ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅନ୍ତରୀଣ ବଜେଟ୍‌କୁ ନେଇ ଆସିଲା ଆନନ୍ଦ ମହିନ୍ଦ୍ରାଙ୍କ ପ୍ରତିକ୍ରିୟା, ଫିଲ୍ମ ଅନ୍ଦାଜରେ ପ୍ରଶଂସା କଲେ ହର୍ଷ ଗୋୟଙ୍କା

Image Courtesy: economictimes

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ମୋଦୀ ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳର ଅନ୍ତିମ ବଜେଟ ଉପସ୍ଥାପନ କରିଛନ୍ତି । ହେଲେ ସରକାରଙ୍କର ଏହା ପୂର୍ଣ୍ଣାଙ୍ଗ ବଜେଟ୍‌ ନୁହେଁ । ତେବେ ଏହି ଅନ୍ତରୀଣ ବଜେଟକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଶିଷ୍ଟ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ବଜେଟ୍‌କୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।  ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ, ବଜେଟ ଦେଶର ସବୁ ପରିବାର ପାଇଁ ହେବା ଦରକାର । ନୀତିଗତ ଘୋଷଣା କରିବାକୁ ଯାଇଁ ଅଧିକ ଡ୍ରାମା କରିବାର ଆବଶ୍ୟକତା ନାହିଁ ।  ବିବେକପୂର୍ଣ୍ଣ ଏବଂ ରାଜକୋଷର ହିତକୁ ଦେଖି ଯୋଜନା କରିବାର ଭଲ ଅବସର ହେଉଛି ବଜେଟ୍‌ । 




 ଏହା ସହ ସେ ଅନ୍ତରୀଣ ବଜେଟରେ ଖୁସି ଥିବା କଥା କହିଛନ୍ତି । ପ୍ରଥମତଃ ଏହା ଛୋଟ ଭାଷଣ ମଧ୍ୟରୁ ଗୋଟିଏ । ସଂକ୍ଷିପ୍ତ ଭାଷଣ ସ୍ବାଗତଯୋଗ୍ୟ ହୋଇଥିବା ବେଳେ ଏହା ଆତ୍ମବିଶ୍ବାସ ସଂଚାର କରିବାରେ ଉପଯୋଗୀ ହୋଇଥାଏ  । ସେପଟେ ଅନ୍ତରୀଣ ବଜେଟ୍‌ରେ ନିର୍ବାଚନ ପୂର୍ବରୁ ଯେମିତି ବଡ଼ ବଡ଼ ଘୋଷଣା କରାଯାଏ ସେଭଳି କିଛି ଘୋଷଣା କରାଯାଇନି । ତେଣୁ ବଜେଟ ସ୍ବାଗତଯୋଗ୍ୟ ହୋଇଥିବା ବେଳେ ଆଗକୁ ଏହି   ପରମ୍ପରା ଜାରି ରହିବ ବୋଲି ସେ ଉଲ୍ଲେଖ କରିଛନ୍ତି । ସେପଟେ ସମୃଦ୍ଧ ଭାରତ ଆଡ଼କୁ ଥିବା ସେତୁ ଅତିକ୍ରମ କରିବା ଲାଗି ପୁଣି ଥରେ କାର୍ଯ୍ୟକୁ ପ୍ରତ୍ୟାବର୍ତ୍ତନ କରିବା ସହ ଯୋଜନାଗୁଡ଼ିକର କୁଶଳତାପୂର୍ବକ କ୍ରିୟାନ୍ବୟନ କରିବା ଉପରେ ଧ୍ୟାନକେନ୍ଦ୍ରିତ କରିପାରିବା ବୋଲି ଏକ୍ସରେ ଲେଖିଛନ୍ତି ଆନନ୍ଦ ମହିନ୍ଦ୍ରା । 




 ଅନ୍ୟ ଜଣେ ଉଦ୍ୟୋଗପତି ଏବଂ ଆରପିଜି ଏଣ୍ଟରପ୍ରାଇଜେସ୍‌ର ଅଧ୍ୟକ୍ଷ ହର୍ଷ ଗୋୟଙ୍କା ବଜେଟକୁ ପ୍ରଶଂସା କରିଛନ୍ତି । ଫିଲ୍ମ ଷ୍ଟାଇଲ୍‌ରେ ବଜେଟ୍‌ ୨୦୨୪କୁ ବର୍ଣ୍ଣନା କରିଛନ୍ତି ହର୍ଷ । ସେ ଲେଖିଛନ୍ତି, ‘ବଜେଟ୍‌ ୨୦୨୪ ଗୋଟିଏ ଫାଇଟର ଭଳି ମାନ୍ଦାବସ୍ଥା ରୂପି ପଶୁକୁ କାବୁ କରିଛି । ଗରିବୀ ବିରୋଧରେ ଗଦର ଏବଂ ଦେଶର ଯବାନମାନଙ୍କ ପାଇଁ ଅନୁକୂଳ । ଏହି ବଜେଟ୍‌ ସୁନିଶ୍ଚିତ କରୁଛି ଯେ, ଆଉ କେହି ଦ୍ବାଦଶ ଫେଲ୍‌ ରହିବେ ନାହିଁ । ସାଲାର ଅର୍ଥ ମନ୍ତ୍ରୀଙ୍କ ଦ୍ବାରା ଏହା ହେଉଛି ବାହାଦୂର ବଜେଟ୍‌ ।’ 

 

  • Union Budget 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.