ପ୍ରମୂଖ ଖବର

ଚମାଖଣ୍ଡି ଥାନା ଅଞ୍ଚଳରେ ପୃଥକ ପୃଥକ ସ୍ଥାନରେ ପାଣିରେ ବୁଡି ୨ ମୃତ

ଛତ୍ରପୁର, ୨୭/୦୩ : ହୋଲି ଖେଳି ସାରି ଗାଧୋଇବାକୁ ଯାଉଥିବା ବେଳେ ଅଘଟଣ। ଚମାଖଣ୍ଡି ଥାନା ଅନ୍ତର୍ଗତ ମାଙ୍ଗୁଆରୀପେଟା ଏବଂ ଆଇଆରଇ ନିକଟରେ ୨ଟି ପୃଥକ ପୃଥକ ଦୁର୍ଘଟଣାରେ ପାଣିରେ ବୁଡି ଦୁଇ ଜଣଙ୍କ ମୃତ୍ୟ ଘଟିଛି। ଆଇଆଇସି ଦୀପିକା ରାୟ ଏନେଇ ସୂଚନା ଦେଇଛନ୍ତି। ୨ଟି ଅପମୃତ୍ୟ ମାମଲା ରୁଜୁ କରାଯାଇ ଶବ ବ୍ୟବଛେଦ ପରେ ତାଙ୍କ ପରିବାରକୁ ଶବ ହସ୍ତାନ୍ତର କରାଯାଇଥବା ସୂଚନା ମିଳିଛି।

ସୂଚନାନୁଯାୟୀ, ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ମଙ୍ଗୁଆରୀପେଟା ଗ୍ରାମରେ ଥିବା ଏକ ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ ଗ୍ରାମର ପି. ମନ୍ମଥରାଓ (୪୨ ବର୍ଷ)। ସେ ଗାଧୋଇବାକୁ ଯାଇଥିବା ବେଳେ ତାଙ୍କର ଗୋଡ ଖସି ଯାଇଥିଲା। ସେଠାରେ ଉପସ୍ଥିତ କିଛି ଲୋକେ ଘଟଣା ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଚମାଖଣ୍ଡି ଥାନା ପୋଲିସ ମେଡିକାଲରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। 

ସେହିପରି ଆଇଆରଇ କମ୍ପାନୀ ନିକଟରେ ଖାଲରେ ଗାଧୋଇବାକୁ ଯାଇଥିବା ବେଳେ ଖଲି ନାୟକଙ୍କ ଗୋଡ଼ ଖସି ମୃତ୍ୟ ଘଟିଥିଲା। ମୃତକ ଜଣକ ହେଲେ ବାସନାପୁଟି ଗ୍ରାମର ବୋଲି ସୂଚନା ମିଳିଛି। ଆଇଆରଇ କମ୍ପାନୀ ଡ୍ରେଜିଙ୍ଗ କରି ସେଗୁଡିକ ଖାଲି କରି ରଖିଥିବାରୁ କ୍ରମଶଃ ସେଠାରେ ଏହିପରି ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.