ଖାଦ୍ୟର ମେନ୍ୟୁ କାର୍ଡ ସେୟାର କରାଯାଇଛି ଯାହାକି ଭାଇରାଲ୍‌ ହେଉଛି । ସେହି ମେନ୍ୟୁ ଜାହାଜର ପ୍ରଥମ ଓ ତୃତୀୟ ଶ୍ରେଣୀରେ ଥିବା  ଯାତ୍ରୀଙ୍କ ପାଇଁ ପ୍ରସ୍ତୁତ କରାଯାଇଥିଲା । ମେନ୍ୟୁରେ ସକାଳ ଜଳଖିଆ,  ମଧ୍ୟାହ୍ନଭୋଜନ ଓ ରାତ୍ରୀ ଭୋଜନରେ ଚିକେନ୍‌ଠାରୁ ଆରମ୍ଭ କରି ଦଲିଆ  ପର୍ଯ୍ୟନ୍ତ ବିକଳ୍ପ ରହିଛି ।  

ଏକ୍ସରେ ସେୟାର ହୋଇଥିବା ଏହି ପୋଷ୍ଟରେ ଟାଇଟାନିକ୍‌ର ଦୁଇଟି ମେନ୍ୟୁ  କାର୍ଡର ଫଟୋ ରହିଛି । ସେଥିମଧ୍ୟରୁ ପ୍ରଥମ କାର୍ଡଟି ପ୍ରଥମ ଶ୍ରେଣୀ ବା  ଫାଷ୍ଟ କ୍ଲାସ୍‌ ଯାତ୍ରୀଙ୍କ ମେନ୍ୟୁ । ସେଥିରେ ଚିକେନ୍‌, କର୍ନ ବିଫ୍‌, ପରିବା ସିଝା,  ପକୋଡ଼ା ପ୍ରଭୃତି ବ୍ୟଞ୍ଜନ ସାମିଲ । ଏହାଛଡ଼ା ଗ୍ରୀଲ୍‌ଡ ମଟନ ଚପ୍‌, ସିଝା  ଓ ଛଣା ଆଳୁ, କଷ୍ଟାର୍ଡ, ପେଷ୍ଟ୍ରି, ସାଲମନ୍‌ ମାୟୋନିଜ୍‌, ଚିଙ୍ଗୁଡ଼ି, ରୋଷ୍ଟେଡ୍‌  ବିଫ୍‌, ସସେଜ୍‌ ପନିର୍‌, ଚିଜ୍‌ ଓ ଚିକେନର ଆଇଟମ୍‌ ରହିଛି । ଫଳ ଓ ତଟକା  ପନିପରିବାର ଅନେକ ବିକଳ୍ପ ମଧ୍ୟ ଉପଲବ୍ଧ ରହିଛି । ମେନ୍ୟୁର ଟାଇଟଲ୍‌  ‘ଆରଏମଏସ୍‌ ଟାଇଟନିକ୍‌’ ଥିବାବେଳେ ତାରିଖ ୧୯୧୨ ମସିହା ଏପ୍ରିଲ  ୧୪ ତାରିଖ ଉଲ୍ଲେଖ ରହିଛି । 

ଏହି ତାରିଖର ଦ୍ୱିତୀୟ ମେନ୍ୟୁ କାର୍ଡ ମଧ୍ୟ  ରହିଛି ଯାହାକି ତୃତୀୟ ଶ୍ରେଣୀ ଯାତ୍ରୀଙ୍କ ଲାଗି ଉପଲବ୍ଧ । ସେଥିରେ ସକାଳ  ଜଳଖିଆରେ ଦଲିଆ, କ୍ଷୀର, ଆଳୁ, ଅଣ୍ଡା, ବିଭିନ୍ନ ପ୍ରକାର ବ୍ରେଡ୍‌ ଓ ଲହୁଣୀ,  ମୁରବ୍ୱା, ଚା’ ଓ କଫି ପ୍ରଭୃତି ସାମିଲ । ଡିନରରେ ରାଇସ୍‌ ସୁପ୍‌, ପାଉଁରୁଟି,  ବ୍ରାଉନ୍‌ ଗ୍ରେଭି, ବିସ୍କୁଟ, ମିଠା ମକା, ସିଝା ଆଳୁ, ଦଲିଆ, ଚଟଣୀ, କେକ୍‌,  ଆଚାର, ଫଳ, ମାଂସ ପ୍ରଭୃତିର ବିକଳ୍ପ ରହିଛି । ପୋଷ୍ଟର କ୍ୟାପସନ୍‌ରେ  ଲେଖାଯାଇଛି, ଟାଇଟାନିକ୍‌ ବୁଡ଼ିବାର ଦିନକ ପୂର୍ବରୁ ୧୯୧୨ ମସିହା ଏପ୍ରିଲ  ୧୪ ତାରିଖରେ ଜାହାଜର ପ୍ରଥମ ଓ ତୃତୀୟ ଶ୍ରେଣୀର ମେନ୍ୟୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.