ପ୍ରମୁଖ ଖବର
  • ରାଜ୍ୟରେ ବଢୁଥିବା ତାତିରେ ଲାଗିବ ରୋକ: ୭ରୁ ହାଲୁକା ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ଆଲର୍ଟ
  • ||

ନୂଆଦିଲ୍ଲୀରେ ବିଜେପିର ମିଶ୍ରଣ ପର୍ବ, ଅନୁଗୋଳରେ ଦଳୀୟ ସଂଗଠନ ଆହୁରି ସୁଦୃଢ଼ ହେବ : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୯।୧୧ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି।  ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀର ୨ ନମ୍ବର ଜୋନର ପୋକତୁଙ୍ଗା ପଞ୍ଚାୟତର ବରିଷ୍ଠ କଂଗ୍ରେସ ନେତା ଫକୀର ମୋହନ ପ୍ରଧାନଙ୍କ ସମେତ ଅନେକ କଂଗ୍ରେସ ଓ ବିଜେଡ଼ି ଦଳର ସଦସ୍ୟମାନେ ବିଜେପିରେ ଯୋଗଦେଇଛନ୍ତି ।  

ସମସ୍ତଙ୍କୁ ଦଳରେ ସ୍ୱାଗତ କରିବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶ ଓ ଜନକଲ୍ୟାଣକାରୀ ଯୋଜନାରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଥିବାରୁ ଧନ୍ୟବାଦ । ସମସ୍ତଙ୍କ ଯୋଗଦାନ ଅନୁଗୋଳ ସମେତ ଓଡ଼ିଶାରେ ଦଳୀୟ ସଂଗଠନକୁ ଆହୁରି ସୁଦୃଢ଼ କରିବ । ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ କାର୍ଯ୍ୟକର୍ତ୍ତାମାନଙ୍କୁ ପରିଶ୍ରମ କରିବା ଏବଂ ତାଙ୍କର ବିକାଶର ନାରା ଓ କଲ୍ୟାଣକାରୀ ଯୋଜନାକୁ ଘରେ ଘରେ ପହଞ୍ଚାଇବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ । 

ଏହି ମିଶ୍ରଣ ପର୍ବରେ ପୋକତୁଙ୍ଗା ସେବା ସମବାୟ ସମିତିର ସଭାପତି ମାମିଲତା ପ୍ରଧାନ, କଂଗ୍ରେସ ନେତା ରଞ୍ଜନ ସାହୁ, ବିଜେଡି ନେତା ଦେବାଞ୍ଜନ ଦେହୁରୀ ଯୋଗଦେଇଥିଲେ । ସେହିପରି ଅଜୟ ପ୍ରଧାନ, ଅମର ବେହେରା, ସୁଶାନ୍ତ ସାହୁ, ଦୁଷ୍ମନ୍ତ ପ୍ରଧାନ, ଅରୁଣ ପ୍ରଧାନଙ୍କ ସମେତ କଂଗ୍ରେସ ଓ ବିଜେଡି ଦଳର ସଦସ୍ୟମାନେ ସାମିଲ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.