ନୂଆଦିଲ୍ଲୀ ୧୧/୦୯: ବ୍ୟାଙ୍କ ଅଫ୍ ବରୋଦା ସାରା ଦେଶରେ ୬ ହଜାର ୟୁପିଆଇ ଏଟିଏମ ସ୍ଥାପନ କରିବ । ଏହି ଏଟିଏମ୍ ଗୁଡିକରେ ଡେବିଟ କାର୍ଡ ଆବଶ୍ୟକ ପଡିବନି । ଏଟିଏମ୍ ଡିସପ୍ଲେ ସ୍କ୍ରିନରେ ସରଳ ଭାବେ କ୍ୟୁଆର୍ କୋଡ ସ୍କାନ କରି ଟଙ୍କା ଉଠାଇ ପାରିବେ ଗ୍ରାହକ। ଏଥିପାଇଁ ଗ୍ରାହକଙ୍କୁ ସେମାନଙ୍କ ମୋବାଇଲରେ କୌଣସି ୟୁପିଆଇ ଭିତ୍ତିକ ଆପ୍ ରହିଥିବା ଆବଶ୍ୟକ । ଏଭଳି ପଦକ୍ଷେପ ଦ୍ୱାରା ସହଜ ଏବଂ ସୁରକ୍ଷିତ ଉପାୟରେ ଗ୍ରାହକ ଟଙ୍କା ଉଠାଇବାକୁ ସକ୍ଷମ ହେବେ ବୋଲି ବ୍ୟାଙ୍କ ଅଫ୍ ବରୋଦାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜୟଦୀପ ଦତ୍ତ କହିଛନ୍ତି।

କ୍ରେଡିଟ୍ ସ୍କୋର: କ’ଣ ଏହି ହାର୍ଡ ଇନକ୍ୱାରୀ ଏବଂ ସଫ୍...