ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଭିନଟେଜ କାର ପ୍ରଦର୍ଶନୀରେ ଉତ୍ତେଜନା, ଜନତା- ପୋଲିସ ଧସ୍ତାଧସ୍ତି

ଭୁବନେଶ୍ବର,୧୦।୧୨ ଭୁବନେଶ୍ବର ବରମୁଣ୍ଡାରେ ଅନୁଷ୍ଠିତ  ଭିନଟେଜ କାର ପ୍ରଦର୍ଶନୀରେ ଉତ୍ତେଜନା ଦେଖା ଦେଇଛି। ସାଧାରଣ ଲୋକଙ୍କୁ ଭିତରକୁ  ପ୍ରବେଶ ନ ଦେବାରୁ  ଉତ୍ତେଜନା ଦେଖା ଦେଇଛି। ପ୍ରଦର୍ଶନୀ ଭିତରକୁ  ସାଧାରଣ ଲୋକଙ୍କୁ ନ ଛାଡିବାରୁ ଲୋକେମାନେ ଉତ୍ତ୍ୟକ୍ତ ହୋଇଥିଲେ। ଏପରିକି ପ୍ରଦର୍ଶନୀ ଗେଟ ଭାଙ୍ଗି ଭିତରକୁ ପ୍ରବେଶ କରିବାକୁ ଲୋକମାନେ ଉଦ୍ୟମ କରିଥିଲେ।  ଏପରିକି ବରମୁଣ୍ଡା ପଡିଆ ସମ୍ମୁଖରେ ପୋଲିସ୍ ଏବଂ ଜନତା ମୁହାଁମୁହିଁ ମଧ୍ୟ ପରିସ୍ଥିତି ଉପୁଜିଛି । 

ଭୁବନେଶ୍ୱର ବରମୁଣ୍ଡା ପଡିଆରେ ଗତକାଲିଠାରୁ ଆରମ୍ଭ ହୋଇଛି  ଶହେ ବର୍ଷ  ପୁରୁଣା ଗାଡି ପ୍ରଦର୍ଶନୀ  ।  ଯେଉଁଥିରେ ୫୨ଟି ଭିଣ୍ଟେଜ ଏବଂ କ୍ଲାସିକ କାର ପ୍ରଦର୍ଶନ କରାଯାଇଛି । ତେବେ ଏହି ପ୍ରଦର୍ଶନୀକୁ ସାଧାରଣ ଜନତା ପ୍ରବେଶ ବାରଣ ରହିଥିବା ବେଳେ ରବିବାର ଅପରାହ୍ନରେ ଲୋକମାନେ ଜବରଦସ୍ତି ପ୍ରଦର୍ଶନୀ ଦେଖିବାକୁ ନେଇ ହୋଇଛି ଖଣ୍ଡଯୁଦ୍ଧ। କିଛି ଲୋକ ଜବରଦସ୍ତି  ପ୍ରଦର୍ଶନୀ ଦେଖିବାକୁ  ଜିଦ୍ କରିବା ସହ ସୁରକ୍ଷାକର୍ମୀଙ୍କ ସହ ହାତାହାତି ହୋଇଥିଲେ । ପରେ ପୋଲିସ୍ ପହଞ୍ଚିବା ପରେ ପୋଲିସ୍ ସହ ପାଟିତୁଣ୍ଡ ସାଙ୍ଗକୁ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ତେବେ  ପରେ ଘଟଣାସ୍ଥଳରେ ଡିସିପି ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣ ହୋଇଥିଲା । କାହିଁଙ୍କି ପ୍ରଦର୍ଶନୀ ଦେଖିବାକୁ ବାରଣ କରାଯାଉଛି ବୋଲି ଲୋକମାନେ ଯୁକ୍ତି କରିଛନ୍ତି।

ଆହୁରି ପଢନ୍ତୁ : ଗାଧୋଉଥିବା ବେଳେ ସମୁଦ୍ରରେ ବୁଡି ନାବାଳକ ନିଖୋଜ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.