ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ସମ୍ବଲପୁରରେ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍, ବାଂଲାଦେଶୀଙ୍କୁ ଜଗିବ ପୋଲିସ

ସମ୍ବଲପୁର, ୨୦/୦୮ : ବାଂଲାଦେଶୀଙ୍କୁ ଜଗିବା ପାଇଁ ସମ୍ବଲପୁରରେ ଖୋଲଲା ରାଜ୍ୟର ପ୍ରଥମ କଣ୍ଟ୍ରୋଲ ରୁମ୍। ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଆରମ୍ଭ ହୋଇଛି। ଏହାର ଦାୟିତ୍ଵରେ ୩ ଜଣ ଇନ୍ସପେକ୍ଟରଙ୍କୁ ନିୟୋଜିତ କରାଯାଇଛି। ସିଫ୍ଟ ଅନୁସାରେ ୩ ଜଣ ଡ୍ୟୁଟି କରିବେ। କୌଣସି ଲୋକ ସନ୍ଦେହ ଘେରକୁ ଆସିବା ପରେ ପୋଲିସ ଜାରି କରିଥିବା ହ୍ଵାଟସଆପ୍ ନମ୍ବରରେ ଯୋଗାଯୋଗ କରିବାକୁ ଜିଲ୍ଲାବାସୀଙ୍କୁ କୁହାଯାଇଛି। ଖବର ମିଳିବା ମାତ୍ରେ ପୋଲିସର ତୁରନ୍ତ ଗୋଟିଏ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବ। ବାଂଲାଦେଶୀଙ୍କୁ ଜଗିବାକୁ ସମ୍ବଲପୁର ପୋଲିସ ଏଭଳି ପଦକ୍ଷେପ ଗ୍ରହଣ କରିଛି। 

ସମ୍ବଲପୁର ଏସ୍ପି ମୁକେଶ ଭାମୂଙ୍କ ନିର୍ଦ୍ଦେଶ ଅନୁସାରେ, ଜିଲ୍ଲାରେ ବାଂଲାଦେଶୀଙ୍କୁ ଜଗିବାକୁ ସ୍ବତନ୍ତ୍ର ରଣନୀତି ଗ୍ରହଣ କରାଯାଇଛି। ସମସ୍ତଙ୍କୁ ନଜରରେ ରଖିବାକୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଏହି କଣ୍ଟ୍ରୋଲ ରୁମ୍‌କୁ ସୂଚନା ଆସିବା ମାତ୍ରେ ସେହି ଅଞ୍ଚଳର ଏସ୍ଡିପିଓଙ୍କୁ ତୁରନ୍ତ ସୂଚନା ଦେବେ। ସେମାନେ ଘଟଣସ୍ଥଳକୁ ଯାଇ ତଦନ୍ତ କରିବେ। ଅଭିଯୋଗ ହୋଇଥିବା ବ୍ୟକ୍ତି ପ୍ରକୃତରେ ବାଂଲାଦେଶୀ କି ନୁହେଁ, ତାହା ଯାଞ୍ଚ କରାଯିବ। ପୂର୍ବରୁ ‘ମୋ ସରକାର’ରେ କାର୍ଯ୍ୟ କରୁଥିବା ସମସ୍ତ ଅଧିକାରୀ ଏହି ଯାଞ୍ଚ ପ୍ରକ୍ରିୟାକୁ ସହଯୋଗ କରିବେ। ପ୍ରକୃତରେ ଏମାନେ ବାଂଲାଦେଶୀ ପ୍ରବାସୀ ଶ୍ରମିକ କି ନୁହେଁ, ତାର ଖୋଳତାଡ ହେବ। ଜଣେ ଏଏସ୍ପିଙ୍କ ତତ୍ତ୍ଵାବଧାନରେ ଏହି ଟିମ୍ କାମ କରିବ। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.