ଖଲ୍ଲିକୋଟ , ୧୭।୪ : ଖଲ୍ଲିକୋଟ ନିର୍ମଳଝର ନିକଟବର୍ତ୍ତୀ ମୁକୁନ୍ଦପୁର ଛକ ରୁ ଭୋରୁ ପୋଲିସ ପାଟ୍ରୋଲିଂ ବେଳେ ୨୫ କିଲୋ ଗଞ୍ଜେଇ ଜବତ କରିବା ସହ ଚାଲାଣ କାରୀକୁ ଗିରଫ କରିଛି।
କୋଦଳା ରୁ ଖଲ୍ଲିକୋଟ ଆଡ଼େ ଏକ ସ୍କୁଟି (ନଂ. ଓଡି ୦୭ ଏପି ୯୯୩୦ )ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ପୋଲିସ ସୂଚନା ପାଇଥିଲା। ଖବର ପାଇ ଏସ ଆଇ ପିଙ୍କିନି ପଟ୍ଟନାୟକ, ଏ ଏସ ଆଇ ଅନିଲ ଶବର, ହାବିଲଦାର ରମେଶ କୁମାର ରାଉତ ଅନ୍ୟ ପୋଲିସ କର୍ମଚାରୀ ଙ୍କ ସହ ମୁକୁନ୍ଦପୁର ଛକ ରେ ଚଢ଼ାଉ କରି ଦୁଇଟି ଅଖା ରେ ଥିବା ୨୫ କିଲୋ ରୁ ଉର୍ଦ୍ଧ ଗଞ୍ଜେଇ ସହ ସ୍କୁଟି କୁ ଜବତ କରିଥିଲେ । ଚୋରା ଚାଲାଣ କାରୀ କୋଦଳା ପଣ୍ଡା ସାହି ର ସୋନୁ ମୁନି କୁ ଗିରଫ କରିଥିଲେ। ଗଞ୍ଜେଇ ଖଲ୍ଲିକୋଟ ଷ୍ଟେସନ ଯାଇଥାନ୍ତା ଏବଂ ସେଠାରୁ ରାଜ୍ୟ ବାହାରକୁ ଚାଲାଣ ହୋଇଥାନ୍ତା ବୋଲି ଆଇଆଇସି ନରେଶ କୁମାର ସାହୁ କହିଛନ୍ତି। ଚଢ଼ାଉ ବେଳେ ଖଲ୍ଲିକୋଟ ଅତିରିକ୍ତ ତହସିଲଦାର ଅଜୟ କୁମାର ସ୍ୱାଇଁ ଉପସ୍ଥିତ ଥିଲେ। ଏ ସମ୍ପର୍କ ରେ ଖଲ୍ଲିକୋଟ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।
ଆହୁରି ପଢନ୍ତୁ : ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