ପ୍ରମୁଖ ଖବର
  • କେନ୍ଦୁଝର ପାଟଣା ଗଣିତ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ, ସୋସିଆଲ ମିଡିଆ​‌ରେ ଭାଇରାଲ
  • ||
  • କପି ଚେକିଂ ଆଳରେ ଅସଦାଚରଣ ଅଭିଯୋଗ, ଥାନାରେ ମାଟ୍ରିକ ପରୀକ୍ଷାର୍ଥୀ
  • ||
  • ଲୋକସେବା ଭବନ ଘେରିବ କଂଗ୍ରେସ, ବିଶାଳ ଶୋଭାଯାତ୍ରାରେ ସାମିଲ ହେବେ ହଜାର ହଜାର କଂଗ୍ରେସ କର୍ମୀ
  • ||
  • ଆଜି ଓଡ଼ିଶାର ୨୧ ଅମୃତ ଭାରତ ରେଳ ଷ୍ଟେସନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
  • ||
  • ଗର୍ଭବତୀଙ୍କ ପେଟକୁ ନର୍ସ ଖୁନ୍ଦା ମାରିଥିବା ଅଭିଯୋଗ, ଚାଲିଗଲା ମା ଓ ଛୁଆଙ୍କ ଜୀବନ
  • ||
  • ଓଡ଼ିଶା ଗଞ୍ଜେଇ ଚକୋଲେଟ୍‌ରେ ଝୁମୁଛି ହାଇଦ୍ରାବାଦ: ବାଲେଶ୍ୱରରେ ତିଆରି, ଦାଦନଙ୍କ ମାଧ୍ୟମରେ ହେଉଛି ଚାଲାଣ
  • ||
  • ଓସ୍ତପୁର ହଳଦିଢ଼ିଅ ନିକଟ ଗଛକୁ ପିଟିଲା ବୋଲେରୋ: ୩ ମୃତ, ୪ ଗୁରୁତର
  • ||
  • ଆଜି ୫-ଟି ଅଧ୍ୟକ୍ଷଙ୍କ ଅନୁଗୁଳ ଗସ୍ତ, ଛାତ୍ରବୃତ୍ତି ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ରାଜ୍ୟରେ ଆହୁରି ତିନି ଦିନ ବର୍ଷା: ଉପକୂଳରେ ଅଧିକ ବର୍ଷିବା ସମ୍ଭାବନା, ୨୮ ଯାଏ କୋହଲା ପାଗ
  • ||

ସରିଲା ଅପେକ୍ଷା ମିଳିଲା ଖୁସି ...ପ୍ରାର୍ଥନା ଶୁଣିଲେ ଭଗବାନ

ଉତ୍ତରକାଶୀ – ଉତ୍ତରାଖଣ୍ଡର ଉତ୍ତରକାଶୀରୁ ଖୁସିର ବାର୍ତ୍ତା ଚାରିଆଡ଼େ ଖେଳି ଯାଇଛି। ଏଠାରେ ଥିବା ସୁଲକ୍ୟାରା ସୁଡ଼ଙ୍ଗରେ ୧୭ ଦିନ ଧରି ଫସି ରହିଥିବା ୪୧ ଜଣ ଶ୍ରମିକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ପଲ୍ଲୀରୁ ଦିଲ୍ଲୀ ସବୁଠୁ ଖୁସିର ଲହରୀ । ଶ୍ରମିକଙ୍କ ପରିବାର ସମେତ ପୂରା ଦେଶ ଖୁସିରେ ନାଚି ଉଠୁଛି। ସେମାନଙ୍କୁ କରାଯାଉଛି ସ୍ୱାଗତ , ପିନ୍ଧା ଯାଉଛି ସେମାନଙ୍କୁ ଫୁଲ ମାଳ ଓ କରାଯାଉଛି ପ୍ରଶଂସା, ଯେମିତିକି ସେମାନେ ସାହସର ସହ ଏହି ଦୁର୍ଦ୍ଦିନକୁ ପରାଜୟ କରି ଧୈର୍ଯ୍ୟର ପରାକାଷ୍ଠା ଦେଖାଇଛନ୍ତି। 

