ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଗି ଗଲେ କେରଳର ରାଜ୍ୟପାଳ ; କହିଲେ - ଅମିତ ଶାହ କି ପ୍ରଧାନମନ୍ତ୍ରୀଙ୍କୁ ଫୋନ୍ ଲଗାଅ

ତିରୁଅନନ୍ତପୁରମ୍‌ : ଖୁବ୍‌ ବିରକ୍ତି ହୋଇଗଲେ କେରଳର ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାନ। କହିଲେ ଅମିତ ଶାହ ନୁହେଁ ତ ପ୍ରଧାନମନ୍ତ୍ରୀଙ୍କୁ ଫୋନ୍‌ ଲଗାଅ। ତାଙ୍କ ସହ କଥା ହେବି। ରାଜ୍ୟରେ ଏମିତି ସବୁ କଣ ଗୁଣ୍ଡାରାଜ ଚାଲିଛି। ଘଟଣାଟି ଆଜ୍ଞା ଏମିତି ଥିଲା କି , ରାଜ୍ୟପାଳ କୁଆଡେ ଯାଉଥିଲେ। ଶନିବାର କୋଲ୍ଲମ ଜେଲ୍‌ର ନିଲମେଲରେ ଷ୍ଟୁଡେଣ୍ଟ ଫେଡରେସନ ଅଫ୍‌ ଇଣ୍ଡିଆର ଲୋକ ଆରିଫ ମହମ୍ମଦ ଖାନଙ୍କୁ କଳା ପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଥିଲେ। ଏହାପରେ ରାଜ୍ୟପାଳ ମଧ୍ୟ ନିଜର ଗାଡ଼ିରୁ ବାହାରକୁ ଆସିଲେ ଓ ଏକ ଦୋକାନରୁ ଚୌକି ମଗାଇ ସଡ଼କ ପାର୍ଶ୍ୱରେ ଧାରଣାରେ ବସିଗଲେ। ସେ ଦାବି କଲେ କି ପୁଲିସ ଏହି ପ୍ରଦର୍ଶନକାରୀଙ୍କୁ ତୁରନ୍ତ ଗିରଫ କରୁ। ରାସ୍ତା ରୋକିବା ଓ ତାଙ୍କ ବିରୋଧରେ ଏସଏଫଆଇର ପ୍ରଦର୍ଶନ ପରେ କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ତାଙ୍କୁ ଜେଡ୍‌ ପ୍ଲସ୍‌ ସିକ୍ୟୁରିଟି ଦେବାକୁ ଆଦେଶ ଦେଇଛି। 

ଆରିଫ୍‌ ମହମ୍ମଦ ଖାନ୍‌ କହିଛନ୍ତି, ପୁଲିସ ମଧ୍ୟ ଏହି ପ୍ରଦର୍ଶନକାରୀଙ୍କୁ ସୁରକ୍ଷା ଦେଉଛି। ଯେବେସୁଦ୍ଧା ତାଙ୍କୁ ଗିରଫ କରାଯିବ ନାହିଁ , ମୁଁ ଏଠାରୁ ହଲିବି ନାହିଁ। ସେଠାରେ ଧାରଣାରେ ବସିବା ପରେ ରାଜ୍ୟପାଳ କହିଛନ୍ତି କି, ମୋ କଥା ଅମିତ ଶାହ ନୁହେଁତ ପ୍ରଧାନମନ୍ତ୍ରୀଙ୍କ ସହ କରାଅ।

ଏବେ କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟର ଆଦେଶରେ ସିଆରପିଏଫ୍‌ର ଯବାନ ତାଙ୍କୁ ଜେଡ୍‌ ପ୍ଲସ୍‌ ସିକ୍ୟୁରିଟି ଦେବେ। ସୋସିଆଲ ମିଡ଼ିଆରେ ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛୁ କି, ରାଜ୍ୟପାଳ ଏମସି ରୋଡ୍‌ରେ ନିଜର ଗାଡ଼ିରୁ ବାହାରକୁ ଆସୁଛନ୍ତି ଏବଂ ଏକ ଦୋକାନରୁ ଚୌକି ମଗାଇ ସେଥିରେ ବସି ରହୁଛନ୍ତି। ଏହାପରେ ପୁଲିସ ଅଧିକାରୀ ତାଙ୍କ ସହ କଥା ହେବାକୁ ଆସୁଛନ୍ତି। ସେ କହିଛନ୍ତି କି ବର୍ତ୍ତମାନର ସରକାର ରାଜ୍ୟରେ ଆଇନ୍‌ର ରାଜୁତିକୁ ଶେଷ କରି ଦେବାକୁ ଚାହୁଁଛନ୍ତି। କେରଳର ସରକାର ପୁଲିସକୁ ନିର୍ଦ୍ଦେଶ ଦେଉଛି କି ଏହି ଉପଦ୍ରବୀଙ୍କ ସାହାଯ୍ୟ କରାଯାଉ। ଏମିତି କି ଏସଏଫଆଇର ଅଧ୍ୟକ୍ଷଙ୍କର ମାମଲା ମଧ୍ୟ କୋର୍ଟରେ ବିଚାରାଧିନ ରହିଛି। 

ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାନ ପାଖାପାଖି ଦୁଇ ଘଣ୍ଟା ଯାଏ ଧାରଣାରେ ବସି ରହିଥିଲେ। ଯେବେ ପୁଲିସ ଏଫଆଇଆରର କପି ଦେଖାଇଲା , ସେତେବେଳେ ସେ ସେଠାରୁ ଯିବାକୁ ପ୍ରସ୍ତୁତ ହେଲେ। ପୁଲିସର ସୂଚନା ଅନୁସାରେ , ୧୭ଜଣ ଏସଏଫଆଇ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ କେସ୍‌ ରୁଜୁ କରାଯାଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.