ମୁମ୍ୱାଇ : ସାଉଥ୍ ସିନେମାର ଲୋକପ୍ରିୟତା ଗତ କିଛି ବର୍ଷ ହେବ ହିନ୍ଦୀ ଭାଷାଭାଷୀ କ୍ଷେତ୍ରରେ ଖୁବ୍ ଜୋରରେ ବଢୁଛି। ମେକର୍ସଙ୍କର ପ୍ରୟାସ କି ଚର୍ଚ୍ଚିତ କଳାକାରଙ୍କ ଫିଲ୍ମକୁ ପ୍ୟାନ ଇଣ୍ଡିଆ ରିଲିଜ୍ କରାଯାଉ। ଏହି କାରଣରୁ ବଲିଉଡ୍ ଭର୍ସେସ ସାଉଥ୍ ଫିଲ୍ମର ଚର୍ଚ୍ଚା ହେବାରେ ଲାଗିଛି। ବଲିଉଡ୍ ଓ ସାଉଥ୍ ଫିଲ୍ମକୁ ନେଇ ଅମିତାଭ ବଚ୍ଚନ ପ୍ରଥମ ଥର ମୁହଁ ଖୋଲିଛନ୍ତି । କହିଛନ୍ତି - ମଲୟାଲମ୍ ଓ ତାମିଲରେ ଖୁବ୍ ଭଲ ଭଲ ଫିଲ୍ମ ହେଉଛି , କିନ୍ତୁ ଏହା କହିବା ଭୁଲ୍ ହେବ କି ସାଉଥ୍ ସିନେମା ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀ ଠାରୁ ଭଲ ପ୍ରଦର୍ଶନ କରୁଛି।
ଜନ୍ମଦିନରେ ପ୍ରଶଂସକଙ୍କୁ ବଡ଼ ଉପହାର ଦେଲେ ବବି ଦେଓଲ , ସେୟାର କଲେ ନିଜ ଅପକମିଂ ଫିଲ୍ମର ଭୟଙ୍କର ପୋଷ୍ଟର
ଅମିତାଭ ପୁନେରେ ସିମ୍ୱାୟୋସିସ ଫିଲ୍ମ ଫେଷ୍ଟିଭ୍ରେ ଛାତ୍ରଛାତ୍ରୀଙ୍କୁ ସମ୍ୱୋଧିତ କରୁଥିଲେ। ସେ ଇଣ୍ଡଷ୍ଟ୍ରୀର ହେବାକୁ ଥିବା ଆଲୋଚନା ସହ ସିନେମାରେ ଟେକନିକ୍ର ଲାଭ ଓ କ୍ଷତି ଉପରେ କହିଥିଲେ। ଅମିତଭାଙ୍କ ସହ ତାଙ୍କର ପତ୍ନୀ ଜୟା ମଧ୍ୟ ଏହି ଫିଲ୍ମ ଫେଷ୍ଟିଭାଲରେ ସାମିଲ ହୋଇଥିଲେ।
ବିଗ୍ ବି କହିଛନ୍ତି , ଆଞ୍ଚଳିକ ସିନେମା ଖୁବ୍ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଯେବେ ଆମେ ତାଙ୍କ ସହ କଥାବାର୍ତ୍ତା ହେଲୁ ତ ସେ କହିଲେ କି , ସେ ଏହିପରି ଫିଲ୍ମ ତିଆରି କରୁଛନ୍ତି, ଯେମିତି ଆମେ ହିନ୍ଦୀରେ କରୁଛୁ। ସେ କେବଳ ଡ୍ରେସିଂ ବଦଳାନ୍ତି, ଯେଉଁଥିରେ ସେ ସୁନ୍ଦର ଦେଖାଯିବେ । ମୁଁ ଯେଉଁ ଲୋକଙ୍କ ସହ ମିଶିଛି, ଏଥିରୁ ଅନେକ କହିଛନ୍ତି ଆମେ ଆପଣଙ୍କର ପୁରୁଣା ଫିଲ୍ମର ରିମେକ୍ ତିଆରି କରୁଛୁ। ଆମର ସବୁ କାହାଣୀ ଗୁଡ଼ିକରେ କେଉଁଠି ନା କେଉଁଠି ଦିୱାର , ଶକ୍ତି ଓ ଶୋଲେ ରହିଛି। ମଲୟାଲମ୍ ଓ ତାମିଲ ସିନେମାରେ ମଧ୍ୟ କିଛି ଭଲ ହେଉଛି। ଏହା ସବୁକିଛି କେବଳ ଆଙ୍ଗୁଠି ଉଠାଇବା ପାଇଁ ।