ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅଲ୍‌ଜଜିରା ସାମ୍ବାଦିକଙ୍କ ବିରୋଧରେ ଇସ୍ରାଏଲର ଅଭିଯୋଗ: ଦିନରେ ରିପୋର୍ଟର, ରାତିରେ ହମାସ୍‌ ପାଇଁ କରନ୍ତି କାମ

ଜେରୁଜେଲମ, ୧୩/୦୨: ଇସ୍ରାଏଲୀ  ଡିଫେନ୍ସ ଫୋର୍ସ (ଆଇଡିଏଫ୍‌) କାତାରର  ଏକ ପ୍ରମୁଖ ଗଣମାଧ୍ୟମ ସଂସ୍ଥାର ଜଣେ ବରିଷ୍ଠ ସାମ୍ବାଦିକଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ  ଆଣିଛି । ଗାଜାରୁ ରିପୋର୍ଟିଂ କରୁଥିବା ମହମ୍ମଦ  ୱାଶାହ ହମାସ ଆତଙ୍କବାଦୀ ଗୋଷ୍ଠୀର ଏକ  ଶୀର୍ଷ କମାଣ୍ଡର ବୋଲି ଆଇଡିଏଫ୍‌ର  ଇସ୍ରାଏଲୀ ଆରବିକ୍‌ ମୁଖପାତ୍ର ଲ୍ୟୁଟନାଣ୍ଟ  ଆଭିଚାୟ ଅଦ୍ରାଇ ସୋସିଆଲ ମିଡିଆ ପ୍ଲାଟଫର୍ମ  ଏକ୍ସରେ ପୋଷ୍ଟ କରିଛନ୍ତି । ମହମ୍ମଦ ୱାଶାହଙ୍କ  ଏକ ଲାପ୍‌ଟପ୍‌ ଉତ୍ତର ଗାଜା ଷ୍ଟ୍ରିପ୍‌ରୁ ମିଳିଥିବା  ସେ ଦାବି କରିଛନ୍ତି । ଦିନରେ ସେ ସାମ୍ବାଦିକତା  କରୁଥିବାବେଳେ ରାତିରେ ହମାସ୍‌ ପାଇଁ କାମ  କରୁଛନ୍ତି ବୋଲି ଆଇଡିଏଫ୍‌ କହିଛି । 

ଅଦ୍ରାଇଙ୍କ କହିବା ଅନୁସାରେ, ୱାଶାହ ହମାସ୍‌  ମିଲିଟାରୀର ଜଣେ ବରିଷ୍ଠ ଅପରେଟର ଭାବେ କାମ କରୁଥିବାର କେତେକ ଫଟୋ  ଉକ୍ତ ଲାପ୍‌ଟପ୍‌ରେ ରହିଛି । ଫଟୋରେ ୩୨ ବର୍ଷୀୟ ୱାଶାହଙ୍କୁ ବିଭିନ୍ନ ଅସ୍ତ୍ରଶସ୍ତ୍ର  ଧରିଥିବାର ଦେଖିବାକୁ ମିଳିଛି । ସେଥିମଧ୍ୟରେ ରକେଟ-ଚାଳିତ ଗ୍ରେନେଡ ଡିଭାଇସ୍‌, ଅସ୍ତ୍ର ପରିବହନକାରୀ ଡ୍ରୋନ ରହିଛି । ସେହିଭଳି  ଅସ୍ତ୍ରଶସ୍ତ୍ରରେ ୨୦୨୩ ଅକ୍ଟୋବର ୭ରେ  ଇସ୍ରାଏଲରେ ହମାସ୍‌ ଆତଙ୍କବାଦୀ ଆକ୍ରମଣ  କରିଥିଲେ । 

ସେହିପରି ଆଉ କେତେକ  ଫଟୋରେ ୱାଶାହଙ୍କୁ ପାଲେଷ୍ଟିନୀୟ ଗୋଷ୍ଠୀଙ୍କ ଆକାଶମାର୍ଗରୁ ଆକ୍ରମଣ ପାଇଁ ବ୍ୟବହୃତ  ଅସ୍ତ୍ରଶସ୍ତ୍ର ବିକାଶ ସମ୍ବନ୍ଧିତ ଗତିବିଧିରେ  ଜଡ଼ିତ ଥିବା ଦେଖିବାକୁ ମିଳିଛି । ୱାଶାହ  ଗାଜାର ଜଣେ ବାସିନ୍ଦା ହୋଇଥିବାବେଳେ କିଛି ମାସ ତଳେ ସେ ଅଲ୍‌ଜଜିରାରେ ଯୋଗ  ଦେଇଥିଲେ । ତେବେ ଅଲ୍‌ଜଜିରା ସାମ୍ବାଦିକଙ୍କ ବିରୋଧରେ ଆଇଡିଏଫ୍‌ର ଏପରି ଅଭିଯୋଗ ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ଏହି ଗଣମାଧ୍ୟମ ସଂସ୍ଥାର କେତେକ କର୍ମଚାରୀଙ୍କ ବିରୋଧରେ ଆଇଡିଏଫ୍‌ ସମାନ ଅଭିଯୋଗ ଆଣିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.