ଆମେ ଶୀଘ୍ର ବାହାରି ଆସିଛୁ , ଆଉ ଭଲରେ ଅଛୁ : ଉଦ୍ଧାର ଶ୍ରମିକ

ଯେଭଳି ଭାବେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଥିଲା, ତାର ବାସ୍ତବ ଚିତ୍ର ସମସ୍ତେ ଦେଖିଛନ୍ତି । ଦିନ ରାତି ଗୋଟିଏ କରିଦେଇ ଥିଲେ ଉଦ୍ଧାରକାରୀ ଦଳ। ଦେଶର ସରକାର ମଧ୍ୟ ସମସ୍ତ ପ୍ରୟାସ ଲଗେଇ ଦେଇଥିଲେ। ଆଉ ଶେଷର ଯାହା ଆଶା କରାଯାଉଥିଲା , ତାହା ହେଲା ସଫଳ ସମସ୍ତ ଶ୍ରମିକ ସୁସ୍ଥ ଓ ସୁରକ୍ଷିତ ଆଉ ଶାନ୍ତ ମନରେ ସେହି ଅନ୍ଧାରୁଆ ସୁଡ଼ଙ୍ଗରୁ ବାହାରିଲେ । ଏହି କ୍ଷଣ ଦେଶ ପାଇଁ ଯେମିତି ଥିଲା ଏକ ଯୁଦ୍ଧ ବିଜୟର ମୁହୂର୍ତ୍ତ।

 ସୂଚନା ଆଧାରରେ ,  ୮ଟି ରାଜ୍ୟର ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଉତ୍ତରାଖଣ୍ଡର ୨ ଜଣ, ହିମାଚଳପ୍ରଦେଶର ଜଣେ, ଉତ୍ତର ପ୍ରଦେଶର ୮ ଜଣ, ବିହାରର ୫ ଜଣ , ଓଡ଼ିଶାର ୫ଜଣ, ପଶ୍ଚିମବଙ୍ଗ ୩ , ଆସାମ ୨ , ଝାଡ଼ଖଣ୍ଡର ୧୫ ଜଣ ଶ୍ରମିକ ପାଇଛନ୍ତି ନୂଆ ଜୀବନ। 

ନଭେମ୍ବର ୧୨ ତାରିଖର ସେହି ସକାଳ ୫ଟା ୩୦ ମିନିଟ ଯେମିତି କାଳ ସାଜି ଆସିଥିଲା ଶ୍ରମିକଙ୍କ ପାଇଁ । ସବୁଦିନ ଭଳି ସେଦିନ ବି ସେମାନେ ସୁଡ଼ଙ୍ଗ ଭିତରକୁ କାର୍ଯ୍ୟ କରିବାକୁ ଯାଇଥିଲେ। ଠିକ୍‌ ଏହି ସମୟରେ ଅଚାନକ ହେଲା ଭୁସ୍ଖଳନ । କିଛି  ଶ୍ରମିକ ବାହାରକୁ ଦୌଡ଼ି ପଳାଇ ଆସି ଥିଲେ।  ଆଉ ଟନେଲ ଭିତରେ ରହିଯାଇ ଥିଲେ ୪୧ ଜଣ ଶ୍ରମିକ। ସିଲସିକ୍ୟାରା ସୁଡ଼ଙ୍ଗରେ ୨୩୪୦ ମିଟର ଯାଏଁ କାର୍ଯ୍ୟ ଶେଷ ହୋଇଥିଲା । ହେଲେ ଭୂସ୍ଖଳନ ଯୋଗୁଁ ଟନେଲ ଭିତରେ ୬୦ ମିଟର ପର୍ଯ୍ୟନ୍ତ ପଥର ଏବଂ ମାଟି ପୂର୍ଣ୍ଣ ହୋଇ ଯାଇଥିଲା । ଆଉ ଏହି ଭଗ୍ନାବଶେଷ ସୁଡ଼ଙ୍ଗର ୨୦୦ ମିଟର ଭିତରେ ହିଁ ଧସି ପଡ଼ିଥିଲା । ତେଣୁ ସୁଡ଼ଙ୍ଗ ଭିତରେ ଫସି ରହି ଥିବା ସ୍ଥାନରେ ଶ୍ରମିକ ମାନଙ୍କ ଲାଗି ପ୍ରାୟ ୨ କିଲୋମିଟର ଖାଲି ସ୍ଥାନ ରହିଛି। ୫୦ ଫୁଟ ଚଉଡ଼ା ଏବଂ ଦୁଇ କିଲୋ ମିଟର ଲମ୍ବ ଟନେଲ ମଧ୍ୟରେ ୪୧ ଶ୍ରମିକ ୧୭ ଦିନ ହେଲା ଫସ ରହିଥିଲେ । ଆଉ ଏବେ ୪୧ରୁ ୪୧ ଜଣ ଶ୍ରମିକ ବାହାରକୁ ଆସିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.