ପ୍ରମୁଖ ଖବର
  • ରାଜ୍ୟରେ ବଢୁଥିବା ତାତିରେ ଲାଗିବ ରୋକ: ୭ରୁ ହାଲୁକା ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ଆଲର୍ଟ
  • ||

ଆଜିଠୁ ରାୟଗଡ଼ା ଜିଲ୍ଲାରେ ଗଡ଼ିବ ୫୨ଟି ‘ଲକ୍ଷ୍ମୀ’ ବସ୍‌, ଭିଡିଓ କନ୍‌ଫରେନ୍ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା,୨୫/୧୧: ରାୟଗଡ଼ା ଜିଲ୍ଲାରେ ଗଡ଼ିବ  ୫୨ଟି ଲକ୍ଷ୍ମୀ ବସ୍‌ । ଶନିବାର ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂରେ ଏହାର ଶୁଭ ଉଦ୍‌ଘାଟନ କରିବେ । ଏଥିଲାଗି ବ୍ୟାପକ ବ୍ୟବସ୍ଥା  କରାଯାଇଛି । ସ୍ଥାନୀୟ ଜିସିଡି ପଡ଼ିଆରେ ଏକ ଭବ୍ୟ  କାର୍ଯ୍ୟକ୍ରମ ଆୟୋଜନ ଲାଗି ସମସ୍ତ ପ୍ରସ୍ତୁତି ଶେଷ  ହୋଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରୁ ୫ ହଜାର ଲୋକ ଏହି  ଉଦ୍‌ଘାଟନ ସମାରୋହରେ ଯୋଗଦେବେ। 

ବାଣିଜ୍ୟ  ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏବଂ ସଚିବ ଉଷା  ପାଢ଼ୀ ଏହି କାର୍ଯ୍ୟକ୍ରମରେ ସାମିଲ୍‌ ହେବେ ବୋଲି  ସୂଚନା ମିଳିଛି । ଏଥିଲାଗି ସମସ୍ତ କାର୍ଯ୍ୟର ତଦାରଖ  କରିଛନ୍ତି ଜିଲ୍ଲାପାଳ ସ୍ୱଧାଦେବ ସିଂ ଏବଂ ପରିବହନ  ବିଭାଗ ସ୍ୱତନ୍ତ୍ର ସଚିବ ଲକ୍ଷ୍ମୀକାନ୍ତ ବେହେରା । ୫୨ଟି  ବସ୍‌ରୁ ପ୍ରଥମ ପର୍ଯ୍ୟାୟରେ ୪୦ଟି ଚଳାଚଳ କରିବ ।  ୧୩୦ଟି ପଞ୍ଚାୟତରେ ଏହି ବସ୍‌ ସେବା ପ୍ରଦାନ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.