ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀର ପୁରସ୍କାର ଘୋଷଣା, ୮ ଓଡ଼ିଆ ମନୋନୀତ

ଭୁବନେଶ୍ୱର, ୨୮।୨: ସଂସ୍କୃତି ମନ୍ତ୍ରଣାଳୟ ଅଧୀନ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀର ପୁରସ୍କାର ଘୋଷଣା ହୋଇଛି । ଏକାଡେମୀ ସାଧାରଣ ପରିଷଦ ମନୋନୟନ କ୍ରମେ ୨୦୨୨-୨୩ ମସିହା ପାଇଁ ଏକାଡେମୀର ଫେଲୋଶିପ୍‌ (ଏକାଡେମୀ ରତ୍ନ), ଏକାଡେମୀ ପୁରସ୍କାର ଏବଂ ଉସ୍ତାଦ ବିସ୍‌ମିଲ୍ଲା ଖାନ୍‌ ଯୁବ ପୁରସ୍କାର ଘୋଷଣା ହୋଇଛି । ଖୁସିର କଥା, ଏକାଡେମୀ ଓ ଯୁବ ପୁରସ୍କାର ବର୍ଗରେ ବିଭିନ୍ନ ବର୍ଷ ଲାଗି ଭିନ୍ନ ଭିନ୍ନ କ୍ଷେତ୍ରରେ ଦକ୍ଷତା ସମ୍ପନ୍ନ ୮ଜଣ ଓଡ଼ିଆ ଶିଳ୍ପୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ମୋଟ୍‌ ୩ ଜଣରୁ ୨୦୨୨ ଲାଗି ଜଣେ ଏବଂ ୨୦୨୩ ଲାଗି ୨ ଜଣ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ସେହିପରି ମୋଟ୍‌ ୫ ଜଣରୁ ୨୦୨୨ ଲାଗି ୨ ଜଣ ଏବଂ ୨୦୨୩ ଲାଗି ୩ ଜଣ ଯୁବ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । 

୨୦୨୨ ଲାଗି ଏକାଡେମୀ ପୁରସ୍କାର ପାଇଁ ଓଡ଼ିଶୀ ନୃତ୍ୟରେ ବିଶିଷ୍ଟ ଗୁରୁ ନିରଞ୍ଜନ ରାଉତ ମନୋନୀତ ହୋଇଛନ୍ତି । ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟରେ ସର୍ବଭାରତୀୟସ୍ତରରୁ ୧୨ ଜଣ ମନୋନୀତ ହୋଇଥିବାବେଳେ ତାଙ୍କ ମଧ୍ୟରେ ଗୁରୁ ଶ୍ରୀ ରାଉତ ରହିଛନ୍ତି । ୨୦୨୩ ଲାଗି ଏକାଡେମୀ ପୁରସ୍କାର ପାଇଁ ଅନ୍ୟାନ୍ୟ ମୁଖ୍ୟ ପାରମ୍ପରିକ ସଙ୍ଗୀତ ଯଥା ଓଡ଼ିଶୀ ସଙ୍ଗୀତରେ ପ୍ରଖ୍ୟାତ ଗାୟିକା ଅଧ୍ୟାପିକା ଗୁରୁ ଡ. ସଙ୍ଗୀତା ଗୋସାଇଁ ମନୋନୀତ ହୋଇଛନ୍ତି । ସେ ୧୨ ଜଣଙ୍କ ମଧ୍ୟରେ ଅନ୍ୟତମ ଶିଳ୍ପୀ ଭାବେ ସ୍ଥାନ ପାଇଛନ୍ତି । ଏହି ବର୍ଷ ଲାଗି ନୃତ୍ୟରେ ସର୍ବଭାରତୀୟ ସ୍ତରରୁ ୧୨ ଜଣ ପ୍ରତିଭାଙ୍କ ମଧ୍ୟରେ ଓଡ଼ିଶୀ ନୃତ୍ୟ ପାଇଁ ସ୍ଥାନ ପାଇଛନ୍ତି ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଡ. ସ୍ନେହପ୍ରଭା ସାମନ୍ତରାୟ । ୨୦୨୨ ପାଇଁ ନୃତ୍ୟ କ୍ଷେତ୍ରରେ ୨ ଜଣ ଉସ୍ତାଦ ବିସ୍‌ମିଲ୍ଲା ଖାନ୍‌ ଯୁବ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ସର୍ବଭାରତୀୟ ସ୍ତରରେ ୧୦ ଜଣଙ୍କ ମଧ୍ୟରେ ଓଡ଼ିଶୀ ନୃତ୍ୟ ପାଇଁ ନୃତ୍ୟଶିଳ୍ପୀ ଅରୂପା ଗାୟତ୍ରୀ ପଣ୍ଡା ଏବଂ ଛଉ ନୃତ୍ୟ ପାଇଁ ଶିଳ୍ପୀ ପ୍ରଦ୍ୟୁମ୍ନ କୁମାର ମହାନ୍ତ ମନୋନୀତ ହୋଇଛନ୍ତି । 

୨୦୨୩ ପାଇଁ ନୃତ୍ୟରେ ସର୍ବଭାରତୀୟ ସ୍ତରରେ ୧୦ ଜଣଙ୍କ ମଧ୍ୟରେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଦେବାଶିଷ ପଟ୍ଟନାୟକ ମନୋନୀତ ହୋଇଛନ୍ତି । ଅନ୍ୟାନ୍ୟ ପାରମ୍ପରିକ ଲୋକକଳାରେ ୧୧ ଜଣଙ୍କ ମଧ୍ୟରୁ ଓଡ଼ିଶାର ଲୋକନୃତ୍ୟ ଓ ସଙ୍ଗୀତରେ ଆଲୋକ ବିଶୋୟୀ ଏବଂ ସାମଗ୍ରୀକ କୃତି ଲାଗି ପ୍ରଦର୍ଶନ କଳାରେ ଏକମାତ୍ର ପ୍ରତିଭା ଭାବେ ଲକ୍ଷ୍ମୀନାରାୟଣ ଜେନା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ସର୍ବଭାରତୀୟ ସ୍ତରରେ ୯୨ ଜଣ ଏକାଡେମୀ ପୁରସ୍କାର ଏବଂ ୮୦ ଜଣ ଯୁବ ପୁରସ୍କାର ଲାଗି ମନୋନୀତ ହୋଇଛନ୍ତି । ଏକାଡେମୀ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମନୋନୀତ ପ୍ରତିଭାମାନଙ୍କୁ ପୁରସ୍କୃତ କରାଯିବ । ପ୍ରତିଭାମାନଙ୍କୁ ଏକାଡେମୀ ପୁରସ୍କାର ସ୍ୱରୂପ ୧ ଲକ୍ଷ ଟଙ୍କା ଅର୍ଥରାଶି ଏବଂ ଯୁବ ପୁରସ୍କାର ସ୍ୱରୂପ ୨୫ ହଜାର ଟଙ୍କା ଅର୍ଥରାଶି ସହ ଉଭୟ ପୁରସ୍କାର ବର୍ଗରେ ତାମ୍ରପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯିବ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.