ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମଞ୍ଚରେ ଭାରତନାଟ୍ୟମ୍‌ ପ୍ରଦର୍ଶନ କଲେ ୯୦ ବର୍ଷୀୟା ବୈଜୟନ୍ତୀମାଲା, ଭାଇରାଲ୍‌ ହେଉଛି ଭିଡିଓ

ଅଯୋଧ୍ୟା ୦୩/୦୩: ୯୦ ବର୍ଷ ବୟସରେ ଲୋକେ ବିଛଣାରୁ ଉଠି ପାରୁନାହାନ୍ତି । ଏହି ବୟସରେ ମଞ୍ଚରେ ନୃତ୍ୟ ପ୍ରଦର୍ଶନ କରିଛନ୍ତି ବଲିଉଡ୍‌ର କିମ୍ବଦନ୍ତୀ ତାରକା ବୈଜୟନ୍ତୀମାଲା । ଅଯୋଧ୍ୟାରେ ଭାରତନାଟ୍ୟମ୍‌ ପ୍ରଦର୍ଶନ କରି ସେ ସମସ୍ତଙ୍କୁ ଚକିତ କରିଛନ୍ତି । ତାଙ୍କ ନୃତ୍ୟ ପ୍ରଦର୍ଶନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଶ୍ରୀରାମଙ୍କ ରାଗ ସେବା ଗତ ଜାନୁଆରୀ ୨୭ ତାରିଖରୁ ଆରମ୍ଭ ହୋଇଛି, ଯାହା ୪୫ ଦିନ ପର୍ଯ୍ୟନ୍ତ ଚାଲିବ । ଏଥିରେ ବଲିଉଡ୍‌ ତାରକାଙ୍କ ସମେତ ଅନେକ ରଙ୍ଗମଞ୍ଚ କଳାକାର ରାଗ ସେବା ପ୍ରସ୍ତୁତ କରୁଛନ୍ତି ।




ସମସ୍ତଙ୍କ ମଧ୍ୟରେ ବୈଜୟନ୍ତୀମାଲା ସବୁଠୁ ବୟସ୍କ । ତାଙ୍କ ନୃତ୍ୟ ଦେଖି ‘ବୟସ କେବଳ ସଂଖ୍ୟା’ ବୋଲି ୟୁଜର୍‌ ଉଲ୍ଲେଖ କରିଛନ୍ତି । ନୃତ୍ୟ ଲାଗି ୭୫ତମ ଗଣତନ୍ତ୍ର ଦିବସ ପୂର୍ବରୁ ବୈଜୟନ୍ତୀମାଲାଙ୍କୁ ପଦ୍ମ ବିଭୂଷଣ ଦ୍ୱାରା ସମ୍ମାନିତ କରାଯାଇଥିଲା । ମାତ୍ର ୧୬ ବର୍ଷ ବୟସରେ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ବୈଜୟନ୍ତୀମାଲା ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ପରେ ବଲିଉଡ୍‌ରେ ମଧ୍ୟ ପରିଚିତି ପାଇଲେ । ‘ଗଙ୍ଗା ଯମୁନା’, ‘ସଙ୍ଗମ’, ‘ଅମରପାଲୀ’ ଓ ଆହୁରି ଅନେକ ଫିଲ୍ମ ପାଇଁ ସେ ଖୁବ୍‌ ପ୍ରଶଂସିତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.