ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ସିରିଆର ଇଡଲିବରେ ଋଷିଆର ଏୟାରଷ୍ଟ୍ରାଇକ୍, ୩୪ ମୃତ, ୬୦ ଆହତ

ମସ୍କୋ, ୧୩/୧୧: ଋଷିଆର ବାୟୁସେନା ସିରିଆରେ ଏୟାରଷ୍ଟ୍ରାଇକ୍ କରିଛି । ଏଥିରେ ୩୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଆହତ ହୋଇଛନ୍ତି । ସିରିଆର ଇଡଲିବ୍ ପ୍ରାନ୍ତରେ ଋଷିଆ ସେନା କରିଛି ଏୟାରଷ୍ଟ୍ରାଇକ୍ । ଏନେଇ ଋଷିଆ ରିକନେକ୍ସିସନ୍ ସେଣ୍ଟର ଫର୍ ସିରିଆର ଡେପୁଟି ହେଡ୍ ସୂଚନା ଦେଇଛନ୍ତି ।

ସିରିଆରେ ରହିଥିବା ଅବୈଧ ଅସ୍ତ୍ରଶସ୍ତ୍ର ଭଣ୍ଡାର ଉପରେ ଆକ୍ରମଣ କରିଛି ଋଷିଆ । ଋଷର ଅଧିକାରୀଙ୍କ ଅନୁସାରେ, ୭ ଥର ଆକ୍ରମଣ କରାଯାଇଛି । ତେବେ ଆକ୍ରମଣ କରାଯାଇଥିବା କ୍ଷେତ୍ର ଗୁଡ଼ିକ ସିରିଆ ସେନାର ନିୟନ୍ତ୍ରଣର ରହିଛି । ଆକ୍ରମଣକୁ ସିରିଆ ନିନ୍ଦା କରିବା ସହ ଏଥିରେ ସାଧାରଣ ଲୋକ ମୃତାହତ ହୋଇ ନଥିବା କହିଛି । ସିରିଆର ବିରୋଧୀ କହିଛନ୍ତି, ଗାଜା ଯୁଦ୍ଧରୁ ମସ୍କୋ ଓ ଦାମାସ୍କସ୍ ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି । 

ବ୍ୟାକ୍ ଗିୟରରେ ପକାଇ ଦମ୍ପତିଙ୍କ ଜୀବନ ନେଲା ଡ୍ରାଇଭର୍ : କାର୍ ଜବତ, ଚାଳକ ଅଟକ

ଅନ୍ୟପଟେ ସିରିଆରେ ତୃତୀୟ ସପ୍ତାହରେ ତୃତୀୟ ଲାଗି ଆମେରିକା ମଧ୍ୟ ଏୟାରଷ୍ଟ୍ରାଇକ୍ କରିଛି । ଇରାନ୍ ସମର୍ଥିତ ଗ୍ରୁପ୍ ଉପରେ ଆମେରିକା ଆକ୍ରମଣ କରିଛି । ଏହା ପୂର୍ବରୁ ଆମେରିକା ସୈନ୍ୟ ଉପରେ ସିରିଆ ଓ ଇରାକରେ ଆକ୍ରମଣ ହୋଇଥିଲା । ଏହାର ପ୍ରତି ଜବାବରେ ଆମେରିକା କରିଛି ଏୟାରଷ୍ଟ୍ରାଇକ୍ ।

ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲୟଡ୍ ଅଷ୍ଟିନ୍ କହିଛନ୍ତି, ସେନା ଅଲବୁ କମଲ୍ ନିକଟରେ ଟ୍ରେନିଂ ଫ୍ୟାସିଲିଟିକୁ ଟାର୍ଗେଟ୍ କରିଛି । ଆକ୍ରମଣ ପାଇଁ ରାଷ୍ଟ୍ରପତି ଜୋ ବାଇଡେନ୍ ନିର୍ଦ୍ଦେଶ ଦେଇଥିଲେ । ଆମେରିକାର ପ୍ରାଥମିକତା ସୈନ୍ୟଙ୍କ ସୁରକ୍ଷା ବୋଲି କୁହାଯାଇଛି ।

ମହିଳାଙ୍କ ସମେତ ୩ ପୁଅଙ୍କୁ ଛୁରୀ ଭୁସି ହତ୍ୟା, ଖେଳୁଥିବା ବେଳେ ୧୨ ବର୍ଷର ବାଳକକୁ ବି ମାରିଦେଲେ

ନିକଟରେ ସିରିଆରେ ଇରାନ୍ ସମର୍ଥିତ ଗୋଷ୍ଠୀ ଆମେରିକା ସୈନ୍ୟଙ୍କ ଉପରେ ଆକ୍ରମଣ କରିଥିଲେ । ୪୦ ଥର ଆକ୍ରମଣ ହୋଇଥିବା ବେଳେ ୪୫ ଜଣ ଯବାନ ସାମାନ୍ୟ ଆହତ ହୋଇଥିଲ । ଏହାର ଜବାବରେ ଆମେରିକା ଆକମ୍ରଣ କରୁଛି । ସିରିଆରେ ଆମେରିକାର ୯୦୦ ଯବାନ ମୁତୟନ ହୋଇଥିବା ବେଳେ ଇରାକରେ ଅଛନ୍ତି ୨୫୦୦ ସୈନ୍ୟ ।

Copyright © 2022 - Summa Real Media Private Limited. All Rights Reserved.