ନୂଆଦିଲ୍ଲୀ, ୦୯/୦୨: ଶନିବାର ସଂସଦ ବଜେଟ୍ ଅଧିବେଶନର ଶେଷ ଦିନ । ଅଧିବେଶନର ଅନ୍ତିମ ଦିନରେ ଉଭୟ ସଦନରେ ସାଂସଦମାନଙ୍କୁ ଉପସ୍ଥିତ ରହିବା ଲାଗି କହିଛି ବିଜେପି । ଲୋକସଭା ଓ ରାଜ୍ୟସଭା ସାଂସଦମାନଙ୍କୁ ଉପସ୍ଥିତ ରହିବା ଲାଗି ବିଜେପି କହିଛି ।
ରାଜ୍ୟସଭାରେ ଦଳର ମୁଖ୍ୟ ସଚେତକ ଲକ୍ଷ୍ମୀକାନ୍ତ ବାଜପେୟୀ ରାଜ୍ୟସଭାରେ ଦଳର ସଦସ୍ୟଙ୍କୁ ଶନିବାର ଗୃହରେ ଉପସ୍ଥିତ ରହିବା ଲାଗି ହ୍ୱିପ୍ ଜାରି କରିଛନ୍ତି । ସେହିଭଳି ଲୋକସଭାରେ ବିଜେପି ସାଂସଦଙ୍କୁ ହ୍ୱିପ୍ ଜାରି ଉପସ୍ଥିତ ରହିବା ଲାଗି କୁହା ଯାଇଛି ।
ରାଜ୍ୟସଭାରେ ବିଜେପି ସାଂସଦମାନଙ୍କ ଲାଗି ଜାରି ହ୍ୱିପରେ କୁହାଯାଇଛି, ଶନିବାର ମହତ୍ୱପୂର୍ଣ୍ଣ ବିଦାୟୀ କାର୍ଯ୍ୟ ଦିବସ । ଅନେକ ଚର୍ଚ୍ଚା ସହ ପାରିତ ଲାଗି ସଂସଦରେ ପ୍ରସ୍ତାବ ଅଣାଯିବ । ଏଥିପାଇଁ ଫେବ୍ରୁଆରୀ ୧୦ ସାରା ଦିନ ବିଜେପି ସାଂସଦ ଗୃହରେ ଉପସ୍ଥିତ ରହି ସରକାରଙ୍କ ପକ୍ଷରୁ ସମର୍ଥନ ଦେବାକୁ କୁହାଯାଇଛି ।
ବିଜେପିର ହ୍ୱିପ୍ ଭିତରେ ଚର୍ଚ୍ଚା ହେଉଛି, ଶନିବାର କେନ୍ଦ୍ର ସରକାର ସଂସଦର ଉଭୟ ଗୃହରେ ରାମ ମନ୍ଦିର ଉପରେ ଆଲୋଚନା କରି ପାରନ୍ତି । ଯଦିଓ ରାମ ମନ୍ଦିର ଉପରେ ସଂସଦରେ ସିଧାସଳଖ ଆଲୋଚନା ହୋଇ ପାରିବ ନାହିଁ । ତେଣୁ ଉଭୟ ଗୃହରେ ରାମ ମନ୍ଦି ଉପରେ ଧନ୍ୟବାଦ ପ୍ରସ୍ତାବ ଆସିପାରେ । ଏହାକୁ ନେଇ ବିଜେପି ସାଂସଦଙ୍କୁ ହ୍ୱିପ୍ ଜାରି କରିଛି । ଗତ ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରା ଯାଇଥିଲା ।