ପ୍ରମୂଖ ଖବର

ଚେକିଂ ବେଳେ କାରରୁ ବାହାରିଲା ୬୦୦ ଗ୍ରାମ ସୁନା, ୨ ଅଟକ

ନୀଳଗିରି,୨୧/୪:ନିର୍ବାଚନ  ପାଇଁ  ଚାଲିଥିଲା ଗାଡି ଯାଞ୍ଚ।ହେଲେ କାରରୁ ବାହାରିଲା ସୁନା।ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ମିତ୍ରପୁର ଅଞ୍ଚଳରେ ଘଟିଛି। ନିର୍ବାଚନ ପାଇଁ ପୋଲିସ ସହ ଏସଏସଟି ଅଧିକାରୀ ମାନେ ଯାଞ୍ଚ ସମୟରେ ଏକ ସ୍ବିଫ୍ଟ ଡିଜାଇର କାରରୁ ୬୦୦ ଗ୍ରାମ ସୁନା ବାହାରିଥିଲା।ଏହାର କାଗଜପତ୍ର ମାଗିବା ବେଳେ ଦେଖାଇ ନପାରିବାରୁ ଅଧିକାରୀ ମାନେ ଗାଡି ଜବତ କରି ନୀଳଗିରି ଥାନାରେ ଅଟକ ରଖିଛନ୍ତି।ଦୁଇଜଣ ଙ୍କୁ ଅଟକ ରଖି ପୋଲିସ ଖୋଳତାଡ଼ କରୁଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.