ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

‘ଶିକ୍ଷା ମନ୍ତ୍ରଣାଳୟ-ଏଆଇସିଟିଇ ଇନଭେଷ୍ଟର୍ ନେଟୱାର୍କ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

Published By : Sushanta Sahu | January 31, 2024 11:05 PM

ନୂଆଦିଲ୍ଲୀ, ୩୧/୦୧: ଶିକ୍ଷା କ୍ଷେତ୍ରରେ ନବସୃଜନ ଏବଂ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ଠାରେ ‘ଶିକ୍ଷା ମନ୍ତ୍ରଣାଳୟ - ଏଆଇସିଟିଇ ଇନଭେଷ୍ଟର ନେଟୱାର୍କ’ର ଶୁଭାରମ୍ଭ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଏବଂ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ ବା ଏଆଇସିଟିଇ ଦ୍ୱାରା ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଆରମ୍ଭ ହୋଇଛି । ଛାତ୍ରଛାତ୍ରୀ କିମ୍ବା ଅଧ୍ୟାପକଙ୍କ ନେତୃତ୍ୱାଧୀନ ଷ୍ଟାର୍ଟଅପ୍ ଗୁଡ଼ିକୁ ଆର୍ଥିକ ସହାୟତା, ପରାମର୍ଶ ପ୍ରଦାନ କରିବା ଏହି ନେଟୱାର୍କର ଲକ୍ଷ୍ୟ ରହିଛି ।

ଛାତ୍ରଛାତ୍ରୀ, ଅଧ୍ୟାପକ, ନିବେଶକ ଏବଂ ବଜାରକୁ ଗୋଟିଏ ପ୍ଲାଟଫର୍ମରେ ଆଣି ନବସୃଜନ ସଂସ୍କୃତିକୁ ସୁଦୃଢ଼ କରିବ ଏବଂ ଷ୍ଟାର୍ଟ-ଅପ୍ ପାଣ୍ଠି ସମସ୍ୟାକୁ ଦୂର କରିବାରେ ଏହି ପଦକ୍ଷେପ ବେଶ୍ ସହାୟକ ହେବ । ଜାତୀୟ ଶିକ୍ଷା ନୀତିର କଳ୍ପନା ଅନୁସାରେ ଷ୍ଟାର୍ଟଅପ୍ ଦୃଶ୍ୟପଟ୍ଟକୁ ପ୍ରୋତ୍ସାହିତ କରିବା ତଥା ଇନୋଭେସନ କ୍ଷେତ୍ରରେ ଭାରତକୁ 'ନ୍ୟୁମେରୋ ୟୁନୋ' ବା ୧ ନମ୍ବର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନକୁ ପୂରଣ କରିବା ଦିଗରେ ଏହା ଏକ ଅନ୍ୟତମ ପଦକ୍ଷେପ ।  

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏମଓଇ-ଏଆଇସିଟିଇ ନେଟୱାର୍କ ମାଧ୍ୟମରେ ଦକ୍ଷ ଉଦ୍ଭାବକଙ୍କ ପାଇଁ ଏକ ଇକୋସିଷ୍ଟମକୁ ସୁଦୃଢ କରାଯାଉଛି । ଏହି ଇକୋସିଷ୍ଟମ ନୂଆ ଆଇଡିଆରୁ ଆରମ୍ଭ କରିବା ଠାରୁ ବ୍ୟବସାୟରେ ଷ୍ଟାଟଅପ୍ ସଫଳ ରୂପାୟନ ହେବା ହେବା ପର୍ଯ୍ୟନ୍ତ ସବୁପ୍ରକାର ସମର୍ଥନ ପ୍ରଦାନ କରିବ । ଶିଳ୍ପ ପୁଞ୍ଜିପତି କେବଳ ନିବେଶକ ନୁହଁନ୍ତି, ବରଂ ପରାମର୍ଶଦାତା ଏବଂ ଅଂଶୀଦାର ମଧ୍ୟ ।

ଏହି ଅବସରରେ ଶ୍ରୀ ପ୍ରଧାନ ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନର ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆସୁଥିବା ଆଇଡିଆର ସଫଳ ରୂପ ଦେବା ପାଇଁ ସହଯୋଗୀ ହେବାକୁ ଉପସ୍ଥିତ ପାର୍ଟନର୍ସ ଓ ପରାମର୍ଶଦାତାଙ୍କୁ ଆହ୍ୱାନ କରିଛନ୍ତି । ଆମେ କେବଳ ଆଇଡିଆ ଓ ବ୍ୟବସାୟରେ ନୁହେଁ, ବରଂ ଦେଶର ସ୍ୱପ୍ନକୁ ପୂରଣ କରିବା ପାଇଁ ମଧ୍ୟ ନିବେଶ କରିବା । ୨୦୪୭ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ଲକ୍ଷ୍ୟକୁ ସାକାର କରିବା ଉପରେ କେନ୍ଦ୍ରମନ୍ତ୍ରୀ ଆଲୋକପାତ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.