ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

୨୦୨୪-୨୫ ବଜେଟ୍‌ ପ୍ରସ୍ତୁତି ଆରମ୍ଭ, ସାଧାରଣ ନିର୍ବାଚନ ଥିବାରୁ ଏହା ହେବ କାମଚଳା ବଜେଟ୍

ନୂଆଦିଲ୍ଲୀ,୦୫/୦୯: ୨୦୨୪-୨୫  କାମଚଳା ବଜେଟ୍‌ ପାଇଁ ଅର୍ଥ ମନ୍ତ୍ରାଳୟ ପ୍ରସ୍ତୁତି ଆରମ୍ଭ କରିଛି । ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ବିଭାଗରୁ ବ୍ୟୟ ଦାବି ଆହ୍ୱାନ  କରାଯାଇଛି । 

ଆସନ୍ତା ବର୍ଷ ପ୍ରଥମ ଭାଗରେ ସାଧାରଣ ନିର୍ବାଚନ ଥିବାରୁ ଏହା ଏକ କାମଚଳା ବଜେଟ୍‌ ହେବ । ନିର୍ବାଚନ ପରେ  ନୂଆ ସରକାର କ୍ଷମତାକୁ ଆସିବା ପରେ  ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ ।  ଚଳିତ ବର୍ଷ ଅକ୍ଟୋବର ମାସର  ଦ୍ୱିତୀୟ ସପ୍ତାହରେ ବ୍ୟୟ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରାକ୍‌-ବଜେଟ ବୈଠକଗୁଡ଼ିକ  ଆରମ୍ଭ ହେବ । ଏହା ନଭେମ୍ବର ମଧ୍ୟଭାଗ  ଯାଏ ଜାରି ରହିବ ବୋଲି ଅର୍ଥନୈତିକ  ବ୍ୟାପାର ବିଭାଗ ଅଧୀନ ବଜେଟ୍‌  ଡିଭିଜନ୍‌ର ବଜେଟ୍‌ ସର୍କୁଲାର ୨୦୨୪- ୨୫ରୁ ଜଣାପଡ଼ିଛି । 

ସେପ୍ଟେମ୍ବର ୧ରେ ଜାରି ଏହି  ସର୍କୁଲାର ଅନୁସାରେ, ଅକ୍ଟୋବର ୫ ସୁଦ୍ଧା  ଆବଶ୍ୟକୀୟ ତଥ୍ୟଗୁଡ଼ିକ ଦାଖଲ ହେବ,  ଯାହାକୁ ଆର୍ଥିକ ଉପଦେଷ୍ଟାମାନେ ସୁନିଶ୍ଚିତ  କରିବେ । ପ୍ରାକ୍‌-ବଜେଟ୍‌ ବୈଠକଗୁଡ଼ିକ  ପରେ ୨୦୨୪-୨୫ କାମଚଳା ବଜେଟ୍‌ ପାଇଁ  ବ୍ୟୟବରାଦ ସ୍ଥିର କରାଯିବ ।  ଏହା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ  ଷଷ୍ଠ ବଜେଟ୍‌ ହେବ । ୨୦୧୯ ଜୁଲାଇରେ  ସୀତାରମଣ ତାଙ୍କର ପ୍ରଥମ ପୂର୍ଣ୍ଣାଙ୍ଗ୍‌ ବଜେଟ୍‌  ଉପସ୍ଥାପନ କରିଥିଲେ ।  

୨୦୨୪-୨୫ କାମଚଳା ବଜେଟ୍‌  ଫେବ୍ରୁଆରୀ ୧ରେ ଉପସ୍ଥାପନ  ହୋଇପାରେ । ପୂର୍ବରୁ ଫେବ୍ରୁଆରୀ  ମାସର ଅନ୍ତିମ କାର୍ଯ୍ୟ ଦିବସରେ ବଜେଟ୍‌  ଉପସ୍ଥାପନ ହେଉଥିଲା । ନରେନ୍ଦ୍ର ମୋଦି  ସରକାର ଏ ବ୍ୟବସ୍ଥାକୁ ହଟାଇ ଫେବ୍ରୁଆରୀ  ୧ରେ ବଜେଟ୍‌ ଉପସ୍ଥାପନ କରୁଛନ୍ତି । 

Copyright © 2022 - Summa Real Media Private Limited. All Rights Reserved.