ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମଧୁମେହ ରୋଗୀଙ୍କ ପାଇଁ ୪୦ ପ୍ରଜାତି ଧାନ, ଜୈବିକ ପଦ୍ଧତିରେ ହେଉଛି ଚାଷ

ଭୁବନେଶ୍ୱର, ୨୮/୦୨ : ଓଡ଼ିଶାରେ ଅଧାରୁ ଅଧିକାଂଶ ଚାଷୀ ଧାନ ଚାଷ କରିଥାନ୍ତି । କିନ୍ତୁ ଚାଷ ପ୍ରତି ଆଗ୍ରହ କମୁଥିବା ବେଳେ ଜନସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି । ସେଥିପାଇଁ କମ୍‌ ଚାଷରେ ଅଧିକ ଅମଳ କରିବାକୁ ଉଭୟ ବୈଜ୍ଞାନିକ ଓ ଚାଷୀ ନୂଆ ପଦ୍ଧତି ଆପଣାଉଛନ୍ତି । ଫଳରେ ଅଧିକ ଧାନ ଅମଳ ପାଇଁ ଅଧିକ ମାତ୍ରାରେ ସିନ୍ଥେଟିକ୍‌ ଫର୍ଟିଲାଇଜର୍‌ ପକାଇବାକୁ ପଡ଼ୁଛି । ଏଭଳି ସାର ପ୍ରୟୋଗ ଦ୍ୱାରା ମାଟି, ପାଣି, ପବନ ପ୍ରଦୂଷଣ ହେଉଛି । ସେହି ମାଟିରୁ ଉତ୍ପାଦିତ ହେଉଥିବା ଫସଲ ବି ଭିଟାମିନ୍‌ଯୁକ୍ତ ହୋଇ ରହୁନାହିଁ । ଯାହା ମଧୁମେହ ରୋଗର ଅନ୍ୟତମ କାରଣ ପାଲଟିଛି । ଆମେ ଗ୍ରହଣ କରୁଥିବା ଖାଦ୍ୟକୁ ନ ବଦଳାଯାଏ ତାହେଲେ ମଧୁମେହ ଏକ ମହାମାରୀର ରୂପ ନେବ । ପିଲାଠାରୁ ବୟସ୍କ ସମସ୍ତେ ମଧୁମେହ ରୋଗରେ ଆକ୍ରାନ୍ତ ହେବେ । 

ଏହି ମଧୁମେହ ସମସ୍ୟାକୁ ଆଖିଆଗରେ ରଖି ନିମାପଡ଼ାର ଡ.ଶୁଭାଶିଷ ବଳ ୨୦୧୫ରୁ ଚାଷ କରିଆସୁଛନ୍ତି ମଧୁମେହମୁକ୍ତ ଧାନ ଚାଷ । ଫଳାଉଛନ୍ତି ୪୦ରୁ କିସମରୁ ଅଧିକ ମଧୁମେହମୁକ୍ତ ଧାନ । ଯାହାକୁ ଖାଇଲେ ମଧୁମେହ ଧୀରେ ଧୀରେ ନିୟନ୍ତ୍ରଣକୁ ଆସିବ । ସେ ଡାଇବେଟିସ୍‌ ଧାନକୁ ଜୈବିକ ଉପାୟରେ ଚାଷ କରୁଛନ୍ତି । ଫଳରେ ମାଟି, ପାଣି ପବନ ପ୍ରଦୂଷିତ ହେଉନାହିଁ । ସେହି ଚାଉଳ ଖାଇଲେ ଶରୀରରେ ରୋଗ ପ୍ରତିରୋଧକ ବୃଦ୍ଧି ପାଇବ ବୋଲି ଡ.ଶୁଭାଶିଷ କହିଛନ୍ତି । ସେ ଯେଉଁସବୁ ଧାନ ଚାଷ କରୁଛନ୍ତି ତାହାର ଗ୍ଲାଇସେମିକ୍‌ ଇନ୍‌ଡେକ୍ସ(ଜିଆଇ) କମ୍‌ ଅଛି । ବେବି କଲ୍‌୪ଏକ୍ସ, ହୁଲି ଧାନ, ଜୟପୁର, ଇନ୍ଦ୍ରମଣୀ, କଳାବତୀ, ଲିଳାବତୀ, ତେଲେଙ୍ଗାନା ପରି ଧାନର ଗ୍ଲାଇସେମିକ୍‌ ଇଣ୍ଡେକ୍ସ ୫୦ଆରମ୍ଭ କରି ୫୯ପର୍ଯ୍ୟନ୍ତ ରହିଛି । ଏହି ୪୦ପ୍ରକାର ଧାନ ମଧ୍ୟରୁ କିଛି ଧାନ ରବି ଓ ଆଉ କିଛି ଖରିଫ ଋତୁରେ ଚାଷ ହେଉଛି । ଏହି ସବୁ ଧାନର ଜୀବନଚକ୍ର ୯୦ଦିନରୁ ଆରମ୍ଭ ହୋଇ ୧୬୦ଦିନ ପର୍ଯ୍ୟନ୍ତ ହୋଇଥାଏ । ଏକର ପିଛା ୧୦କ୍ୱିଣ୍ଟାଲରୁ ୧୮ କ୍ୱିଣ୍ଟାଲ ଯାଏ ଅମଳ ହୋଇଥାଏ । ସେଥିପାଇଁ ସେ ଚାଷ କରୁଛନ୍ତି ଏଭଳି ଧାନ । ଯାହାର ଦାମ୍‌ କିଲୋପ୍ରତି ୧୦୦ଟଙ୍କାରୁ ଅଧିକ ରହିଛି । 

ଖାଲି ସେତିକି ନୁହେଁ ସାଧାରଣ ଧାନରୁ ୩୦ରୁ ୪୦ ହଜାର ମିଳୁଥିବା ବେଳେ ଏହି ଧାନ ପ୍ରତି ଏକରରେ ୫୦ହଜାରରୁ ଅଧିକ ଲାଭ କରିପାରିବେ । ଚାଷୀଙ୍କ ଡାଇବେଟିସ୍‌ ଧାନ ଚାଷ କରିବାକୁ ଆହ୍ୱାନ ଦେଇ ବିଭିନ୍ନ ପ୍ରକାରର ଟ୍ରେନିଂ କାର୍ଯ୍ୟକ୍ରମ ରଖିଛନ୍ତି । ବଜାରରେ ମିଳୁଥିବା ଚାଉଳରୁ ଏହା ଯଥେଷ୍ଟ ଭଲ । ଏହି ସବୁ ଧାନକୁ ଚାଷୀମାନେ ମିଶି ବଡ଼ ଆକାରରେ ଚାଷ କଲେ ଅନ୍ତର୍ଜାତୀୟ ବଜାରରେ ଚାହିଦା ଓ ମୂଲ୍ୟକୁ ବୃଦ୍ଧି କରାଯାଇ ପାରିବ । ଏହି ଧାନ ଚାଷ କରିବାକୁ ଇଚ୍ଛୁକ ଚାଷୀ ଡ.ଶୁଭାଶିଷଙ୍କଠାରୁ ନେଇ ପାରିବେ । ସେ କୁହନ୍ତି ଏ ଧାନ ଚାଷ ଲାଗି ବିଲରେ ରାସାୟନିକ ସାରର ଆବଶ୍ୟକତା ନାହିଁ । ପୂରା ବୈଜ୍ଞାନିକ ପଦ୍ଧତିରେ ଚାଷ କରାଯାଇପାରିବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.