ମାଲକାନଗିରି,୨୩/୦୯: ସୁରକ୍ଷା ବାହିନୀକୁ ମିଳିଲା ବଡ ସଫଳତା । ବିଜାପୁର ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୩ଜଣ ହାର୍ଡକୋର ମାଓବାଦୀଙ୍କ ସହ ମୋଟ ୮ ଜଣ ନକ୍ସଲ । ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁରରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ବିଜାପୁର ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୩ଜଣ ହାର୍ଡକୋର ମାଓବାଦୀଙ୍କ ସହ ମୋଟ ୮ ଜଣ ନକ୍ସଲ । ଆତ୍ମସମର୍ପଣ କରିଥିବାମାଓବାଦୀଙ୍କ ଉପରେ ୧୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ଛତିଶଗଡ ସରକାର । ତେବେ ଏମାନଙ୍କ ନାଁରେ ହତ୍ୟା, ଆଇଇଡି ବିସ୍ଫୋରଣ, ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ଚାଳନା କରିବା ଭଳି ଅନେକ ସଙ୍ଗିନ ଅଭିଯୋଗ ରହିଛି । ଆତ୍ମସମର୍ପଣ ପରେ ସରକାରଙ୍କ ନିୟମ ଅନୁସାରେ ସେମାନଙ୍କୁ ଥଇଥାନ କରାଯିବା ବୋଲି ବିଜାପୁର ପୋଲିସ କହିଛି ।