ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଅଙ୍ଗନବାଡି କର୍ମଚାରୀଙ୍କୁ ଆୟୁଷ୍ମାନ ଭାରତ ସୁବିଧା

ନୂଆଦିଲ୍ଲୀ,୧।୨:  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍ ଉପସ୍ଥାପନ କରିବା ବେଳେ ସେ କହିଛନ୍ତି ଯେ ସରକାରଙ୍କ ଦୃଷ୍ଟିକୋଣ ହେଉଛି ସବକା ସାଥ୍, ସବକା ବିଶ୍ବାସ ଏବଂ ସରକାର ସେହି ଅନୁଯାୟୀ କାର୍ଯ୍ୟ କରୁଛନ୍ତି। ଅର୍ଥମନ୍ତ୍ରୀ ଭାବରେ ଏହା ସୀତାରମଣଙ୍କ ଷଷ୍ଠ ବଜେଟ୍। ବଜେଟ୍ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ଅଙ୍ଗନବାଡି କର୍ମଚାରୀଙ୍କୁ ଆୟୁଷ୍ମାନ ଭାରତ ସୁବିଧା ପ୍ରଦାନ କରିବା ନେଇ ଘୋଷଣା କରିଛନ୍ତି। 

ଚଳିତ ବଜେଟରେ ଆୟୁଷ୍ମାନ ଭାରତ ଯୋଜନାର ପରିସରକୁ ବଢାଯାଇଛି। ଲୋକସଭା ବଜେଟ୍ ଆଗତ କରି ସୀତାରମଣ କହିଛନ୍ତି, ଆୟୁଷ୍ମାନ ଯୋଜନାରେ ଏବେ ଅଙ୍ଗନାବାଡି କର୍ମଚାରୀ, ସହାୟିକା ଓ ଆଶାକର୍ମୀଙ୍କୁ ଯୋଡାଯିବ। ତାଙ୍କୁ ମାଗଣାରେ ଏହି ସୁବିଧା ମିଳିବ। ଦେଶର ମେଡିକାଲ କଲେଜ୍‌ରେ ମଧ୍ୟ ସୁବିଧା ବଢାଯିବ। ଉଲ୍ଲେଖନୀୟ ଯେ, ଆୟୁଷ୍ମାନ ଯୋଜନା ଅନୁସାରେ, ପ୍ରତି ପରିବାରକୁ ପ୍ରତିବର୍ଷ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ଦିଆଯାଇଥାଏ।

ସେ କହିଛନ୍ତି ସର୍ଭାଇକାଲ କ୍ୟାନସର ରୋକିବା ପାଇଁ ଆମ ସରକାର ଟିକାକରଣ ନେଇ ଆସିଛନ୍ତି। ଝିଅମାନଙ୍କୁ ଏଥିରୁ ରକ୍ଷା ପାଇବା ପାଇଁ ତାଙ୍କୁ ମାଗଣାରେ ଟିକା ଦିଆଯିବ। ଦେଶର ମେଡିକାଲ କଲେଜରେ ସୁବିଧା ବଢିବ। ଆୟୁଷ୍ମାନ ଭାରତ ଯୋଜନା ଅନୁସାରେ ସବୁ ଆଶା କର୍ମୀ ଓ ଅଙ୍ଗନବାଡି କର୍ମଚାରୀଙ୍କୁ ସୁବିଧା ଦିଆଯିବ। ଏହାଛଡା ଅଙ୍ଗନବାଡି କେନ୍ଦ୍ରୀ ବିକାଶ କରାଯିବ।

Also Read :-

ବଜେଟ୍-୨୦୨୪ : ୮୦ କୋଟି ପରିବାରକୁ ମିଳୁଛି ମାଗଣା ରାସନ

  • prameyanews
  • PrameyaOdia
  • prameya
  • Union Budget 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.