ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ପୋଲିସ ଏସଆଇଙ୍କୁ ଟ୍ରାକ୍ଟର ଚଢ଼ାଇ ମାରିଦେଲେ ବାଲି ମାଫିଆ, ମନ୍ତ୍ରୀ କହିଲେ-ଏମିତି ଘଟଣା ନୂଆ ନୁହେଁ

ପାଟନା: ବାଲି ଚୋରାଚାଲାଣ ରୋକିବାକୁ ଯାଇ ଜଣେ ପୋଲିସ ଏସଆଇଙ୍କ ଜୀବନ ଯାଇଛି । ବାଲି ବୋଝେଇ ଟ୍ରାକ୍ଟର ପୋଲିସ ଏସଆଇଙ୍କ ଉପରେ ମାଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ବ୍ୟତୀତ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ହୋମଗାର୍ଡ ବି ଅଛନ୍ତି ।  ବିହାରର ଜାମୁଇ ଜିଲ୍ଲାରେ ଘଟିଥିବା ଏଭଳି ଅଭାବନୀୟ ଘଟଣାକୁ ନେଇ ରାଜ୍ୟ ସମେତ ସମଗ୍ର ଦେଶରେ ଆଲୋଡନ ସୃଷ୍ଟି ହୋଇଛି।  ଇତିମଧ୍ୟରେ ଏସଆଇଙ୍କ ମୃତ୍ୟୁକୁ ନେଇ ବିହାର ଶିକ୍ଷା ମନ୍ତ୍ରୀ ଚନ୍ଦ୍ର ଶେଖର ଏମିତି ମନ୍ତବ୍ୟ ଦେଇଛନ୍ତି ଯେ ତାହା ମଣିଷ ପଣିଆ ଉପରେ ପ୍ରଶ୍ନ ଉଠାଇଛି । 

ଚନ୍ଦ୍ର ଶେଖର କହିଛନ୍ତି, ଏମିତି ମୃତ୍ୟୁ ଘଟଣା ନୁହେଁ । ଏହାର ଅର୍ଥ ବାଲି ମାଫିଆଙ୍କ ଗାଡ଼ି ତଳେ ଚାପି ହୋଇ ପୋଲିସ ମରିବା ଘଟଣାରେ କିଛି ନୂତନତ୍ବ ନାହିଁ ।  ସିଓ୍ବାନ ଜିଲ୍ଲାର ବାସିନ୍ଦା ତଥା ଗରି ଥାନାର ଏସଆଇ ପ୍ରଭାତ ରଞ୍ଜନଙ୍କ ମୃତ୍ୟୁକୁ ନେଇ ଚନ୍ଦ୍ର ଶେଖରଙ୍କ ଏହି ମନ୍ତବ୍ୟ ସମଗ୍ର ଦେଶରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।  ସେ କହିଛନ୍ତି, ଏଭଳି ଘଟଣା ନୂଆ ନୁହେଁ । ଏମିତି ଘଟିଚାଲିବ । ପୂର୍ବରୁ ଏଭଳି ଘଟଣା ଉତ୍ତର ପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ଘଟୁଥିଲା ବୋଲି ସେ ଯୁକ୍ତ ବାଢ଼ିଛନ୍ତି । ଏହା ବ୍ୟତୀତ ଦୋଷୀକୁ ଉଚିତ ଦଣ୍ଡ ମିଳିବ ବୋଲି ମଧ୍ୟ ସେ କହିଛନ୍ତି । 

ମୃତ ପ୍ରଭାତ ରଞ୍ଜନଙ୍କ ଏକ ଚାରି ବର୍ଷର ଝିଅ ଏବଂ ୬ ମାସର ପୁଅ ଥିବା ବେଳେ ତାଙ୍କ ପତ୍ନୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ପରିବାର ସଦସ୍ୟ ଦିଲ୍ଲୀରେ ରୁହନ୍ତି ।   ସେପଟେ ଏହି ଦୁର୍ଘଟଣା ଘଟାଇଥିବା ଅଭିଯୁକ୍ତ ମିଥିଲେଶ କୁମାରକୁ ଗିରଫ କରାଯାଇଛି ବୋଲି ଜାମୁଇ ଏସପି ସୌର୍ଯ୍ୟ ସୁମନ ସୂଚନା ଦେଇଛନ୍ତି ।

ରନ୍‌ଓ୍ବେରେ ବୁଲୁଥିଲା ବୁଲା କୁକୁର, ଅବତରଣ କରିନପାରି ବେଙ୍ଗାଲୁରୁ ଫେରିଆସିଲା ବିମାନ

ଅ୍ୟପକ୍ଷରେ ଚନ୍ଦ୍ର ଶେଖରଙ୍କ ମନ୍ତବ୍ୟକୁ ନେଇ ରାଜନୀତି ସରଗରମ ହୋଇଛି । ଜାମୁଇ ସାଂସଦ ଚିରାଗ ପାଶଓ୍ବାନ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବର୍ଷିବା ସହ କହିଛନ୍ତି ଏଭଳି ଘଟଣା ରାଜ୍ୟର ନେତୃତ୍ବ ଉପରେ ପ୍ରଶ୍ନ ଛିଡ଼ା କରିଛି । ଏହା ସହ ବାଲି ମାଫିଆଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ସେ ପ୍ରଶ୍ନ କରିଛନ୍ତି । 

ସୂଚନାଯୋଗ୍ୟ, ଏମିତି ଏକ ଘଟଣା କିଛି ଦିନ ପୂର୍ବରୁ ଔରଙ୍ଗାବାଦରେ ଘଟିଥିଲା । ବାଲି ଚୋରାଚାଲାଣ ନେଇ ଖବର ପାଇ ଜଣେ କନେଷ୍ଟବଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ହେଲେ ବାଲି ମାଫିଆ ଗାଡ଼ି ଚଢ଼ାଇ ତାଙ୍କର ହତ୍ୟା କରିଦେଇଥିଲେ । ଗତବର୍ଷ ହରିୟାଣାରେ ଜଣେ ପୋଲିସ ଅଧିକାରୀଙ୍କୁ ଟ୍ରକ୍‌ ଚଢ଼ାଇ ମାରିଦେଇଥିଲେ ଖଣି ମାଫିଆ । 

Copyright © 2022 - Summa Real Media Private Limited. All Rights Reserved.