ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

କୂଅରେ ପଡ଼ି ଦାଦା-ପୁତୁରା ମୃତ

ଜଟଣୀ, ୩୦।୬  - ଜଟଣୀ ମୁନିସିପାଲିଟି ଅନ୍ତର୍ଗତ ୧୨ ନମ୍ବର ୱାର୍ଡ ର ଗୋଡ଼ା ଧର୍ମସାଗର ଅଂଚଳ ରବିବାର ସନ୍ଧ୍ୟାରେ ଏକ ଦୁଖଦଃ ଘଟଣା ଘଟି ଯାଇଛି l କୂଅରେ ପଡି ଦାଦା-ପୁତୁରାଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଦୁଲ୍ଲା ନାୟକ ଓ ନିଖିଳ ନାୟକ।

ରବିବାର ସନ୍ଧ୍ୟାରେ ଗୋଡ଼ା ଧର୍ମ ସାଗର ଅଂଚଳ ର ନିଖିଳ ନାୟକ ପାଖରେ ଥିବା ଏକ କୂଅକୁ ପାଣି ଆଣିବାକୁ ଯାଇଥିବାବେଳେ ହଠାତ ଗୋଡ଼ ଖସି ଯିବାରୁ କୂଅରେ ପଡିଯାଇଥିଲେ। ପୁତୁରା କୂଅରେ ପଡିଯିବା ଶୁଣି ଦାଦା ଦୁଲ୍ଲା ନାୟକ ପୁତୁରାକୁ ବଞ୍ଚେଇବାକୁ କୂଅକୁ ଡେଇଁ ପଡ଼ିଥିଲେ। ଉଭୟ ପାଣିରେ ବୁଡ଼ିଯାଇଥିଲେ l ଜଟଣୀ  ଅଗ୍ନିଶମ ବାହିନୀ ଖବର ପାଇ ସାଙ୍ଗେସଙ୍ଗେ ଆସି ଉଭୟଙ୍କୁ କୂଅରୁ ଉଦ୍ଧାର କରି ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।  ଡାକ୍ତର ସେଠାରେ ଚିକିତ୍ସା କରି ଉଭୟଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି l ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ୨ ମୃତକଙ୍କ ମୃତଦେହକୁ ବ୍ୟବଛେଦ ପାଇଁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଛି l 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.