ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ବାଲକୀଡାଡ଼ି ଗାଁରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କ ମୃତ୍ୟୁ, ଗାଁରେ ପହଞ୍ଚିଲା ମୃତଦେହ

ଗୋଛାପଡ଼ା, ୧୬/୯: କନ୍ଧମାଳ ଜିଲ୍ଲାରେ ସରୁନି ଦାଦନ ଦୁଃଖ I କାମ ଧନ୍ଦା ଅଭାବରୁ ଭିଟାମାଟି ଛାଡ଼ି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅନେକ ଶ୍ରମିକ I ଏମିତିକି ବାହାର ରାଜ୍ୟରେ ଶ୍ରମିକମାନେ ନିର୍ଯାତନାର ଶିକାର ହେଉଥିବା ବେଳେ ପେଟପଟଣା ଚିନ୍ତାରେ ବାହାର ରାଜ୍ୟକୁ ଯାଇ ଶ୍ରମିକମାନେ ଶବ ହୋଇ ନିଜ ଭିଟାମାଟିକୁ ଫେରୁଥିବା ଭଳି ଅଭାବନୀୟ ଘଟଣା ଘଟିଛି l 

ଗତ କିଛିଦିନ ତଳେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ ପଞ୍ଚାୟତ ବାଲକିଡାଡ଼ି ଗାଁର ଟଳି ଦିଗାଲ କାମ ଧନ୍ଦା ଅଭାବରୁ  ବାଙ୍ଗଲୋରରେ ଥିବା ଏକ କାଠ କମ୍ପାନୀକୁ କାମ କରିବାକୁ ଯାଇଥିଲେ l ତେବେ ଗତ ୩୧ ତାରିଖରେ କାମ କରୁଥିବା ସମୟରେ ହଠାତ୍ ଏକ କାଠ ଗଣ୍ଡି ତାଙ୍କ ଗୋଡ଼ରେ ଚାପି ହୋଇଥଲା ଫଳରେ ସେ ଗୁରୁତର ଆହତ ହୋଇଥଲେ l ତେବେ କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ ବାଙ୍ଗଲୋରର ଏଜେ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ଦୁର୍ଘଟଣାରେ ତାଙ୍କର ଦୁଇଟି ଗୋଡ଼ ନଷ୍ଟ ହୋଇଥିବା ବେଳେ ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା l ଅନ୍ୟପଟେ ଘଟଣା ସଂକ୍ରାନ୍ତରେ ବାଙ୍ଗଲୋରରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିବା ଜଣା ପଡ଼ିଥିବା ବେଳେ ପୋଲିସ ଶବ ବ୍ୟବଚ୍ଛେଦ ପରେ ବାଙ୍ଗଲୋରରୁ ଏକ ବିମାନ ଯୋଗେ ଶବକୁ ଭୁବନେଶ୍ୱର ଆଣିବା ପରେ ଏକ ଆମ୍ବୁଲାନ୍ସ ସାହାଯ୍ୟରେ ନିଜ ଗାଁ ବାଲକି ଡାଡିକୁ ଦିନ ୧ ଟାରେ ଶବ ପହଁଞ୍ଚିଛି l ଗାଁରେ ମୃତ ଶରୀର ପହଞ୍ଚିଲା ପରେ ଶୋକାକୁଳ ପରିବେଶ ଶୃଷ୍ଟି ହୋଇଛି l

kandhamal
a labour lost his life

Copyright © 2022 - Summa Real Media Private Limited. All Rights Reserved.