କୋଣାର୍କ,୪/୧୧ : ଶନିବାର ଚନ୍ଦ୍ରଭାଗା ସମୁଦ୍ର ଉପକୂଳ ରାମଚଣ୍ଡୀ ମୁହାଣ ନିକଟରେ ଏକ ବଡ଼ ମାଛ ଦେଖିବାକୁ ମିଳିଛି । ଯାହାର ଓଜନ ପ୍ରାୟ ୫୫କେଜି ହେବ । ରାମଚଣ୍ଡୀ ମୁହାଣରେ ମତ୍ସ୍ୟଜୀବୀମାନେ ମାଛ ଧରିବା ସମୟରେ ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ଏହି ବଡ଼ ମାଛଟି ପଡ଼ିଥିଲା । ମାଛକୁ ଦେଖି ମତ୍ସ୍ୟଜୀବୀ ଆଶ୍ଚର୍ଯ୍ୟ ଚକିତ ହୋଇପଡ଼ିଥିଲେ। ମାଛଟି ଦେଖିବାକୁ ଡଲଫିନ ଆକୃତିର। ଗତ ୨୦୧୩ରେ ଚନ୍ଦ୍ରଭାଗାରେ ଏଭଳି ଏକ ୮୦କେଜିର ବଡ଼ ମାଛ ଜାଲରେ ପଡ଼ିଥିବା ଚନ୍ଦ୍ରଭାଗାର ମତ୍ସ୍ୟ ବ୍ୟବସାୟୀ ସୂଚନା ଦେଇଛନ୍ତି ।

ଧନୀ ହେଉଛନ୍ତି ଆଞ୍ଚଳିକ ଦଳ: ୧୦ ଦଳର ସମ୍ପତ୍ତି ବଢ଼ିଛି...