ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନୀଳଗିରି ଗୋପୀନାଥପୁର ନୂତନ ଷ୍ଟେସନକୁ ଚାଲିବ ୩ଟି ମେମୁ ଟ୍ରେନ, ରେଳବିଭାଗ ତରଫରୁ ଆସିଲା ନିର୍ଦ୍ଦେଶନାମା

ନୀଳଗିରି,୭/୧୨ ବାଲେଶ୍ଵର ଜିଲ୍ଲା ନୀଳଗିରି ଗୋପୀନାଥପୁର ଠାରେ ନବ ନିର୍ମିତ ଷ୍ଟେସନ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପେସେଞ୍ଜର ଟ୍ରେନ ଗଡ଼ିବା ନେଇ ଅଞ୍ଚଳବାସୀ ଉତ୍ସାହର ସହ ଅନାଇ ବସିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ତିନୋଟି ମେମୁ ଟ୍ରେନ ଗଡ଼ିବା ନେଇ ରେଳ ବିଭାଗ ତରଫରୁ ନିର୍ଦ୍ଦେଶନାମା ଆସିଥିବା ଜଣାପଡିଛି । ଏହା ବାଲେଶ୍ଵର -ନୀଳଗିରି ମଧ୍ୟରେ ଯିବାର ସମୟ ସ୍ଥିର ହୋଇଛି । ବାଟରେ ସୁତେଇ ବଡ଼ଗାଁରେ ଟ୍ରେନ ଯାତ୍ରୀଙ୍କ ପାଇଁ ରହଣି ବ୍ୟବସ୍ଥା ରହିଛି । ରେଳବାଇ ବୋର୍ଡର ଜଏଣ୍ଟ ଡ଼ାଇରେକ୍ଟର ବିବେକ କୁମାର ସିନହା ଗତ ୫ ତାରିଖରେ ଏହି ନିର୍ଦେଶ ଦେଇଥିବା ଜଣାପଡିଛି । ତେବେ ନୂତନ ରେଳ ଷ୍ଟେସନ ଉଦଘାଟନ ଉତ୍ସବ ସ୍ଥଗିତ ହୋଇଥିବା ବେଳେ ଆଉ କିଛିଦିନ ପରେ ରେଳମନ୍ତ୍ରୀ ଉଦଘାଟନ ପରେ ଯାଇ ଏହି ରେଳ ସେବା ଅଞ୍ଚଳବାସୀ ପାଇ ପାରିବେ ବୋଲି ଜଣାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.