ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||

ଫିରିଙ୍ଗିଆ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ଉ, ୨ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ

ଫିରିଙ୍ଗିଆ, ୮/୨ : କନ୍ଧମାଳ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଜିଲ୍ଲା ପୋଲିସ ମୁଖିଆଙ୍କ ନିର୍ଦେଶକ୍ରମେ ଅପରେଶନ ନିଲଜହର ବା ଗଞ୍ଜେଇ ଗଛ କଟା ଅଭିଯାନ ଜାରି ରହିଥିବାବେଳେ ଜିଲ୍ଲାର ଅନ୍ୟତମ ଗଞ୍ଜେଇ କାରବାର ପାଇଁ ଚର୍ଚ୍ଚାରେ ଥିବା ଫିରିଙ୍ଗିଆ ଥାନା ପକ୍ଷରୁ ମଧ୍ୟ ଏହି ଅଭିଯାନ ଜାରି ରହିଛି  I ତେବେ ଗୁରୁବାର ଫିରିଙ୍ଗିଆ ଥାନା ଅଧିକାରୀ ରମେଶ ପ୍ରଧାନଙ୍କ ନେତୃତ୍ୱରେ ଓ କାର୍ଯ୍ୟରତ ସହକାରୀ ଥାନା ଅଧିକାରୀ ଅଜୟ ସାହୁଙ୍କ ତତ୍ତ୍ବାବଧାନରେ  ଅବକାରୀ ବିଭାଗ କର୍ମଚାରୀଙ୍କ ସହଯୋଗରେ ଫିରିଙ୍ଗିଆ ଥାନା ଅଧୀନରେ ଥିବା ନୂଆପଦର ପଞ୍ଚାୟତର କୁଟିଗୁଡ଼ା, ରବିଙ୍ଗିଆ, ମାଦିପଦର, ଡମପଡ଼ା ଓ କମ୍ବାପଡ଼ା ଗାଁ ନିକଟରେ ଥିବା ପ୍ରାୟ ୨୨ଏକର ଜଙ୍ଗଲ ଜମିମାନଙ୍କରେ ବେଆଇଆନ ଭାବେ ଚାଷ ହୋଇଥିବା ଗଞ୍ଜେଇ ଗଛ ଗୁଡ଼ିକୁ କାଟି ଦେଇ ନଷ୍ଟ କରି ଦିଆଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି  I 

ତେବେ ଅତିରିକ୍ତ ତହସିଲଦାର ଅଭିନାଶ ମିଶ୍ରଙ୍କ ଉପସ୍ଥିତିରେ ହୋଇଥିବା ଏହି ଚଢ଼ଉରେ ଅନ୍ୟମାନଙ୍କ ମଧ୍ୟରେ ଥାନାରେ କାର୍ଯ୍ୟରତ ଏଏସଆଇ ଶ୍ରୀକାନ୍ତ ପାତ୍ର, ପ୍ରମୋଦ ପ୍ରଧାନ, ପ୍ରିୟରଞ୍ଜନ ନାଏକ ଓ ଥାନାରେ କାର୍ଯ୍ୟରତ କିଛି ହୋମଗାର୍ଡ଼ ଉପସ୍ଥିତ ଥିବାବେଳେ ପ୍ରାୟ ୩୦ଜଣ ଶ୍ରମିକ ନିୟୋଜିତ ହୋଇଥିଲେ I ଅନ୍ୟପଟେ ଏହି ଗଞ୍ଜେଇକଟାକୁ ନେଇ ଥାନାରେ ୩୬/୨୪ରେ ଏକ ମାମଲା ରୁଜୁ ହୋଇଥିବାବେଳେ ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ରଖି ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.