ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜ୍ୟରେ ଭୋଟ୍ ଗଣତି ଜାରି, ୫୦ ସିଟ୍‌ରେ ବିଜେପି ଆଗୁଆ

ଭୁବନେଶ୍ଵର, ୦୪/୦୬ : ରାଜ୍ୟରେ ୧୪୭ ବିଧାନସଭା ଆସନରେ ଭୋଟ୍ ଗଣତି ଜାରି ରହିଛି। ବର୍ତ୍ତମାନର ଟ୍ରେଣ୍ଡ୍ ଅନୁଯାୟୀ ରାଜ୍ୟରେ ବିଜେପି ୫୦ ସିଟ୍‌ରେ ଆଗରେ ରହିଥିବା ବେଳେ ବିଜେଡି ୩୦ ଏବଂ କଂଗ୍ରେସ ମାତ୍ର ୬ଟି ସିଟ୍‌ରେ ଆଗରେ ରହିଛି। 

ବର୍ତ୍ତମାନର ଟ୍ରେଣ୍ଡ୍ ଅନୁଯାୟୀ, ଆନନ୍ଦପୁରରେ କଂଗ୍ରେସ ପ୍ରାର୍ଥୀ ଜୟଦେବ ଜେନା ୨୩୬୯ ଭୋଟ୍‌ରେ ଆଗୁଆ ରହିଥିବା ବେଳେ ବିଜେଡି ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କୁ ୨୨୪୧ ଭୋଟ୍ ମିଳିଛି। ବିଜେପି ପ୍ରାର୍ଥୀ ଆଲୋକ କୁମାର ସେଠୀଙ୍କୁ ୧୫୦୬ ଭୋଟ୍‌ ମିଳିଛି। 

ଅନୁଗୁଳରେ ବିଜେପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନ ୯୩୩୦ ଭୋଟ୍‌ରେ ଆଗୁଆ ରହିଥିବା ବେଳେ ବିଜେଡି ପ୍ରାର୍ଥୀ ସଞ୍ଜୁକ୍ତା ସିଂ ୬୯୦୬ ଭୋଟ୍ ମିଳିଛି। ସେହିପରି କଂଗ୍ରେସ ପ୍ରାର୍ଥୀ ଅମ୍ବିକା ଭଟ୍ଟଙ୍କୁ ୭୫୯ ଭୋଟ୍ ମିଳିଛି। 

ଆଠମଲ୍ଲିକରେ ବିଜେଡି ପ୍ରାର୍ଥୀ ନଳିନୀ କାନ୍ତ ପ୍ରଧାନ ୮୮୦୩ ଭୋଟ୍‌ରେ ଆଗରେ ଥିବା ବେଳେ ବିଜେପି ପ୍ରାର୍ଥୀ ସଞ୍ଜୀବ କୁମାର ସାହୁଙ୍କୁ ୮୩୧୧ ଭୋଟ୍ ମିଳିଛି। ସେହିପରି କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଶେଖର ଚାଉଳିଆଙ୍କୁ ୪୬୬ ଭୋଟ୍ ମିଳିଛି। 

ଆତାବିରାରେ ବିଜେପି ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦ ୯୧୯୬ ଭୋଟ୍‌ରେ ଆଗୁଆ ଥିବା ବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୫୯୪୬ ଭୋଟ୍ ମିଳିଛି। କଂଗ୍ରେସ ପ୍ରାର୍ଥୀ ଅଭିଷେକ ସେଠଙ୍କୁ ୮୪୬ ଭୋଟ୍ ମିଳିଛି। 

ଆଳିରେ ବିଜେଡି ପ୍ରାର୍ଥୀ ପ୍ରତାପ କେଶରୀ ଦେବ ୪୪୭୭ ଭୋଟ୍‌ରେ ଆଗୁଆ ଥିବା ବେଳେ ବିଜେପି ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କୁ ୩୫୩୭ ଭୋଟ୍ ମିଳିଛି। କଂଗ୍ରେସ ପ୍ରାର୍ଥୀ ଦେବସ୍ମିତା ଶର୍ମାଙ୍କୁ ୧୯୦୦ ଭୋଟ୍ ମିଳିଛି।  


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.