ନୂଆଦିଲ୍ଲୀ, ୧୭/୦୯: ଚଳିତ ମାସ ହେବାକୁ ଥିବା ୩ ଦବିସୀୟ ଓଡିଆଇ ସିରିଜ୍ ଲାଗି ରବିବାର ଟିମ୍ ଘୋଷଣା କରିଛି ଅଷ୍ଟ୍ରେଲିଆ । ୧୮ ସଦସ୍ୟ ବିଶିଷ୍ଟ ଏହି ଟିମର ନେତୃତ୍ବ ନେବେ ପ୍ୟାଟ୍ କମିନ୍ସ । ଆହତ ଥିବା କାରଣରୁ ଦକ୍ଷିଣ ଆଫ୍ରିକା ଗସ୍ତରୁ କମିନ୍ସ ବାଦ ପଡ଼ିଥିଲେ । ସେପଟେ ସାଉଥ ଆଫ୍ରିକାରେ ଦିନିକିଆ ମୁକାବିଲାରେ ବାମ ହାତରେ ଆଘାତ ଲାଗିବା ଯୋଗୁଁ ଟ୍ରେଭିସ୍ ହେଡଙ୍କୁ ଏହି ଟିମ୍ରେ ସାମିଲ କରାଯାଇନାହିଁ ।
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଦିନିକିଆ ସିରିଜ୍ରେ ଅଷ୍ଟ୍ରେଲିଆ ଟିମ୍ରେ ଗ୍ଲେନ ମ୍ୟାକଓ୍ବାଲ, ଷ୍ଟିଭ୍ ସ୍ମିଥ ଏବଂ ମିଚେଲ୍ ଷ୍ଟାର୍କ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ୩ ପ୍ଲେୟର ଆହତ ଯୋଗୁଁ ଦକ୍ଷିଣ ଆଫ୍ରିକା ଗସ୍ତରୁ ବାଦ ପଡ଼ିଥିଲେ । ଅଷ୍ଟ୍ରେଲିଆ ଟିମ୍ର ଚୟନକର୍ତ୍ତା ମାର୍ନସ ଲାବୁଶେନଙ୍କୁ ଦଳରେ ସାମିଲ କରିଛନ୍ତି । ଦକ୍ଷିଣ ଆଫ୍ରିକା ସିରିଜରେ ଭଲ ପ୍ରଦର୍ଶନ କରିଛନ୍ତି ଲାବୁଶେନ୍ । ସ୍ପିନ୍ ଅଲରାଉଣ୍ଡର ଏଷ୍ଟନ ଏଗର ପାରିବାରିକ କାରଣ ପାଇଁ ଟିମ୍ରେ ସାମିଲ ହୋଇନାହାନ୍ତି ।
India squad, sorted ✅
— Cricket Australia (@CricketAus) September 17, 2023
The National Selection Panel has picked an 18-man group for our final ODI series before the World Cup. pic.twitter.com/DhHMAoDEkE
ଓ୍ବାନଡେ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଟିମ୍:
ପ୍ୟାଟ କମିନ୍ସ (ଅଧିନାୟକ), ସିନ ଏବଟ୍, ଆଲେକ୍ସ କେରୀ, ନାଥନ ଏଲିସ୍ , କ୍ୟାମରନ୍ ଗ୍ରୀନ୍, ଜୋଶ ହାଜେଲଉଡ୍, ଜୋଶ ଇଂଲିଶ, ସ୍ପେନ୍ସର ଜନସନ୍, ମାର୍ନସ ଲାବୁଶେନ୍, ମିଚେଲ୍ ମାର୍ଶ, ଗ୍ଲେନ୍ ମ୍ୟକ୍ସଓ୍ବେଲ, ତନବୀର ସଂଘା, ମାଟ୍ ଶର୍ଟ, ଷ୍ଟିଭ୍ ସ୍ମିଥ୍, ମିଚେଲ୍ ଷ୍ଟାର୍କ, ମାର୍କସ ଷ୍ଟୋଇନିନ୍ସ, ଡେଭିଡ୍ ଓ୍ବାର୍ଣ୍ଣର, ଆଡାମ ଜାମ୍ପା ।
ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ମ୍ୟାଚ୍ ୨୨ ସେପ୍ଟେମ୍ବର ମୋହାଲିରେ ଖେଳାଯିବ । ଦ୍ବୀତୀୟ ମ୍ୟାଚ୍ ୨୪ ସେପ୍ଟେମ୍ବରରେ ଇନ୍ଦୋର ଏବଂ ସରିଜ୍ର ଶେଷ ମ୍ୟାଚ୍ ୨୭ ତାରିଖ ରାଜକୋଟରେ ଖେଳାଯିବ। ଦିନିକିଆ ସିରିଜ୍ ପରେ ଟିମ୍ ଇଣ୍ଡିଆ ବିଶ୍ବକପ୍ ଖେଳିବା ଲାଗି ମୈଦାନକୁ ଓହ୍ଲାଇବ ।ବିଶ୍ବକପ୍ରେ ଭାରତୀୟ ଟିମ୍ର ପ୍ରଥମ ମୁକାବିଲା ଅଷ୍ଟ୍ରେଲିଆ ସହ ଅକ୍ଟୋବର ୮ରେ ଚେନ୍ନାଇରେ ହେବ । ବିଶ୍ବକପ୍ର ଫାଇନାଲ୍ ମୁକାବିଲା ନଭେମ୍ବର ୧୯ରେ ଅହମ୍ମଦାବାଦରେ ଖେଳାଯିବ ।