ନୂଆଦିଲ୍ଲୀ,୬/୧୧ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନ ଉପରେ ବିବାଦ ମଝିରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଆମ ଆଦମୀ ପାର୍ଟି ବିଧାୟକଙ୍କ ବଡ଼ ବୈଠକ ଡକାଇଛନ୍ତି ।
ଇଡି ଦିଲ୍ଲୀ ମଦ ନୀତି ସହ ଯୋଡ଼ି ହୋଇଥିବା ମନି ଲଣ୍ଡ୍ରିଂ ମାମଲାରେ ଆପର ରାଷ୍ଟ୍ରୀୟ ସଂଯୋଜକ କେଜ୍ରିଓ୍ବାଲଙ୍କୁ ପଚରାଉଚରା ଲାଗି ସମନ ପଠାଇଛି । କେଜ୍ରିଓ୍ବାଲ ଗୁରୁବାର(୨ନଭେମ୍ବର) କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିର ସମନ ଉପରେ ସେଠାରେ ହାଜର ହୋଇନଥିଲେ ।
କେଜ୍ରିଓ୍ବାଲ ଚିଠି ଲେଖି ଇଡିର ସମନକୁ ଫେରସ୍ତ ନେବା ଦାବି କରି କହିଥିଲେ କି ଏହା ରାଜନୈତିକ ଅଭିସନ୍ଧି ରଖି ପଠାଯାଇଛି । ଏହି ଦିନ ସେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନକୁ ନେଇ ରୋଡ଼ ଶୋ କରିବାକୁ ପହଞ୍ଚି ଯାଇଥିଲେ ।