ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଯବାନଙ୍କ ଗୁଳିରେ ୨ ଜଣ ନକ୍ସଲ ମୃତ, ବସ୍ତର ଫାଇଟର୍ସ ୨ ଜଣ ଯବାନ ଆହତ

ମାଲକାନଗିରି, ୨୪।୩: ମାଲକାନଗିରିର ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାର ପିଡ଼ିଆ ଜଙ୍ଗଲରେ ସୁରକ୍ଷା କର୍ମୀ ଓ ନକ୍ସଲ ପନ୍ଥୀଙ୍କ ମଧ୍ୟରେ ଗତକାଲି ଏନକାଉଣ୍ଟର ହୋଇଥିବା ବେଳେ ଯବାନଙ୍କ ଗୁଳିରେ ୨ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି । ଘଟଣାସ୍ଥଳରୁ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ ହୋଇଛି । ବିଜାପୁର ଏବଂ ଦାନ୍ତେୱାଡ଼ା ସୀମାବର୍ତ୍ତୀ ଅଞ୍ଚଳରେ ନକ୍ସଲମାନଙ୍କ ବିରୋଧରେ ଏକ ବଡ଼ ଧରଣର ଅପରେସନ ଆରମ୍ଭ ହୋଇଛି । ବିଜାପୁର, ଦନ୍ତେୱାଡ଼ା ଏବଂ ସୁକମାର ଏସପି ଏହି ନକ୍ସଲ ବିରୋଧୀ ଅପରେସନ ଉପରେ ନଜର ରଖିଛନ୍ତି । ଏହି ଅପରେସନରେ ଡିଆରଜି, ବସ୍ତର ଫାଇଟର୍ସ ଏବଂ କୋବ୍ରା ବାହିନୀର ଯବାନ ସାମିଲ ହୋଇଛନ୍ତି । 

ଅନ୍ୟପଟେ ବସ୍ତର ଫାଇଟର୍ସ ୨ ଜଣ ଯବାନ ନକ୍ସଲ ବିରୋଧୀ ଅପରେସନରେ ଯାଉଥିବା ବେଳେ ଆଇଇଡି ବିସ୍ଫୋରଣରେ ଆହତ ହୋଇଛନ୍ତି । ପ୍ରାଥମିକ ଚିକିତ୍ସା ପରେ ଆହତ ଯବାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି । ଛତିଶଗଡ଼ରେ ନିର୍ବାଚନ ପୁର୍ବରୁ ନକ୍ସଲ ପନ୍ଥୀଙ୍କୁ ଦମନ କରିବା ଲାଗି ଯବାନଙ୍କ ପକ୍ଷରୁ ଜୋରଦାର ଅପରେସନ ଆରମ୍ଭ ହୋଇଛି । 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.