ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ବାଇକ୍ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଖାଇକୁ ଖସିଲା କାର୍, ୭ ମୃତ, ୪ ଆହତ

ଡେରାଡୁନ୍, ୧୭/୧୧: ଶୁକ୍ରବାର ସକାଳେ ଉତ୍ତରାଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଜାତୀୟ ରାଜପଥରେ ବାଇକ୍ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ନିୟନ୍ତ୍ରଣ ହରାଇ ୫୦୦ ମିଟର ଖାଇକୁ ଖସି ପଡ଼ିଛି କାର୍ । ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ନୈନିତାଲ୍ ଜିଲ୍ଲାର ଛିଡ଼ଖାନ-ରିଠାସାହେବ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ସକାଳ ପ୍ରାୟ ୮ଟା ସମୟରେ ଡାଲକନ୍ୟାର ସରପଞ୍ଚ ରାଜୁ ପାନେରୁର ସରପଞ୍ଚ ଓ ଅନ୍ୟମାନେ କ୍ୟାମ୍ପର ଅଧୌଡ଼ା ଆଡ଼କୁ ଯାଉଥିଲେ । ସେହି ସମୟରେ ଏକ ବାଇକ୍ ହଠାତ୍ କାର୍ ସାମ୍ନାକୁ ଚାଲି ଆସିଥିଲା ।

ଜମ୍ମୁ-କାଶ୍ମୀର କୁଲଗାମରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ୩ ଲସ୍କର ଆତଙ୍କୀ ନିହତ

ବାଇକ୍ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ କାର୍ ଉପରୁ ନିୟନ୍ତ୍ରଣ ହରାଇଥିଲେ ଡ୍ରାଇଭର । ଫଳରେ ୧୧ ଯାତ୍ରୀଙ୍କୁ ନେଇ ଯାଉଥିବା କାରଟି ୫୦୦ ମିଟର ଖାଇକୁ ଖସି ପଡ଼ିଥିଲା । ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଦୁର୍ଘଟଣାଗ୍ରସ୍ତ ଟ୍ୟାକ୍ସିରେ ଥିବା ୨ ମହିଳା, ଗୋଟିଏ ଛୁଆ ଓ ୪ ପୁରୁଷଙ୍କ ମୃତ୍ୟୁ ଘଟଣାସ୍ଥଳରେ ହୋଇଛି । ଖାଇକୁ କାର୍ ଖସିବା ଶବ୍ଦ ଶୁଣି ସଙ୍ଗେ ସଙ୍ଗେ ଗ୍ରାମବାସୀ ଦୌଡ଼ି ଆସିଥିଲେ । ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ଗ୍ରାମବାସୀ । 

ଉତ୍ତର ପରେ ଦକ୍ଷିଣ ଗାଜାକୁ ଟାର୍ଗେଟ୍‌: ଖାନ୍‌ ୟୁନିସ୍‌ ଛାଡ଼ିବାକୁ ଇସ୍ରାଏଲ୍‌ର ନିର୍ଦ୍ଦେଶ, ଆକାଶ ମାର୍ଗରୁ ବାୟୁସେନା ପକାଇଲା ଚିଠି

Copyright © 2022 - Summa Real Media Private Limited. All Rights Reserved.